Explore

Search

April 25, 2026 4:25 pm

ସାଇବର ଠକେଇକୁ ଲଗାମ : ଘରେ ବସି AI ଚାଟବୋଟରେ କରିହେବ ଫେକ ନୋଟିସ ଯାଞ୍ଚ !

ହାଇଦ୍ରାବାଦ : ଦେଶରେ ଦିନକୁ ଦିନ ବଢୁଥିବା ସାଇବର ଠକେଇକୁ ନିୟନ୍ତ୍ରଣ କରିବା ପାଇଁ ସେଣ୍ଟ୍ରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ୍ (CBI) ଏକ ନୂତନ ପଦକ୍ଷେପ ନେଇଛି। ‘ଅଭୟ’ (ABHAY) ନାମରେ ଆରମ୍ଭ ହୋଇଥିବା ଏହି AI ଆଧାରିତ ଚାଟବୋଟ୍ ଲୋକମାନଙ୍କୁ ଅନଲାଇନ୍ ଠକେଇରୁ ସଚେତନ ଓ ସୁରକ୍ଷିତ ରଖିବାରେ ଉପକାରୀ ହେବ। ବିଶେଷକରି ମୋବାଇଲକୁ ଆସୁଥିବା ନକଲି ନୋଟିସ୍ ବା ସନ୍ଦେହଜନକ ବାର୍ତ୍ତାକୁ ସହଜରେ ଯାଞ୍ଚ କରିବାରେ ଏହା ଲୋକଙ୍କୁ ସାହାଯ୍ୟ କରିବ। ଏବେ ଘରେ ବସି କେହି ମଧ୍ୟ ଜାଣିପାରିବେ ଯେ ସେମାନଙ୍କୁ ମିଳିଥିବା ସୂଚନା ସତ୍ୟ କି ନକଲି ।

୨୨ତମ ଡି.ପି କୋହଲି ସ୍ମାରକ ବକ୍ତୃତାରେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ସାଇବର ଅପରାଧର ଭୟାବହ ବୃଦ୍ଧି ଉପରେ ଚିନ୍ତା ବ୍ୟକ୍ତ କରିଥିଲେ। ସେ କହିଥିଲେ ଯେ ଅପରାଧୀମାନେ ନୂତନ ପ୍ରଯୁକ୍ତିର ଦୁରୁପଯୋଗ କରି ବରିଷ୍ଠ ନାଗରିକ ଓ ସରଳ ଲୋକଙ୍କୁ ଲକ୍ଷ୍ୟ କରୁଛନ୍ତି । ଏହି ପରିସ୍ଥିତିରେ କେବଳ ଦଣ୍ଡ ନୁହେଁ, ବରଂ ପୀଡ଼ିତଙ୍କୁ ତୁରନ୍ତ ସହାୟତା ଦେବା ପାଇଁ ‘ପୀଡ଼ିତ କେନ୍ଦ୍ରିତ ପଦକ୍ଷେପ’ ଅତ୍ୟାବଶ୍ୟକ ବୋଲି ସେ ଉଲ୍ଲେଖ କରିଥିଲେ ।

‘ଅଭୟ’ ହେବ ଡିଜିଟାଲ ସୁରକ୍ଷା କବଚ:

CBI ଦ୍ୱାରା ଆରମ୍ଭ ହୋଇଥିବା ‘ଅଭୟ’ ଚାଟବୋଟ ଡିଜିଟାଲ ଠକେଇ, ବିଶେଷତଃ “ଡିଜିଟାଲ ଆରେଷ୍ଟ” ପରି ଠକେଇ ପ୍ରଣାଳୀକୁ ରୋକିବାରେ ଏକ ପ୍ରଭାବଶାଳୀ ଉପକରଣ ଭାବେ କାମ କରିବ । ସନ୍ଦେହଜନକ ମେସେଜ ବା ନୋଟିସର ସତ୍ୟତା ତୁରନ୍ତ ଯାଞ୍ଚ କରି ପାରିବା ଫଳରେ ଲୋକମାନେ ଥାନାକୁ ଦୌଡ଼ିବାରେ ମୁକ୍ତି ପାଇବେ ଓ ସଚେତନତା ବଢିବ।

ଏହାସହିତ ଜଷ୍ଟିସ ସୂର୍ଯ୍ୟକାନ୍ତ ପରାମର୍ଶ ଦେଇଥିଲେ ଯେ ଏହି ପ୍ରକାରର ସୁରକ୍ଷା ଟୁଲ ଗୁଡ଼ିକୁ ସମସ୍ତ ମୋବାଇଲରେ ପୂର୍ବରୁ ଇନଷ୍ଟଲ କରାଯାଇପାରିଲେ ସମସ୍ତ ଶ୍ରେଣୀର ଲୋକ ସହଜରେ ଏହାର ଲାଭ ନେଇପାରିବେ । ଏଭଳି ପଦକ୍ଷେପ ଦ୍ୱାରା ଦେଶରେ ସାଇବର ଅପରାଧକୁ ହ୍ରାସ କରିବାରେ ବଡ଼ ସାହାଯ୍ୟ ମିଳିପାରେ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score