Explore

Search

May 25, 2026 9:45 pm

ବିଜେଡି ଛାଡିଲେ ଦେବାଶିଷ, ଶ୍ରୀମୟୀଙ୍କ ତେରଛା ବାଣରେ କମ୍ପିଲା ରାଜନୀତି

ଭୁବନେଶ୍ୱର : ବିଜେଡି ଛାଡିଲେ ଦଳର ବରିଷ୍ଠ ନେତା ଓ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି ଦେବାଶିଷ । ଏହାପରେ ଦଳୀୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି ।

ଦେବାଶିଷଙ୍କ ଇସ୍ତଫାକୁ ନେଇ ବିଜେଡିର ପୂର୍ବତନ ନେତ୍ରୀ ଶ୍ରୀମୟୀ ମିଶ୍ର କଟୁ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଦଳ ଭିତରେ ଅସନ୍ତୋଷର ଅଗ୍ନି ଜଳୁଛି ଏବଂ ଭୁଲ ନେତୃତ୍ୱ ନିଷ୍ପତ୍ତି ପାଇଁ ଆଜି ବିଜେଡି ଦୁର୍ବଳ ହୋଇପଡ଼ିଛି । ଦଳରେ ପୁରୁଖା ନେତାଙ୍କୁ ଅବହେଳା କରାଯାଉଥିବାରୁ ଏକ ପରେ ଏକ ନେତା ଦଳ ଛାଡ଼ୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ନିଜ ଇସ୍ତଫା ପତ୍ରରେ ଦେବାଶିଷ ସାମନ୍ତରାୟ ଲେଖିଛନ୍ତି ଯେ, ରାଜ୍ୟସଭାକୁ ପଠାଇଥିବା ପାଇଁ ସେ ନବୀନ ପଟ୍ଟନାୟକଙ୍କ ପ୍ରତି ସଦା କୃତଜ୍ଞ ରହିବେ । ଅବିଭକ୍ତ କଟକ ଜିଲ୍ଲା ଓ ଓଡ଼ିଶାର ସମସ୍ୟାକୁ ଜାତୀୟସ୍ତରରେ ଉଠାଇବାର ସୁଯୋଗ ଦଳ ଦେଇଥିବାରୁ ସେ ଆଭାର ପ୍ରକାଶ କରିଛନ୍ତି । କିନ୍ତୁ ଦୀର୍ଘଦିନ ଧରି ଦଳ ପାଇଁ କାମ କରିଥିଲେ ମଧ୍ୟ ବର୍ତ୍ତମାନ ତାଙ୍କୁ ଦଳରେ ଅବମାନିତ ଓ ଅପ୍ରାସଙ୍ଗିକ କରାଯାଉଥିବା ଅନୁଭବ କରୁଥିବାରୁ ସେ ଏହି କଠିନ ନିଷ୍ପତ୍ତି ନେଇଥିବା କହିଛନ୍ତି।

ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ଯେ, ଦଳରେ ତାଙ୍କ ଗୁରୁତ୍ୱ କମିଯିବା, ନବୀନ ପଟ୍ଟନାୟକଙ୍କ ସହ ଦୂରତା ବଢ଼ିବା ଓ ଅନୁଗତମାନଙ୍କୁ ଅବହେଳା କରାଯିବା ନେଇ ସେ ଅସନ୍ତୁଷ୍ଟ ଥିଲେ । ଏମିତିକି ଦଳ ପକ୍ଷରୁ ଦିଆଯାଇଥିବା ସିନିୟର ସିଟିଜେନ ସେଲର ବରିଷ୍ଠ ଉପସଭାପତି ପଦକୁ ମଧ୍ୟ ସେ ପ୍ରତ୍ୟାଖ୍ୟାନ କରିଥିଲେ।

ଦେବାଶିଷଙ୍କ ଅସନ୍ତୋଷ ପଛରେ କିଛି ପ୍ରମୁଖ କାରଣ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ୱାକଫ ପ୍ରସଙ୍ଗରେ ଦଳର ଭୂମିକା, ଭି.କେ. ପାଣ୍ଡିଆନଙ୍କ ପ୍ରଭାବ ବୃଦ୍ଧି, ନବୀନଙ୍କ ସହ ଭେଟିବାରେ ଅସୁବିଧା, ଦଳରେ ବିଶୃଙ୍ଖଳା ନେଇ ଚିଠିକୁ ଗୁରୁତ୍ୱ ନମିଳିବା, ଯୁବ ନେତୃତ୍ୱକୁ ନେଇ ମତାମତ ଅବହେଳା ହେବା ସହ ରାଜ୍ୟସଭା ନିୟୋଗ ଓ ସଂସଦୀୟ ଦଳରେ ନୂତନ ନେତୃତ୍ୱ ଚୟନକୁ ନେଇ ସେ ଅସନ୍ତୁଷ୍ଟ ଥିବା କୁହାଯାଉଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score