Explore

Search

May 30, 2026 11:07 pm

ଆରମ୍ଭ ହୋଇଛି କ୍ରୀଡ଼ାର ମହାକୁମ୍ଭ ପ୍ଯାରିସ୍ ଅଲିମ୍ପିକ୍ସ:ଇତିହାସରେ ପ୍ରଥମଥର ପାଇଁ ହେଲା ଏମିତି !

Paris Olympic News

ଆରମ୍ଭ ହୋଇସାରିଛି କ୍ରୀଡ଼ାର ମହାକୁମ୍ଭ ପ୍ଯାରିସ୍ ଅଲିମ୍ପିକ୍ସ। ଅଲିମ୍ପିକସ ଇତିହାସରେ ପ୍ରଥମଥର ଉଦଘାଟନୀ ଉତ୍ସବ ଷ୍ଟାଡିୟମ୍‌ରେ ନୁହେଁ ବରଂ ନଦୀ କୂଳରେ ଅନୁଷ୍ଠିତ ହୋଇଛି। ଶୁକ୍ରବାର ପ୍ୟାରିସରେ ଆୟୋଜିତ ଅଲିମ୍ପିକ୍ସର ଉଦଘାଟନୀ ସମାରୋହ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସହରର ରାସ୍ତାକୁ ବ୍ୟାରିକେଡ୍ କରାଯିବା ସହ ବହୁ ସଂଖ୍ୟାରେ ପୁଲିସ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଥିଲା । ନଦୀରେ ୮୦ରୁ ୧୦୦ ନୌକାରେ କ୍ରୀଡ଼ାବିତଙ୍କ ପରେଡ୍‌ ହେବ ସହ ୨୦୬ଟି ପ୍ରତିଯୋଗୀ ଦେଶଙ୍କ ପ୍ରତିନିଧି ସୁସଜ୍ଜିତ ନୌକାରେ ସହର ପରିକ୍ରମା କରିଥିଲେ । ଏହା ସହ ସିନ୍ ନଦୀରେ କଡା ସୁରକ୍ଷା କରାଯାଇଛି। ଅଲିମ୍ପିକ୍ସର ସୁରକ୍ଷା ପାଇଁ ୪୫ ହଜାରରୁ ଅଧିକ ପୁଲିସ ୧୦ ହଜାର ସୈନିକଙ୍କୁ ନିୟୋଜିତ କରାଯାଇଛି । ଏଥର ନିଆରା ଢଙ୍ଗରେ ହେବ ଉଦ୍‌ଘାଟନୀ ସମାରୋହ। ଏଥିରେ ଫ୍ରାନ୍ସର କଳା, ସଂସ୍କୃତି, ଭାସ୍କର୍ଯ୍ୟ ପ୍ରତିଫଳିତ ହେବା ସହ ନୃତ୍ୟ ସଙ୍ଗୀତ ପରିବେଷଣ କରାଯାଇଛି ।

ସୂଚନା ମୁତାବକ ଅଲିମ୍ପିକ୍ସ ଇତିହାସରେ ପ୍ରଥମ ଥର ପାଇଁ କୌଣସି ଅଲିମ୍ପିକ୍ କ୍ରୀଡ଼ାରେ ପୁରୁଷ ଓ ମହିଳା ଆଥଲେଟଙ୍କ ସଂଖ୍ୟା ସମାନ ରହିଛି। ଅପର ପକ୍ଷରେ ପ୍ୟାରିସ୍ ଅଲିମ୍ପିକ୍ସରେ ଟିମ୍ ଇଣ୍ଡିଆ ପକ୍ଷରୁ  ୧୧୯ ଜଣ ଆଥଲେଟ ମୈଦାନକୁ ଓହ୍ଲାଇଛନ୍ତି  । ଉଦ୍‌ଘାଟନୀ ସମାରୋହରେ ବ୍ୟାଡ୍‌ମିଣ୍ଟନ ତାରକା ପି.ଭି. ସିନ୍ଧୁ ଓ ଟେବୁଲ ଟେନିସ ଖେଳାଳି ଅଚନ୍ତ ଶରଥ କମଲ ତ୍ରିରଙ୍ଗା ଧରି ବିଶ୍ୱଦରବାରରେ ଭାରତ କୁ ଉପସ୍ଥାପିତ କରିଛନ୍ତି ।

ଫ୍ରାନସ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରନ୍‌ଙ୍କ ଦ୍ୱାରା ଏହି କ୍ରୀଡା ଉତ୍ସବ ର ଶୁଭାରମ୍ଭ ହୋଇଥିବା ସୂଚନା ରହିଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score