Explore

Search

October 1, 2026 12:55 am

ସୁପୋଷିତ ଓଡ଼ିଶା ଗଠନ ଲକ୍ଷ୍ୟ : ପୋଷଣ ଅଭିଯାନରେ ପରିବାରର ସହଭାଗିତା ଉପରେ ଗୁରୁତ୍ୱ

ଭୁବନେଶ୍ୱର: ଶିଶୁ ଓ ମହିଳାଙ୍କ ପୋଷଣ ସ୍ଥିତିରେ ସୁଧାର ଆଣିବା ସହ ଏକ ସୁସ୍ଥ ଓ ସୁପୋଷିତ ଓଡ଼ିଶା ଗଠନ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ଅଙ୍ଗନବାଡ଼ି ଓ ବିଦ୍ୟାଳୟ ମାଧ୍ୟମରେ ବିଭିନ୍ନ ପୋଷଣମୂଳକ କାର୍ଯ୍ୟକ୍ରମ ଚାଲୁଥିବା ବେଳେ ଏଥିରେ ପରିବାରର ସମସ୍ତ ସଦସ୍ୟଙ୍କୁ ଯୋଡ଼ାଯାଉଛି।

ଭୁବନେଶ୍ୱର ବରମୁଣ୍ଡାସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ରରେ ଆୟୋଜିତ ରାଜ୍ୟସ୍ତରୀୟ ‘ଆଙ୍ଗନ୍ କା ଉତ୍ସବ’ ଏବଂ ୯ମ ରାଷ୍ଟ୍ରୀୟ ପୋଷଣ ମାସ ପାଳନ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଏହା କହିଛନ୍ତି ।କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଅଙ୍ଗନବାଡ଼ି କେନ୍ଦ୍ରର ଛୋଟ ପିଲାମାନଙ୍କ ସହ ଆଲୋଚନା କରିଥିଲେ । ସେମାନଙ୍କୁ ସ୍କୁଲ କିଟ୍‌ ପିନ୍ଧାଇବା ସହ ନିଜେ ଖାଦ୍ୟ ପରଷିଥିଲେ। ପିଲାମାନଙ୍କ ସୁସ୍ଥ ବିକାଶ ପାଇଁ ଉପଯୁକ୍ତ ପୋଷଣ ଓ ଯତ୍ନର ଆବଶ୍ୟକତା ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଥିଲେ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ବିଭାଗୀୟ ଅଧିକାରୀ ଓ ଅନ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ।

ପୋଷଣ କାର୍ଯ୍ୟକ୍ରମରେ ପରିବାରକୁ ସାମିଲ କରିବା ଉପରେ ଜୋର

ମୁଖ୍ୟମନ୍ତ୍ରୀ କହିଥିଲେ, ଶିଶୁଙ୍କ ପୋଷଣ କେବଳ ମା’ଙ୍କ ଦାୟିତ୍ୱ ନୁହେଁ। ଶିଶୁର ଉପଯୁକ୍ତ ଲାଳନପାଳନ ଓ ଶାରୀରିକ ବିକାଶରେ ବାପାଙ୍କ ସହ ପରିବାରର ଅନ୍ୟ ସଦସ୍ୟମାନଙ୍କ ଭୂମିକା ମଧ୍ୟ ରହିଛି। ବିଶେଷକରି ଜୀବନର ପ୍ରଥମ ୧୦୦୦ ଦିନ ଶିଶୁ ପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ଏହି ସମୟରେ ଉପଯୁକ୍ତ ଖାଦ୍ୟ, ଯତ୍ନ ଓ ସ୍ୱାସ୍ଥ୍ୟ ସେବା ମିଳିଲେ ଶିଶୁର ଭବିଷ୍ୟତ ବିକାଶରେ ଏହାର ସକାରାତ୍ମକ ପ୍ରଭାବ ପଡ଼ିଥାଏ। ତେଣୁ ଶିଶୁଙ୍କ ପୋଷଣ ସୁନିଶ୍ଚିତ କରିବାରେ ପୁରୁଷ ଓ ମହିଳା ଉଭୟଙ୍କ ସହଭାଗିତା ଆବଶ୍ୟକ ବୋଲି ସେ କହିଥିଲେ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score