Explore

Search

June 10, 2026 2:02 am

ଭୁବନେଶ୍ବରରେ କାଳବୈଶାଖୀରେ ବିଦ୍ୟୁତ ସେବା ବିଛିନ୍ନ : ଅବତରଣ କରିପାରିଲାନି ମୁଖ୍ୟମନ୍ତ୍ରୀଙ୍କ ବିମାନ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ କାଳବୈଶାଖୀର ତାଣ୍ଡବ । ଗତକାଲି ପ୍ରବଳ ବର୍ଷା ଓ ପବନ ଯୋଗୁଁ ଜନଜୀବନ ବାଧାପ୍ରାପ୍ତ ହୋଇପଡିଛି । ପ୍ରବଳ ବର୍ଷାରେ ପରିବେଶ ଧୂଆଁମୟ ହୋଇଯାଇଥିଲା। ଫଳରେ ଅବତରଣ କରିପାରିନଥିଲା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ହେଲିକପ୍ଟର । କାଳବୈଶାଖୀ ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଅବତରଣ ନକରି ସିଧା ପୁରୀକୁ ଡାଇଭର୍ଟ କରାଯାଇଥିଲା ।

ସୂଚନା ଅନୁସାରେ ଗତକାଲି ମୟୂରଭଞ୍ଜରୁ ଭୁବନେଶ୍ବର ଫେରୁଥିଲେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ମାଝୀ ।

ହଠାତ୍ ରାଜଧାନୀରେ ତାଣ୍ଡବ ରଚିଲା କାଳବୈଶାଖୀ। ଆଉ ଯାହା ଫଳରେ ଆକାଶରୁ ସିଧା ପୁରୀ ବିମାନ ବନ୍ଦରରେ ଅବତରଣ କରିଥିଲା ମୁଖ୍ୟମନ୍ତ୍ରୀଙ୍କ ବିମାନ।

ରିପୋର୍ଟ ଅନୁସାରେ ଭୁବନେଶ୍ଵରରେ ଗତକାଲି ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଥିଲା । ପୂର୍ବାହ୍ନ ୧୧.୩୦ ସୁଦ୍ଧା ରାଜଧାନୀରେ ଦିନ ତାପମାନ୍ତ୍ରା ୩୬.୨ ଡିଗ୍ରୀ ରେକର୍ଡ ହୋଇଥିଲା । ହିଟ୍ ଇଣ୍ଡେକ୍ସ ରହିଥିଲା ୫୨ ଡିଗ୍ରୀ ସେଲସିୟସ ଓ ଆର୍ଦ୍ରତା ୬୬ ପ୍ରତିଶତ, ଯାହା ରାଜଧାନୀବାସୀଙ୍କୁ ହନ୍ତସନ୍ତ କରିଥିଲା । ପ୍ରବଳ ଗରମ ଯୋଗୁଁ ଘରୁ ବାହାରିବା ବି ମୁସ୍କିଲ ହୋଇପଡ଼ିଥିଲା ।

ହେଲେ ଅପରାହ୍ନ ହେବା ପରେ ହଠାତ୍ ମାଡ଼ି ଆସିଥିଲା ପ୍ରବଳ ବର୍ଷା ପବନ । ଯାହା ପୁରା ରାଜଧାନୀ ଭୁବନେଶ୍ୱରକୁ ଛାରଖାର କରିଦେଇଛି।

ରାଜ୍ୟରେ ପ୍ରାକମୌସୁମୀ ବର୍ଷା ଲାଗିରହିଥିବା ବେଳେ ଆଗାମୀ ୨ରୁ ୩ ଦିନ ମଧ୍ୟରେ ଓଡ଼ିଶାକୁ ମୌସୁମୀ ଅଗ୍ରସର ପାଇଁ ପାଗ ଅନୁକୂଳ ରହିଛି । ଆଜି ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶର ଆହୁରି କିଛି ଅଞ୍ଚଳକୁ ଅଗ୍ରସର ହୋଇଥିବା ବେଳେ ତେଲେଙ୍ଗାନାର କିଛି ଅଞ୍ଚଳକୁ ଅଗ୍ରସର ହୋଇଛି ମୌସୁମୀ । ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ସିକ୍କିମର କେତେକ ଅଞ୍ଚଳ ସମେତ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକର ଅବଶିଷ୍ଟ ଭାଗକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗକୁ ବଢ଼ିବା ପାଇଁ ପାଗ ଅନୁକୂଳ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

ସେପଟେ ରାଜ୍ୟରେ ଆଜି ପାଇଁ ୧୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ବଜ୍ରପାତ ସହ ଘଣ୍ଟାପ୍ରତି ୬୦ କିମି ବେଗରେ ପବନ ସମ୍ଭାବନା ରହିଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score