ସମୁଦ୍ର ଯାତ୍ରା ମଝିରେ ଭୟଙ୍କର ଭୂତାଣୁ ଆତଙ୍କ ସୃଷ୍ଟି ହୋଇଛି । ଆର୍ଜେଣ୍ଟିନାରୁ କାବୋ ଭର୍ଡେ ଅଭିମୁଖେ ଯାଉଥିବା ଏକ ବିଶାଳ କ୍ରୁଜ୍ ଜାହାଜରେ ଚିହ୍ନଟ ହୋଇଛି ମାରାତ୍ମକ ‘ଆଣ୍ଡିଜ୍ ହାଣ୍ଟାଭାଇରସ୍’ । ଏପର୍ଯ୍ୟନ୍ତ ୮ ଜଣ ଯାତ୍ରୀ ଏହି ଭୂତାଣୁରେ ସଂକ୍ରମିତ ହୋଇଥିବାବେଳେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଘଟଣା ପରେ ସାରା ବିଶ୍ୱରେ ଚିନ୍ତା ବଢ଼ିଛି ।
ଡଚ୍ ପତାକାବାହୀ ‘MV Hondius’ ନାମକ ଏହି ଜାହାଜରେ ଯାତ୍ରା କରୁଥିବା କିଛି ଲୋକ ହଠାତ୍ ଗୁରୁତର ଶ୍ୱାସକ୍ରିୟା ସମସ୍ୟାରେ ପଡ଼ିଥିଲେ । ପରେ ପରୀକ୍ଷାରେ ସେମାନଙ୍କ ଶରୀରରେ ଆଣ୍ଡିଜ୍ ହାଣ୍ଟାଭାଇରସ୍ ସଂକ୍ରମଣ ଥିବା ନିଶ୍ଚିତ ହୋଇଛି । ଏହି ଖବର ପ୍ରକାଶ ପାଇବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHO ପକ୍ଷରୁ ବିଭିନ୍ନ ଦେଶକୁ ଉଚ୍ଚ ସତର୍କତା ଜାରି କରାଯାଇଛି ।
ସୂଚନା ଅନୁସାରେ, ଜାହାଜରୁ ଅବତରଣ କରିଥିବା ଅନେକ ଯାତ୍ରୀ ବର୍ତ୍ତମାନ ଅନ୍ୟାନ୍ୟ ଦେଶରେ ପହଞ୍ଚିସାରିଛନ୍ତି । ଏହାକୁ ଦୃଷ୍ଟିରେ ରଖି କାନାଡା, ଜର୍ମାନୀ, ସିଙ୍ଗାପୁର, ଆମେରିକା ସହ ୧୨ଟି ଦେଶକୁ WHO ପକ୍ଷରୁ ସତର୍କ ସନ୍ଦେଶ ପଠାଯାଇଛି ।
ଏପରିକି ଜଣେ ସଂକ୍ରମିତ ଯାତ୍ରୀଙ୍କୁ ସୁଇଜରଲ୍ୟାଣ୍ଡର ଜୁରିକ୍ ସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇ ତାଙ୍କୁ କଡା ନଜରରେ ଚିକିତ୍ସା ଦିଆଯାଉଛି । ପରିସ୍ଥିତିକୁ ଦେଖି ଆନ୍ତର୍ଜାତୀୟ ସ୍ୱାସ୍ଥ୍ୟ ସଂସ୍ଥାମାନେ ମଧ୍ୟ ସଚେତନ ହୋଇପଡ଼ିଛନ୍ତି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
