ନୂଆଦିଲ୍ଲୀ : ଦେଶର ଶିକ୍ଷା ବ୍ୟବସ୍ଥାକୁ ଆଧୁନିକ ଓ ପ୍ରଯୁକ୍ତିମୂଳକ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ଆସନ୍ତା ୨୦୨୭ ସୁଦ୍ଧା ଦେଶର ୧୦ ଲକ୍ଷରୁ ଅଧିକ ଶିକ୍ଷକଙ୍କୁ Artificial Intelligence (AI) ବିଷୟରେ ପ୍ରଶିକ୍ଷଣ ଦେବା ପାଇଁ “AI Literacy for Teachers” ନାମକ ଏକ ବିଶେଷ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ପଦକ୍ଷେପକୁ IIT ମାଦ୍ରାସରେ ସ୍ଥାପିତ AI ଶିକ୍ଷା କେନ୍ଦ୍ର “ବୋଧନ ଏଆଇ ” ଦ୍ୱାରା କାର୍ଯ୍ୟକରିତ କରାଯିବ।
ଭାରତ ମଣ୍ଡପମରେ ଆୟୋଜିତ IIT ମାଦ୍ରାସ ଟେକ୍ନୋଲୋଜି ସମ୍ମିଳନୀରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଏହାର ଘୋଷଣା କରିଥିଲେ। ସେ କହିଛନ୍ତି, ଶିକ୍ଷକମାନଙ୍କୁ AI ଜ୍ଞାନ ଦେଇ ଭବିଷ୍ୟତମୁଖୀ ଭାରତ ଗଢ଼ିବାରେ ଏହି ଯୋଜନା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ। ଏହା ଦ୍ୱାରା ଶିକ୍ଷକମାନେ ପାଠ ପ୍ରସ୍ତୁତି, ପରୀକ୍ଷା ମୂଲ୍ୟାୟନ, କଣ୍ଟେଣ୍ଟ ତିଆରି ଓ ଛାତ୍ରଛାତ୍ରୀଙ୍କ ଫିଡବ୍ୟାକ ପରି କାମକୁ ସହଜରେ କରିପାରିବେ।
କାର୍ଯ୍ୟକ୍ରମଟି ପର୍ଯ୍ୟାୟକ୍ରମେ ଚାଲୁ ହେବ। ପ୍ରଥମେ କିଛି ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ ହେବ ଏବଂ ସେପ୍ଟେମ୍ବର ୫ ଗୁରୁଦିବସରେ ପ୍ରଥମ ପବ୍ଲିକ ବ୍ୟାଚ ଆରମ୍ଭ କରାଯିବ। କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ଓ ବିଭିନ୍ନ ରାଜ୍ୟ ସରକାରଙ୍କ ସହଯୋଗରେ ଏହାକୁ ଦେଶବ୍ୟାପୀ କରାଯିବ।
IIT ମାଦ୍ରାସ ନିର୍ଦ୍ଦେଶକ ଏ ସମ୍ପର୍କରେ କହିଛନ୍ତି, ଶିକ୍ଷକମାନଙ୍କ ମଧ୍ୟରେ AI ସମ୍ପର୍କିତ ଜ୍ଞାନ ବଢ଼ିଲେ ଶିକ୍ଷାକ୍ଷେତ୍ରରେ ପ୍ରଯୁକ୍ତିର ସଠିକ୍ ବ୍ୟବହାର ସମ୍ଭବ ହେବ। ଏହି ଯୋଜନା ମାଧ୍ୟମରେ AI କୁ ଶିକ୍ଷକଙ୍କ ଏକ “ସ୍ମାର୍ଟ ସହଯୋଗୀ” ଭାବେ ଗଢ଼ି ତୋଳାଯିବ ବୋଲି ବୋଧନ AI ପକ୍ଷରୁ କୁହାଯାଇଛି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
