Explore

Search

June 4, 2026 9:38 am

ବଜାରକୁ ଆସିଲା ଓମେଗା ସିକି ମୋବିଲିଟି : ବିଶ୍ବର ପ୍ରଥମ ଇଲେକ୍ରିଟ୍ ତିନି ଚକିଆ

ଓମେଗା ସିକି ମୋବିଲିଟି ବିଶ୍ବର ପ୍ରଥମ ସ୍ବୟଂଚାଳିତ ଇଲେକ୍ରିଟ୍ ତିନି ଚକିଆ ଭାରତୀୟ ବଜାରକୁ ନେଇଆସିଛି। କମ୍ପାନୀ ଏହାର ନାଁ ଦେଇଛି ‘ସ୍ବୟଂଗତି’। ଏହାର ଦାମ୍ ମାତ୍ର ୪ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି। ଏହାକୁ ବାଣିଜ୍ୟିକ କାରବାର ଉଦ୍ଦେଶ୍ୟରେ ବ୍ୟବହାର ପାଇଁ ପ୍ରସ୍ତୁତ କରାଯାଇଛି।

ସ୍ବୟଂଗତିକୁ କମ୍ପାନୀର କୃତ୍ରିମ ବୁଦ୍ଧିମତା ଆଧାରିତ ‘ଅଟୋନୋମି ସିଷ୍ଟମ’ରେ ପ୍ରସ୍ତୁତ କରାଯାଇଛି। ଏହା ସ୍ବଳ୍ପ ଦୂରତା ବିଶିଷ୍ଟ ଯାତ୍ରା ଯଥା ଏୟାରପୋର୍ଟ, ସ୍ମାର୍ଟ କ୍ୟାମ୍ପସ, କମ୍ପାନୀ ପରିସର ମଧ୍ୟରେ ଏବଂ ଗହଳି ଅଞ୍ଚଳରେ ବିନା ଡ୍ରାଇଭରରେ ଆରାମରେ ଯାତ୍ରା କରିପାରିବ। ଏକ ରିପୋର୍ଟ ଅନୁସାରେ ବୈଶିକ ଅଟୋନୋମସ୍ ଗାଡି ବଜାର ୨୦୩୦ ସୁଦ୍ଧା ୬୨୦ ବିଲିୟନ୍ ଡଲାରରୁ ଅଧିକ ହୋଇଯିବ। ଅନେକ ଗାଡି ନିର୍ମାତା ଏହି କ୍ଷେତ୍ରରେ ଅଗ୍ରସର ହେଉଛନ୍ତି। ଏହା ମଧ୍ୟରେ ଓଏସଏମ୍ ପାଦେ ଆଗେଇ ଏହି ସଫଳତା ହାସଲ କରିଛି। ୭ ଷ୍ଟପ୍ ଥିବା ଓ ଲୋକେ ଚଲାବୁଲା କରୁଥିବା ଏକ ରାସ୍ତାରେ ସ୍ବୟଂଗତି ସଫଳତା ପୂର୍ବକ ୩ କିଲୋମିଟର ଯାତ୍ରା କରିପାରିଛି। ୪ ଲକ୍ଷ ଟଙ୍କା ମୂଲ୍ୟର ମେଡ୍ ଇନ୍ ଇଣ୍ଡିଆ ଟ୍ୟାଗ୍ ବିିଶିଷ୍ଟ ଏହି ଅଟୋ ଅଟୋମୋବାଇଲ କ୍ଷେତ୍ରରେ ଏକ ବଡ ପରିବର୍ତ୍ତନ ଆଣିବାକୁ ପ୍ରସ୍ତୁତ ହେଉଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score