Explore

Search

June 2, 2026 1:23 am

ରଜ ବକ୍ସ ଅଫିସରେ ହେବ କଡ଼ା ଟକ୍କର

ଭୁବନେଶ୍ୱର : ଚଳିତ ବର୍ଷ ରଜ ଅବସରରେ ସିଦ୍ଧାନ୍ତ ମହାପାତ୍ରଙ୍କ ‘ମିଲେଟ ଡାଏରୀ’, ଅନୁଭବ ମହାନ୍ତିଙ୍କ ‘ଛକିଶୂନ’, ଅର୍ଦ୍ଧେନ୍ଦୁଙ୍କ ‘ଡାଏରୀ’ ଏବଂ ଅମ୍ଲାନ ଦାସଙ୍କ ‘ଶିକାର’ ପରି ବହୁ ଚର୍ଚ୍ଚିତ ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଯାଉଛି। ପ୍ରତ୍ୟେକ ଫିଲ୍ମ ଅଲଗା ଧରଣର କାହାଣୀ ଓ ଉପସ୍ଥାପନା ନେଇ ଆସୁଥିବାରୁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି। ନିର୍ମାତା ଓ ନିର୍ଦ୍ଦେଶକମାନେ ଏବେ ମୌଳିକ କାହାଣୀ ଓ ଗୁଣାତ୍ମକ ନିର୍ମାଣ ଉପରେ ଅଧିକ ଗୁରୁତ୍ୱ ଦେଉଥିବାରୁ ଓଡ଼ିଆ ସିନେମା ପ୍ରତି ଦର୍ଶକଙ୍କ ଆକର୍ଷଣ ମଧ୍ୟ ବଢ଼ୁଛି।

ଅନୁଭବଙ୍କ ‘ଛକିଶୂନ’ ଉପରେ ସମସ୍ତଙ୍କ ନଜର

ରଜ ଅବସରରେ ସବୁଠୁ ଅଧିକ ଚର୍ଚ୍ଚାରେ ଥିବା ଫିଲ୍ମ ମଧ୍ୟରୁ ଗୋଟିଏ ହେଉଛି ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ‘ଛକିଶୂନ’। ଥ୍ରିଲର ଓ ସସ୍ପେନ୍ସରେ ଭରପୂର ଏହି ଚଳଚ୍ଚିତ୍ର ଦର୍ଶକଙ୍କୁ ଏକ ଭିନ୍ନ ଅନୁଭୂତି ଦେବ ବୋଲି ଆଶା କରାଯାଉଛି। ଫିଲ୍ମଟି ଆମର ଷ୍ଟୁଡିଓ, ଏସଏମ ଏଣ୍ଟରଟେନମେଣ୍ଟ ଓ 29 ଟୁ ନାଇନ ଫିଲ୍ମସର ମିଳିତ ପ୍ରୟାସରେ ନିର୍ମିତ ହୋଇଛି।

ଏହି ଚଳଚ୍ଚିତ୍ରର କାହାଣୀ ଓ ନିର୍ଦ୍ଦେଶନାର ଦାୟିତ୍ୱ ନେଇଛନ୍ତି ମାନସ ପଡିହାରୀ। ପ୍ରଯୋଜନାରେ ରହିଛନ୍ତି ଜାଗୃତି ଅନୁଭବ ମହାନ୍ତି, ନବୀନ ଭଣ୍ଡାରୀ ଓ ସ୍ୱୟଂ ଅନୁଭବ ମହାନ୍ତି। ଫିଲ୍ମରେ ଅନୁଭବ ଜଣେ ଆଇପିଏସ୍ ଅଫିସର ଭୂମିକାରେ ନଜର ଆସିବେ। ଅପରାଧ ଜଗତର ଜଟିଳ ରହସ୍ୟ, ଅପରାଧୀଙ୍କ ଚାଲାକି ଏବଂ ଜଣେ ପୋଲିସ ଅଧିକାରୀଙ୍କ ତଦନ୍ତକୁ କେନ୍ଦ୍ର କରି କାହାଣୀ ଆଗକୁ ବଢ଼ିବ। ଆକ୍ସନ, ସସ୍ପେନ୍ସ ଓ ରୋମାଞ୍ଚର ସମନ୍ୱୟ ଏହି ଫିଲ୍ମକୁ ରଜର ଅନ୍ୟତମ ଆକର୍ଷଣରେ ପରିଣତ କରିଛି।

ଏବେ ଦେଖିବାକୁ ବାକି ରହିଲା, ରଜ ବକ୍ସ ଅଫିସରେ କେଉଁ ଫିଲ୍ମ ଦର୍ଶକଙ୍କ ସର୍ବାଧିକ ପ୍ରଶଂସା ଓ ସଫଳତା ହାସଲ କରିପାରୁଛି। ତେବେ ଏତିକି ନିଶ୍ଚିତ ଯେ, ଚଳିତ ବର୍ଷର ରଜ ଓଡ଼ିଆ ସିନେପ୍ରେମୀଙ୍କ ପାଇଁ ହେବ ମନୋରଞ୍ଜନର ଏକ ବଡ଼ ଉତ୍ସବ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score