Explore

Search

July 14, 2026 8:58 pm

ମହାପ୍ରଭୁ ଜଗନ୍ନାଥଙ୍କ ରଥ କାହିଁକି ଜଣେ ମୁସଲମାନ ଭକ୍ତ ପାଇଁ ଅଟକିଗଲା

ଆପଣ ଜାଣନ୍ତି କି, ଥରେ ମହାପ୍ରଭୁ ଜଗନ୍ନାଥଙ୍କ ରଥ ଜଣେ ମୁସଲମାନ ଭକ୍ତଙ୍କ ପାଇଁ ଅଟକି ଯାଇଥିଲା । ଆଜି ବି ମହାପ୍ରଭୁ ଜଗନ୍ନାଥଙ୍କ ରଥ ସେହି ମୁସଲମାନ ଭକ୍ତର ସମାଧି ପାଖରେ ଅଟକେ । ତେବେ କିଏ ସେହି ଭକ୍ତ ଯାହାଙ୍କ ଭକ୍ତି ଓ ପ୍ରେମ ପାଖରେ ମହାପ୍ରଭୁଙ୍କ ରଥ ବି ଅଟକେ । ଏହି ରହସ୍ୟ ସବୁ ଭକ୍ତ ଜାଣିବା ଉଚିତ । ତେବେ ସେଇ ଭକ୍ତଙ୍କ ନାମ ହେଉଛି ସାଲବେଗ ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ସାଲବେଗ ଜଣେ ମୁସଲମାନ ଥିଲେ। ତାଙ୍କ ବାପା ମୋଗଲ ରାଜ୍ୟର ସେନାପତି ଥିଲେ । ଆଉ ତାଙ୍କ ମା’ ମହାପ୍ରଭୁ ଜଗନ୍ନାଥଙ୍କ ପରମଭକ୍ତ ଥିଲେ । ସାଲବେଗ ନିଜ ଜୀବନକୁ କେବଳ ମହାପ୍ରଭୁଙ୍କ ପାଇଁ ଉତ୍ସର୍ଗ କରିଦେଇଥିଲେ ।

ଆଉ ଭକ୍ତ ପାଇଁ ମହାପ୍ରଭୁ ନିଜେ ବିଭିନ୍ନ ରୂପରେ ଭକ୍ତ ନିକଟରେ ପହଞ୍ଚି ଯାଆନ୍ତି । ତେବେ ଏକଦା ଭକ୍ତ ସାଲବେଗ ବୃନ୍ଦାବନ ଯାଇଥିଲେ । ରଥଯାତ୍ରା ଦେଖିବା ପାଇଁ ସେ ବୃନ୍ଦାବନରୁ ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିଥିଲେ । ତେବେ ରାସ୍ତାରେ ପ୍ରବଳ ବର୍ଷା, ଝଡ ତୋଫାନ ହେତୁ ରଥଯାତ୍ରା ଦିନ ଶ୍ରୀକ୍ଷେତ୍ରରେ ପହଞ୍ଚି ପାରିନଥିଲେ । ବହୁ ଦୂରରେ ଥିବାରୁ ସେ ମହାପ୍ରଭୁଙ୍କୁ ଆକୁଳ ନିବେଦନ କରିଥିଲେ । କି ପ୍ରଭୁ ମୋତେ ଟିକେ ସାହା ହୁଅ ମୁଁ ତମକୁ ରଥରେ ଦର୍ଶନ କରିବାକୁ ଚାହେଁ । ଭକ୍ତର ଏହି ଆକୁଳ ନିବେଦନ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ବଡଦାଣ୍ଡରେ ଅଟକି ରହିଥିଲା । ସେବାୟତ ମାନେ ଯେତେ ଚାହିଁଲେ ବି ରଥ ଗଡିଲା ନାହିଁ । ତେବେ ଯେତେବେଳେ ଭକ୍ତ ସାଲବେଗ ବଡଦାଣ୍ଡରେ ପହଞ୍ଚିଲେ ରଥ ଆଗକୁ ଗଡିଲା । ଏହି ଭଳି ଭାବରେ ଭକ୍ତର ଭାବରେ ବନ୍ଧୀ ହୋଇ ରହିଛନ୍ତି ମହାପ୍ରଭୁ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score