ଭୁବନେଶ୍ୱର : ରୋଷେଇଘରର ଅତି ଜରୁରୀ ସାମଗ୍ରୀ ପିଆଜ ଏବେ ଖାଉଟିଙ୍କ ଆଖିରୁ ଲୁହ ଝରାଉଛି। ଦିନକୁ ଦିନ ବଢ଼ୁଥିବା ଦର ଯୋଗୁଁ ସାଧାରଣ ପରିବାରର ରୋଷେଇ ବଜେଟ୍ ବିଗିଡ଼ିବାରେ ଲାଗିଛି। ବଜାରରେ ପିଆଜର ଯୋଗାଣ କମିବା ସହ ଦର ବଢ଼ି କିଲୋ ପିଛା ପ୍ରାୟ ୭୦ ଟଙ୍କାରେ ପହଞ୍ଚିଛି।
ବାଲେଶ୍ୱରଠାରୁ ବ୍ରହ୍ମପୁର, ବଲାଙ୍ଗିରଠାରୁ କଟକ ରାଜ୍ୟର ବିଭିନ୍ନ ବଜାରରେ ପିଆଜ ଦର ବୃଦ୍ଧି ଖାଉଟିଙ୍କୁ ଚିନ୍ତାରେ ପକାଇଛି। ଆବଶ୍ୟକତା ଅନୁଯାୟୀ ମଣ୍ଡିକୁ ପିଆଜ ନଆସିବାରୁ ଯୋଗାଣ ଶୃଙ୍ଖଳା ଉପରେ ଏହାର ପ୍ରଭାବ ପଡ଼ୁଛି। ଫଳରେ ଖୁଚୁରା ବଜାରରେ ଦର ଉପରମୁହାଁ ହୋଇଛି।
ପୂର୍ବରୁ ପ୍ରତିଦିନ ପ୍ରାୟ ୫ରୁ ୬ଟି ଟ୍ରକ୍ ପିଆଜ ଆସୁଥିବା ବେଳେ ଏବେ ସେହି ଯୋଗାଣ ହ୍ରାସ ପାଇଛି। ଯାହା ସିଧାସଳଖ ଭାବେ ବ୍ୟବସାୟୀ ଓ ଗ୍ରାହକଙ୍କ ଉପରେ ପଡ଼ୁଛି।
ରୋଷେଇ ବଜେଟ୍ରେ ପଡ଼ୁଛି ପ୍ରଭାବ
ପିଆଜ ଦର ବଢ଼ିବାର ପ୍ରଭାବ କେବଳ ବଜାରରେ ସୀମିତ ନାହିଁ। ଘରର ଦୈନନ୍ଦିନ ରୋଷେଇ ଖର୍ଚ୍ଚ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ୁଛି। ଅନ୍ୟ ପନିପରିବାର ଦର ସହ ପିଆଜର ମୂଲ୍ୟ ବୃଦ୍ଧି ସାଧାରଣ ଲୋକଙ୍କ ମାସିକ ବଜେଟ୍କୁ ଆହୁରି ଚାପରେ ପକାଇଛି।
ଏବେ ଖାଉଟିଙ୍କ ନଜର ରହିଛି କେବେ ସ୍ୱାଭାବିକ ହେବ ପିଆଜ ଯୋଗାଣ ଏବଂ କେବେ ତଳକୁ ଖସିବ ଏହାର ଦର।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
