Explore

Search

June 5, 2026 11:02 pm

ଆଇପିଏଲ୍‌ ୨୦୨୫: ତୃତୀୟ ଦିନର ରୋମାଞ୍ଚକର ମ୍ୟାଚ୍!

ଆଇପିଏଲ୍‌ ୨୦୨୫: ତୃତୀୟ ଦିନର ରୋମାଞ୍ଚକର ମ୍ୟାଚ୍!

ଆଜି ଦିଲ୍ଲୀ କ୍ୟାପିଟାଲ୍‌ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମୁହାଁମୁହିଁ! ଅକ୍ଷର ପଟେଲ ଓ ଋଷଭ ପନ୍ତ ନେତୃତ୍ବ ନେବାରେ ପ୍ରସ୍ତୁତ, ଏଥି ସହ ଏହି ମ୍ୟାଚ୍ ରହିବ ଅତ୍ୟନ୍ତ ରୋମାଞ୍ଚକର! ପନ୍ତ, ଯିଏ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍‌ସ ଦଳର ଅଧିନାୟକ ଥିଲେ, ଏବେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ଦଳର ନେତୃତ୍ବ ନେବେ। ଅକ୍ଷର ପଟେଲ ଏଥର ପ୍ରଥମ ଥର ଦିଲ୍ଲୀ କ୍ୟାପିଟାଲ୍‌ସ ର ନିୟମିତ ଅଧିନାୟକ ଭାବେ ଖେଳିବେ। ଲକ୍ଷ୍ଣୌ ଦଳରେ ୬ଜଣ ପ୍ରତିଭାଶାଳୀ ବିଦେଶୀ ଖେଳାଳି ରହିଛନ୍ତି, ଏହା ଦଳକୁ ଏକ ଶକ୍ତିଶାଳୀ ରୂପ ଦେଇଛି। ଦିଲ୍ଲୀ କ୍ୟାପିଟାଲ୍‌ସ ପାଖରେ ମଧ୍ୟ ମିଚେଲ ଷ୍ଟାର୍କ ଭଳି ଅନୁଭବୀ ବୋଲର ଅଛନ୍ତି, ଯେଉଁଥିରୁ ମ୍ୟାଚ୍ ଅଧିକ ରୋମାଞ୍ଚକର ହେବ। ଗତକାଲି ହାଇଦ୍ରାବାଦ ରାଜସ୍ଥାନକୁ ଓ ଚେନ୍ନାଇ ମୁମ୍ବାଇକୁ ହରାଇଥିଲା, ଏହି ଆଇପିଏଲ୍‌ ଋତୁ ଆରମ୍ଭରୁ ହିଁ ଜୋରଦାର ରହିଛି!

ଆଜିର ମ୍ୟାଚ୍ କିଏ ଜିତିବ? ଆପଣଙ୍କର ମନପସନ୍ଦ ଦଳ କ’ଣ? ମନ୍ତବ୍ୟ କରନ୍ତୁ!

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score