Explore

Search

May 18, 2026 10:13 pm

ଆଶ୍ଚର୍ଯ୍ୟ ଟ୍ରମ୍ପଙ୍କ ଚେହେରା ପୁରା ମଇଁଷି ଭଳି !

ନୂଆଦିଲ୍ଲୀ : ବାଂଲାଦେଶରେ ଈଦ୍-ଅଲ୍-ଆଧା (ବକ୍ରିଦ୍) ପାଇଁ ପ୍ରସ୍ତୁତି ଜୋରଦାର ଭାବେ ଚାଲିଛି। ଦେଶର ବିଭିନ୍ନ ପଶୁ ବଜାରରେ କିଣାବିକା ବଢ଼ିଥିବା ବେଳେ, ଏବେ ଦୁଇଟି ବିଶେଷ ମହିଷ ସମଗ୍ର ଦେଶର ଆକର୍ଷଣର କେନ୍ଦ୍ର ପାଲଟିଛି। ଏହି ଦୁଇ ମହିଷଙ୍କୁ ସ୍ଥାନୀୟ ଲୋକେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହିତ ତୁଳନା କରୁଛନ୍ତି।

ରାଜଧାନୀ ଢାକା ନିକଟସ୍ଥ ପଶୁ ବଜାରରେ ଏହି ମହିଷମାନଙ୍କୁ ଦେଖିବା ପାଇଁ ଶହ ଶହ ଲୋକଙ୍କ ଭିଡ଼ ଜମୁଛି । କେହି ତାଙ୍କ ସହ ସେଲ୍ଫି ନେଉଛନ୍ତି, ତ କେହି ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ କରୁଛନ୍ତି।

‘ଟ୍ରମ୍ପ’ ନାମରେ ପରିଚିତ ଏହି ମହିଷଟିର ଓଜନ ପ୍ରାୟ ୭୦୦ କିଲୋଗ୍ରାମ। ଏହାର ସୁନା ରଙ୍ଗର କେଶ ଓ ଅଲଗା ଦେଖା ଲୋକଙ୍କ ଆକର୍ଷଣ ଟାଣୁଛି। ଅନେକଙ୍କ ମତରେ, ଏହାର କେଶ ଶୈଳୀ ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରସିଦ୍ଧ ହେୟାର ଷ୍ଟାଇଲ୍ ସହ ମେଳ ଖାଉଛି। ତେଣୁ ଏହାକୁ “ଟ୍ରମ୍ପ ମହିଷ” ବୋଲି ଡାକାଯାଉଛି। ମହିଷର ମାଲିକଙ୍କ କହିବା ଅନୁସାରେ, ପ୍ରଥମେ ତାଙ୍କ ସାନ ଭାଇ ଏହି ସମାନତା ଦେଖି ଏହାର ନାମ ରଖିଥିଲେ। ଆଶ୍ଚର୍ଯ୍ୟର କଥା ହେଲା, ଏତେ ବଡ଼ ଦେହ ହେଉଥିଲେ ମଧ୍ୟ ଏହା ଅତ୍ୟନ୍ତ ଶାନ୍ତ ଓ କୋମଳ ସ୍ୱଭାବର।

ଅନ୍ୟପଟେ, ରାୟନଗଞ୍ଜରେ ଥିବା “ନେତାନ୍ୟାହୁ” ନାମର ମହିଷଟି ମଧ୍ୟ ଚର୍ଚ୍ଚାରେ ଅଛି। ପ୍ରାୟ ୭୫୦ କିଲୋଗ୍ରାମ ଓଜନର ଏହି ମହିଷଟି ଖୁବ ଆକ୍ରମଣାତ୍ମକ ବୋଲି କୁହାଯାଉଛି। ଏହା କାହାକୁ ସହଜରେ ପାଖକୁ ଆସିବାକୁ ଦେଉନଥାଏ ଏବଂ ଅନେକ ସମୟରେ ଲୋକଙ୍କ ଉପରେ ଆକ୍ରମଣ କରୁଥିବା ମଧ୍ୟ ଜଣାପଡ଼ିଛି।

ବକ୍ରି ଇଦ୍ ପାଖେଇ ଆସୁଥିବାରୁ ଏହି ଦୁଇ ମହିଷ ଏବେ ସୋସିଆଲ ମିଡିଆର ନୂଆ ଚର୍ଚ୍ଚା ବିଷୟ ହୋଇପାରିଛନ୍ତି । କେହି ଏହାକୁ ମଜାଦାର ସଂଯୋଗ ବୋଲି କହୁଥିବା ବେଳେ, ଅନ୍ୟମାନେ ଏହାର ଚେହେରା ଓ ଆଚରଣରେ ପ୍ରକୃତରେ ନେତାମାନଙ୍କ ସହ ସମାନତା ଥିବା ଦାବି କରୁଛନ୍ତି।

ଇଦ୍-ଅଲ୍-ଆଧା ମୁସଲମାନମାନଙ୍କର ଏକ ପବିତ୍ର ପର୍ବ, ଯେଉଁଠାରେ ନମାଜ ପରେ ପଶୁ କୁର୍ବାନୀ ଦିଆଯାଏ। ଏହି ପର୍ବ ପୂର୍ବରୁ ବାଂଲାଦେଶ ସହ ଭାରତ ଓ ଅନ୍ୟାନ୍ୟ ଦେଶରେ ମଧ୍ୟ ବଡ଼ ବଡ଼ ପଶୁ ବଜାର ଲାଗିଥାଏ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score