Explore

Search

September 8, 2026 10:30 am

ଓଡିଶା ପର୍ଯ୍ୟଟନକୁ ପାଦେ ଆଗକୁ ନେବ ‘ଥିଙ୍କ୍ ଇଣ୍ଡିଆ, ଥିଙ୍କ୍ ଓଡ଼ିଶା’

ଓଡ଼ିଶା ସରକାରଙ୍କ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରା ହେବ ସଫଳ l ଓଡ଼ିଶାର ପର୍ଯ୍ୟଟନକୁ ଏକ ନୂଆ ଦିଶା ଦେଖାଇବା ପରିପ୍ରେକ୍ଷୀରେ ନୂତନ ଦୁଃସାହସିକ ପର୍ଯ୍ୟଟନ ନିର୍ଦ୍ଦେଶାବଳୀ-୨୦୨୫ ଯାହା ଏକ ପ୍ରମୁଖ ରୋମାଞ୍ଚକର ପର୍ଯ୍ୟଟନ କେନ୍ଦ୍ର ଭାବେ ଗଢ଼ିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି l ଏଥିରେ ସାତକୋଶିଆରେ ରାଫ୍ଟିଙ୍ଗ୍, ହୀରାକୁଦରେ ହଟ୍-ଏୟାର ବେଲୁନ୍ ଭଳି କାର୍ଯ୍ୟକ୍ରମ ସହ ରାଜ୍ୟର ସମସ୍ତ ଜିଲ୍ଲାରେ ଦୁଃସାହସିକ ପର୍ଯ୍ୟଟନ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହି ପଦକ୍ଷେପ ଓଡ଼ିଶାକୁ ଅନ୍ତର୍ଜାତୀୟ ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ପ୍ରଦାନ କରିବାରେ ସହାୟକ ହେବ। ଥିଙ୍କ୍ ଇଣ୍ଡିଆ, ଥିଙ୍କ୍ ଓଡ଼ିଶା’ ଦୃଷ୍ଟିଭଙ୍ଗୀ ସହ ଓଡ଼ିଶାରେ ଦୁଃସାହସିକ ପର୍ଯ୍ୟଟନ କ୍ଷେତ୍ରର ବିକାଶ ହେବ l ଫଳରେ ପର୍ଯ୍ୟଟନ ଶିଳ୍ପର ନୂଆ ସମ୍ଭାବନା ସୃଷ୍ଟି ହେବା ସହିତ ଅନ୍ତର୍ଜାତୀୟ ମାନର ବିକାଶ ସହ ଯୁବପିଢ଼ିଙ୍କ ପାଇଁ ପ୍ରଶିକ୍ଷଣ ଓ ରୋଜଗାର ସୁଯୋଗ ମିଳିବ l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score