Explore

Search

June 24, 2026 9:37 pm

ପ୍ରଧାନମନ୍ତ୍ରୀଙ୍କ ମୁହଁରେ ବୈଭବଙ୍କ ନାଁ : ଯୁବ କ୍ରିକେଟରଙ୍କ ସଫଳତାକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା

ବୟସ ଖୁବ କମ । ହେଲେ ଚର୍ଚ୍ଚା ଦେଶ ଠୁ ନେଇ ବିଦେଶ । ଭାରତୀୟ କ୍ରିକେଟର ଉଦୀୟମାନ ତାରକା ବୈଭବ ସୂର୍ଯ୍ୟବଂଶୀ କେବଳ କ୍ରିକେଟ ମଇଦାନରେ ନୁହେଁ, ଏବେ ଦେଶର ରାଜନୈତିକ ମଞ୍ଚରେ ମଧ୍ୟ ତାଙ୍କ ନାଁ ଗୁଞ୍ଜି ଉଠିଛି । ଏକ କାର୍ଯ୍ୟକ୍ରମରେ ଭାଷଣ ଦେବା ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ବୈଭବଙ୍କ ନାଁ ଉଲ୍ଲେଖ କରିଥିଲେ । ଯାହା ଏବେ ସବୁଠି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ଦିଲ୍ଲୀରେ ଆୟୋଜିତ ଏକ ସାର୍ବଜନିକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦେଶର ବିକାଶ, ଯୁବଶକ୍ତି ଓ ନୂଆ ପିଢ଼ିର ଭୂମିକା ବିଷୟରେ ମତ ରଖୁଥିଲେ। ଏହି ଅବସରରେ ସେ କହିଥିଲେ ଯେ ବର୍ତ୍ତମାନର ଯୁବପିଢ଼ି ନୂଆ ଚିନ୍ତାଧାରା, ଆତ୍ମବିଶ୍ୱାସ ଓ ଦ୍ରୁତ ନିଷ୍ପତ୍ତି ନେବାର କ୍ଷମତା ଦ୍ୱାରା ଦେଶକୁ ନୂଆ ଦିଗ ଦେଉଛନ୍ତି । ଏହି ପ୍ରସଙ୍ଗରେ ସେ ବୈଭବ ସୂର୍ଯ୍ୟବଂଶୀଙ୍କ ଉଦାହରଣ ଦେଇ ଯୁବମାନଙ୍କ ଶକ୍ତି ଓ ସମ୍ଭାବନାକୁ ଉଲ୍ଲେଖ କରିଥିଲେ।

ପ୍ରଧାନମନ୍ତ୍ରୀଙ୍କ ଏହି ମନ୍ତବ୍ୟ ପରେ ସୋସିଆଲ ମିଡିଆରେ ବୈଭବଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି । ଖାଲିସେତିକି ନୁହେଁ ଆଇପିଏଲରେ ତାଙ୍କ ଦମଦାର ପ୍ରଦର୍ଶନ ତାଙ୍କୁ ରାତାରାତି ଚର୍ଚ୍ଚିତ କରିଦେଇଥିଲା । ଅନେକ ମ୍ୟାଚରେ ବିସ୍ଫୋରକ ଇନିଂସ ଖେଳି ସେ କ୍ରିକେଟ ଜଗତର ଦୃଷ୍ଟି ଆକର୍ଷଣ କରିଥିଲେ।

ଏବେ ବୈଭବଙ୍କ ସାମ୍ନାରେ ଆଉ ଏକ ବଡ଼ ସୁଯୋଗ ଆସିଛି। ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ଶୃଙ୍ଖଳା ପାଇଁ ସେ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି । ଆସନ୍ତା ସିରିଜରେ ତାଙ୍କର ଆନ୍ତର୍ଜାତିକ କ୍ରିକେଟରେ ପଦାର୍ପଣ ହେବାର ସମ୍ଭାବନା ରହିଛି। ଏହାକୁ ନେଇ କ୍ରିକେଟ ମହଲରେ ବେଶ ଉତ୍ସାହ ଦେଖାଯାଉଛି ।

ଆଜି ବୈଭବ ସୂର୍ଯ୍ୟବଂଶୀ କେବଳ ଜଣେ ପ୍ରତିଭାବାନ କ୍ରିକେଟର ନୁହେଁ, ବରଂ ନୂଆ ଭାରତର ଆତ୍ମବିଶ୍ୱାସୀ ଓ ସ୍ୱପ୍ନଦେଖୁଥିବା ଯୁବପିଢ଼ିର ପ୍ରତୀକ ଭାବେ ଉଭା ହୋଇଛନ୍ତି। ତାଙ୍କର ସଫଳତା ଦେଶର ଲକ୍ଷ ଲକ୍ଷ ଯୁବକଙ୍କୁ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେଉଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score