Explore

Search

September 9, 2026 3:49 am

କାମ ଦେଉନି ବାୟୋମେଟ୍ରିକ୍ ବ୍ୟବସ୍ଥା

ବ୍ରହ୍ମପୁର : କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷାଦାନ ଯୋଜନାକୁ ଠିକ୍ ଭାବେ ଲାଗୁ କରିବା ପାଇଁ ନୂଆ ପଦକ୍ଷେପ ନିଆଯାଇଛି। ଏଣିକି ଉଚ୍ଚଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ବାୟୋମେଟ୍ରିକ୍ ଉପସ୍ଥାନ ନିଆଯିବ। ବର୍ତ୍ତମାନ ଏହି ବ୍ୟବସ୍ଥା ପାଇଲଟ୍ ପ୍ରକଳ୍ପ ଭାବେ ଆରମ୍ଭ ହୋଇଛି। ପରୀକ୍ଷାମୂଳକ ପ୍ରକଳ୍ପ ସଫଳ ହେଲେ ଆଗାମୀ ଦୁଇ ମାସ ମଧ୍ୟରେ ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନରେ ଏହା ଲାଗୁ ହେବ।
ତେବେ ଗଞ୍ଜାମ ଜିଲ୍ଲାରେ ଏହି ବ୍ୟବସ୍ଥାକୁ ନେଇ କିଛି ପ୍ରଶ୍ନ ଉଠିଛି। ଜିଲ୍ଲାରେ ୬୮ଟି ଡିଗ୍ରୀ କଲେଜ ଓ ୨ଟି ବିଶ୍ୱବିଦ୍ୟାଳୟ ରହିଛି। ଏଠାରେ ପ୍ରାୟ ୩୦ ହଜାର ଛାତ୍ରଛାତ୍ରୀ ପଢ଼ୁଛନ୍ତି। ଅନ୍ୟପଟେ ୫ରୁ ୬ ହଜାର ଅଧ୍ୟାପକ ଓ କର୍ମଚାରୀଙ୍କ ବାୟୋମେଟ୍ରିକ୍ ଉପସ୍ଥାନ ବ୍ୟବସ୍ଥା ଏବେ ବି ସମ୍ପୂର୍ଣ୍ଣ ସୁବ୍ୟବସ୍ଥିତ ହୋଇନଥିବା କୁହାଯାଉଛି।
ସରକାରୀ ଓ ଅନୁଦାନପ୍ରାପ୍ତ କଲେଜରେ ଅଧ୍ୟାପକ ଓ କର୍ମଚାରୀଙ୍କ ପାଇଁ ୨୦୧୮ରୁ ବାୟୋମେଟ୍ରିକ୍ ଉପସ୍ଥାନ ଲାଗୁ ହୋଇଥିଲା। କିଛି ସମୟ ପରେ କୋଭିଡ୍ ଯୋଗୁଁ ଏହି ବ୍ୟବସ୍ଥା ପ୍ରଭାବିତ ହୋଇଥିଲା।
୨୦୨୨ରୁ ପୁଣି ଏହାକୁ ଚାଲୁ କରିବାକୁ ନିର୍ଦ୍ଦେଶ ଦିଆଗଲା। ହେଲେ ଅନେକ କଲେଜରେ ନିୟମିତ ଭାବେ ଉପସ୍ଥାନ ରେକର୍ଡ ହେଉନଥିଲା। ନିକଟରେ ବିଭାଗ ପକ୍ଷରୁ କଡ଼ା ଆଭିମୁଖ୍ୟ ନିଆଯିବା ପରେ ବ୍ୟବସ୍ଥାରେ ସୁଧାର ଆସିଥିବା ଜଣାପଡ଼ିଛି।
ଏଭଳି ସ୍ଥିତିରେ ପ୍ରାୟ ୩୦ ହଜାର ଛାତ୍ରଛାତ୍ରୀଙ୍କୁ ବାୟୋମେଟ୍ରିକ୍ ଉପସ୍ଥାନରେ ସାମିଲ କରିବା ବଡ଼ ଚ୍ୟାଲେଞ୍ଜ ହୋଇପାରେ। ଏଥିପାଇଁ ଆବଶ୍ୟକ ମେସିନ୍, ଭିତ୍ତିଭୂମି, ତଥ୍ୟ ପରିଚାଳନା ଓ ରକ୍ଷଣାବେକ୍ଷଣ ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ ପଡ଼ିବ। ତେଣୁ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ପାଇଁ ଉଚିତ ପ୍ରସ୍ତୁତି ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score