Explore

Search

May 23, 2026 3:29 am

ଯୁକ୍ତ ଦୁଇ ପରୀକ୍ଷା ଫଳାଫଳ : ବ୍ରହ୍ମପୁରରେ ପୁଅଙ୍କୁ ପଛରେ ପକେଇ ଆଗରେ ଛାତ୍ରୀ

ବ୍ରହ୍ମପୁର: ପ୍ରକାଶ ପାଇଛି ଯୁକ୍ତ ଦୁଇ ପରୀକ୍ଷା ଫଳାଫଳ । ଚଳିତବର୍ଷ ବ୍ରହ୍ମପୁର ସହରର ନୀଳକଣ୍ଠନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନେ ବାଣିଜ୍ୟ ଓ ବିଜ୍ଞାନ ଉଭୟ ଶାଖାରେ ଚମତ୍କାର ପ୍ରଦର୍ଶନ କରି ସଫଳତାର ନୂଆ ଅଧ୍ୟାୟ ରଚିଛନ୍ତି । ପ୍ରତିବର୍ଷ ପରି ଏଥର ମଧ୍ୟ ବିଦ୍ୟାଳୟର ଫଳାଫଳ ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଚଳିତଥର ଯୁକ୍ତ ଦୁଇ ବାଣିଜ୍ୟ ଶାଖାରେ କେ. ହଂସିକା ପାତ୍ର ୫୯୨ ନମ୍ବର ରଖି ୯୮.୬୭ ପ୍ରତିଶତ ସହ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଜଣେ ବ୍ୟବସାୟୀଙ୍କ କନ୍ୟା ହଂସିକା ନିଜ ସଫଳତା ପାଇଁ ଶିକ୍ଷକ ଓ ବାପା-ମା’ଙ୍କୁ ଶ୍ରେୟ ଦେଇଛନ୍ତି । ଆଗାମୀ ଦିନରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ହେବା ତାଙ୍କ ଲକ୍ଷ୍ୟ ବୋଲି ସେ କହିଛନ୍ତି ।

ସେହିପରି ଇଶାନ କାର୍ତ୍ତିକ ସୁବୁଦ୍ଧି ୫୯୦ ନମ୍ବର ସହ ଦ୍ବିତୀୟ, ପ୍ରତୀକ୍ଷା ପଟ୍ଟନାୟକ ୫୮୩ ନମ୍ବର ସହ ତୃତୀୟ, ଶ୍ୱେତା ସ୍ନିଗ୍ଧା ସାହୁ ୫୮୨ ନମ୍ବର ସହ ଚତୁର୍ଥ ଏବଂ ତ୍ରିସ୍ନା ପ୍ରହରାଜ ୫୮୧ ନମ୍ବର ସହ ପଞ୍ଚମ ସ୍ଥାନରେ ରହିଛନ୍ତି । ବାଣିଜ୍ୟ ଶାଖାରେ ୪୧ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ବିଦ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ଅନ୍ୟପଟେ ବିଜ୍ଞାନ ଶାଖାରେ ମଧ୍ୟ ବିଦ୍ୟାଳୟ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଶାନ୍ତନୁ କୁମାର ସାହୁ ୫୯୩ ନମ୍ବର ରଖି ୯୮.୮୩ ପ୍ରତିଶତ ସହ ପ୍ରଥମ ସ୍ଥାନରେ ଥିବା ବେଳେ ଅନିମେଶ ପାତ୍ର ୫୯୨ ନମ୍ବର ସହ ଦ୍ବିତୀୟ, ଅପଣ୍ଡା ଆଚାର୍ଯ୍ୟ ୫୯୧ ନମ୍ବର ସହ ତୃତୀୟ, ପି. ସ୍ମୃତିମୟୀ ପାତ୍ର ୫୯୦ ନମ୍ବର ସହ ଚତୁର୍ଥ ସ୍ଥାନରେ ରହିଛନ୍ତି । ଚେତନା କିରଣ ଦାଶ ଓ ଏସ୍‌. ନିହାର ରଞ୍ଜନ ପାତ୍ର ୫୮୭ ନମ୍ବର ସହ ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି ।

ବିଦ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଛାତ୍ରଛାତ୍ରୀଙ୍କ ନିରନ୍ତର ପରିଶ୍ରମ, ଶିକ୍ଷକମାନଙ୍କ ନିଷ୍ଠା ଓ ଅଭିଭାବକଙ୍କ ସହଯୋଗର ଫଳସ୍ୱରୂପ ଏପରି ସଫଳତା ସମ୍ଭବ ହୋଇପାରିଛି । ଏହି ଫଳାଫଳ ବିଦ୍ୟାଳୟର ପୂର୍ବ ଗୌରବକୁ ଆହୁରି ସୁଦୃଢ଼ କରିଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score