ଗଞ୍ଜାମ : ଗଞ୍ଜାମ ଜିଲ୍ଲା ପ୍ରସାଶନ ପକ୍ଷରୁ ମୁଖ୍ଯମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ୧୧୧ ଜଣ ଦମ୍ପତିଙ୍କ ସାମୂହିକ ବିବାହ କାର୍ଯ୍ଯକ୍ରମ ଗୋଳନ୍ଥରା ସ୍ଥିତ ଭୈରବୀ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି l ଏହାସହ ବିବାହ କରିଥିବା ପ୍ରତ୍ୟେକ କନ୍ୟାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଗଲା ୪୫ ହଜାର ଟଙ୍କା l
ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ରାଜ୍ୟ ସରକାରଙ୍କ ଏକ ଲୋକପ୍ରିୟ ପଦକ୍ଷେପ ଭାବେ ପରିଚିତ। ଏହି ଯୋଜନା ଅନୁସାରେ ଅର୍ଥନୈତିକ ଭାବେ ଦୁର୍ବଳ ପରିବାରର କନ୍ୟାମାନଙ୍କ ବିବାହକୁ ସହାୟତା ଯୋଗାଯାଇଥାଏ। ସରକାର ପକ୍ଷରୁ ବିବାହ ସମ୍ପର୍କିତ ଆବଶ୍ୟକୀୟ ବ୍ୟବସ୍ଥା, ଅର୍ଥ ସହାୟତା ଓ ଉପହାର ଦିଆଯାଇଥାଏ, ଯାହା ଦ୍ୱାରା ପରିବାରମାନେ ଅର୍ଥନୈତିକ ଚାପ ବିନା ସମ୍ମାନ ସହିତ ବିବାହ ସମ୍ପନ୍ନ କରିପାରନ୍ତି । ଏହି ସାମୂହିକ ବିବାହର ଅନ୍ୟତମ ମୂଳ ଉଦ୍ଦେଶ୍ୟ ହେଉଛି ସମାଜରେ ବିଦ୍ୟମାନ କୁସଂସ୍କାରକୁ ଦୂର କରିବା ।
ବିଶେଷକରି ବାଲ୍ୟ ବିବାହ ଓ ଯୌତୁକ ପ୍ରଥା ବିରୋଧରେ ଏହା ଏକ ଦୃଢ଼ ସନ୍ଦେଶ ଦେଇଥାଏ। ଅନେକ ସମୟରେ ଦରିଦ୍ର ପରିବାରମାନେ ଯୌତୁକ ଭାର ଓ ବିବାହ ଖର୍ଚ୍ଚର ଭୟରେ କନ୍ୟାମାନଙ୍କୁ ଅପ୍ରାପ୍ତ ବୟସରେ ବିବାହ କରାଇଦେଇଥାନ୍ତି ।
କିନ୍ତୁ ଏପରି ସରକାରୀ ପଦକ୍ଷେପ ଦ୍ୱାରା ସେହି ପ୍ରବୃତ୍ତିକୁ ରୋକିବା ସମ୍ଭବ ହେଉଛି। କାର୍ଯ୍ୟକ୍ରମରେ ଯୋଗଦେଇଥିବା ନବଦମ୍ପତ୍ତି ମାନେ ସରକାର ଓ ଜିଲ୍ଲା ପ୍ରଶାସନଙ୍କୁ ଅନେକ ଧନ୍ୟବାଦ ଜଣାଇଥିଲେ। ସେମାନେ କହିଥିଲେ ଯେ, ଏହି ଯୋଜନା ତାଙ୍କ ପାଇଁ ଏକ ବଡ଼ ସହାୟତା ହୋଇଛି ଓ ସମାଜରେ ସମ୍ମାନ ସହ ଜୀବନ ଆରମ୍ଭ କରିବାରେ ଏହା ଏକ ନୂଆ ଅଧ୍ୟାୟ ଖୋଲିଦେଇଛି ।
ଏହା ସହିତ ସେମାନେ ଏହି ପ୍ରୟାସ ଅନ୍ୟ ଲୋକଙ୍କୁ ମଧ୍ୟ ପ୍ରେରଣା ଦେବ ବୋଲି ଆଶା ବ୍ୟକ୍ତ କରିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ପ୍ରତ୍ୟେକ ଦମ୍ପତ୍ତିଙ୍କ ପାଇଁ ବସିବା, ଖାଇବା, ପାଣି, ଓ ସୁରକ୍ଷା ସୁବିଧା ସହ ସମସ୍ତ ପ୍ରୟୋଜନୀୟ ବ୍ୟବସ୍ଥା ନିଶ୍ଚିତ କରାଯାଇଥିଲା। ସେହିପରି ଡାକ୍ତରୀ ସହାୟତା ଓ ଆପତ୍କାଳୀନ ସେବା ମଧ୍ୟ ପ୍ରସ୍ତୁତ ରଖାଯାଇଥିଲା, ଯାହା ଦ୍ୱାରା କୌଣସି ଅସୁବିଧା ହେଲେ ତୁରନ୍ତ ସମାଧାନ କରାଯାଇପାରେ।
ଏହି ପ୍ରକାର ସାମୂହିକ ବିବାହ କେବଳ ଅର୍ଥନୈତିକ ସହାୟତା ନୁହେଁ, ଏହା ସାମାଜିକ ସମତାର ପ୍ରତୀକ ମଧ୍ୟ ଅଟେ। ଏଠାରେ ସମସ୍ତ ବର-କନ୍ୟା ସମାନ ମଞ୍ଚରେ ବିବାହ କରି ସମାଜରେ ସମାନତା ଓ ଭାଇଚାରାର ସନ୍ଦେସ ବାଣ୍ଟିଥାନ୍ତି । ଏହାଦ୍ୱାରା ସମାଜରେ ଥିବା ଅନେକ ଭେଦଭାବ ମଧ୍ୟ କମିବାର ସମ୍ଭାବନା ରହିଛି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
