ଭୁବନେଶ୍ବର : ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କୁ ଦଳ ପକ୍ଷରୁ ଏକ ବଡ଼ ଓ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି। ପଶ୍ଚିମବଙ୍ଗରେ ବିଧାୟକ ଦଳର ନେତା ଚୟନ ପ୍ରକ୍ରିୟାକୁ ସୁଚାରୁ ଭାବେ ସମ୍ପନ୍ନ କରିବା ପାଇଁ ଭାରତୀୟ ଜନତା ପାର୍ଟି ତାଙ୍କୁ କେନ୍ଦ୍ରୀୟ ସହ-ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛି।
ଏହା ସହିତ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦିଆଯାଇଛି। ଦୁଇଜଣ ନେତା ମିଶି ପଶ୍ଚିମବଙ୍ଗରେ ନୂଆ ସରକାର ଗଠନ ପ୍ରକ୍ରିୟାକୁ ନିରୀକ୍ଷଣ କରିବେ।
ସମ୍ପ୍ରତି ହୋଇଥିବା ନିର୍ବାଚନରେ ବିଜେପିର ଜୋରଦାର ପ୍ରଦର୍ଶନ ପରେ ସରକାର ଗଠନ ନେଇ ଚର୍ଚ୍ଚା ତୀବ୍ର ହୋଇଛି।
ପଶ୍ଚିମବଙ୍ଗରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ ହେବାର ସମ୍ଭାବନା ଦେଖାଯାଉଥିବା ବେଳେ, କିଏ ମୁଖ୍ୟମନ୍ତ୍ରୀ ହେବେ ତା’ଉପରେ ସମସ୍ତଙ୍କ ଦୃଷ୍ଟି ରହିଛି।
ମୁଖ୍ୟମନ୍ତ୍ରୀ ପଦ ପାଇଁ ଶୁଭେନ୍ଦୁ ଅଧିକାରୀଙ୍କ ନାମ ଆଗରେ ଥିବା ନେଇ ଚର୍ଚ୍ଚା ଚାଲିଛି। ଏହି ପରିପ୍ରେକ୍ଷୀରେ ଶ୍ରୀଯୁକ୍ତ ମୋହନ ମାଝୀଙ୍କୁ ମିଳିଥିବା ଏହି ଦାୟିତ୍ୱ ତାଙ୍କର ଦଳୀୟ ଗୁରୁତ୍ୱକୁ ଆଉ ମଜବୁତ କରିଛି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
