Explore

Search

June 7, 2026 12:59 am

ଆସିଲା, ଅନ୍ଧାର କରି ଛେଚିଲା

ଭୁବନେଶ୍ୱର : ଆସିଲା, ଅନ୍ଧାର କରି ଛେଚିଲା ।ରାଜଧାନୀ ଭୁବନେଶ୍ୱରରେ ଆଜି ଅପରାହ୍ନରେ କାଳବୈଶାଖୀ ବର୍ଷାର ତାଣ୍ଡବ ଦେଖିବାକୁ ମିଳିଥିଲା । ତତଲା ତାୱାରେ ସିଜୁଥିବା ରାଜଧାନୀରେ ନିର୍ଦ୍ଧୁମ ଛେଚିଛି ବର୍ଷା। ଦିନସାରା ଅସହ୍ୟ ଗରମ ଓ ଗୁଳୁଗୁଳିରେ ହନ୍ତସନ୍ତ ହେଉଥିବା ଲୋକଙ୍କୁ ମିଳିଛି ଆଶ୍ୱସ୍ତି । ମଧ୍ୟାହ୍ନରେ ଟୁଇନସିଟି ଆକାଶରେ କଳା ମେଘ ଘନୀଭୂତ ହେବା ସହ ପରେ ସହରର ବିଭିନ୍ନ ଅଞ୍ଚଳରେ ବର୍ଷା ହୋଇଥିଲା।

ସକାଳୁ ହିଁ ଭୁବନେଶ୍ୱରରେ ପ୍ରବଳ ଗରମ ଓ ଉଚ୍ଚ ଆର୍ଦ୍ରତା ଅନୁଭୂତ ହୋଇଥିଲା। ସକାଳ ସାଢ଼େ ୮ଟା ସୁଦ୍ଧା ତାପମାତ୍ରା ୩୩ ଡିଗ୍ରୀ ସେଲସିୟସ ଏବଂ ଆର୍ଦ୍ରତା ୭୭ ପ୍ରତିଶତ ରହିଥିବା ବେଳେ ଗରମର ଅନୁଭୂତି ପ୍ରାୟ ୪୭ ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚିଥିଲା। ତୀବ୍ର ଖରା ଓ ଗୁଳୁଗୁଳି ଯୋଗୁଁ ଲୋକେ ଘରୁ ବାହାକୁ ଯାଇପାରୁନଥିଲେ।

ଉପକୂଳ ଅଞ୍ଚଳରେ ଅଧିକ ଆର୍ଦ୍ରତା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା। ରାସ୍ତାରେ ଚାଲିବା ସମୟରେ ଶରୀରରେ ଜ୍ୱଳନ ଅନୁଭୂତ ହେଉଥିବା ବେଳେ ଅନେକଙ୍କୁ ଆଖି ପୋଡ଼ିବା ଓ ମୁଣ୍ଡ ବୁଲାଇବା ଭଳି ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲା।

ତେବେ ପାଣିପାଗ ବିଭାଗ ପକ୍ଷରୁ ପୂର୍ବରୁ କାଳବୈଶାଖୀର ସମ୍ଭାବନା ନେଇ ସୂଚନା ଦିଆଯାଇଥିଲା। ଅପରାହ୍ନରେ ଏହି ଆକଳନ ସତ ପ୍ରମାଣିତ ହୋଇଥିଲା। ତେବେ ଏହି କାଳବୈଶାଖୀ ପ୍ରଭାବରେ ସହରର ବିଭିନ୍ନ ସ୍ଥାନରେ ବର୍ଷା ସହ ପବନ ହୋଇଥିବାବେଳେ କେତେକ ଅଞ୍ଚଳରେ ଗଛ ଭାଙ୍ଗି ପଡ଼ିଥିବା ମଧ୍ୟ ସୂଚନା ମିଳିଛି। ବର୍ଷା ପରେ ପାଗରେ ପରିବର୍ତ୍ତନ ଆସିଥିବାରୁ ଲୋକେ ତାତିରୁ କିଛିଟା ମୁକ୍ତି ପାଇଛନ୍ତି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score