Explore

Search

May 2, 2026 2:23 am

ଏକ୍ସରେ ଯୋଡି ହୋଇପାରେ ଟିଭି ଓ ଟଙ୍କା ପଠାଇବାର ଫିଚର

X New Feature Update

ପୁଣି ଚର୍ଚ୍ଚାରେ ଏଲନ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ l ଏଲନ ମସ୍କ ‘ଏକ୍ସ’ ପ୍ଲାଟଫର୍ମରେ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଥିବା କୁହାଯାଉଛି। ଚଳିତ ବର୍ଷ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଟିଭି ଏବଂ ଟଙ୍କା ପଠାଇବାର ସୁବିଧା ମିଳିବାର ସମ୍ଭାବନା ରହିଛି। କମ୍ପାନୀର ସିଇଓ ଲିଣ୍ଡା ୟାକାରିନୋ ଏକ୍ସରେ ଏକ ପୋଷ୍ଟ କରି ଏହି ସେବା ବିଷୟରେ ସୂଚନା ଦେଇଛନ୍ତି।

‘ଏକ୍ସ’ ପ୍ଲାଟଫର୍ମର ସିଇଓ ଲିଣ୍ଡା ୟାକାରିନୋ ଏହି ପୋଷ୍ଟରେ ‘ଏକ୍ସ’ ଆପକୁ ସୋସିଆଲ ମିଡିଆରେ ଆଗକୁ ବିସ୍ତାର ହେବାକୁ ଯାଉଛି ବୋଲି କହିଛନ୍ତି। କମ୍ପାନୀ ଏବେ ଏଥିରେ ‘ଏକ୍ସ ମନି’ ଏବଂ ‘ଏକ୍ସ ଟିଭି’ ଫିଚର ସାମିଲ କରିବାକୁ ଯୋଜନା କରୁଛି ବୋଲି ସେ ଉଲ୍ଲେଖ କରିଛନ୍ତି।

ଏକ୍ସ ମନି ସାହାଯ୍ୟରେ ୟୁଜର୍ସମାନେ ପେମେଣ୍ଟ କରିପାରିବେ। ଏଥିରେ ଫୋନ ପେ, ପେଟିଏମ, ଗୁଗୁଲପେ ପରି ସୁବିଧା ଉପଲବ୍ଧ ହେବ। ସେହିପରି ଏକ୍ସ ଟିଭି ୟୁଜର୍ସଙ୍କ ମନୋରଞ୍ଜନ କରିବାରେ ସାହାଯ୍ୟ କରିବ। ଏହା ସାହାଯ୍ୟରେ ୟୁଜର୍ସ ଲାଇଭ ସ୍ପୋର୍ଟସ ଏବଂ ଅନ୍ୟ ମିଡିଆ କଣ୍ଟେଣ୍ଟର ଫାଇଦା ଉଠାଇ ପାରିବେ।

ଏକ୍ସ ପ୍ଲାଟଫର୍ମର ନାଁ ପୂର୍ବରୁ ‘ଟ୍ଵିଟର’ ଥିଲା। ଏଥିରେ ସେ ଅନେକ ପରିବର୍ତ୍ତନ ଆଣି ସାରିଛନ୍ତି। ପ୍ରଥମେ ନାମ ବଦଳାଇ ପରେ ଏହାର ଲୋଗୋ ନୀଳ ପକ୍ଷୀକୁ ହଟାଇ ଏକ୍ସ ଲଗାଇଥିଲେ।

ଏହା ପରେ ଏକ୍ସ ପ୍ରିମିୟମ ସବସ୍କ୍ରିକସନର ଆରମ୍ଭ ହୋଇଥିଲା। ଏପରି କରିବା ଦ୍ୱାରା ୟୁଜର୍ସଙ୍କୁ ବ୍ଲୁ ଟିକ୍ ମିଳିବା ସହିତ ପୋଷ୍ଟ ଏଡିଟ କରିବା ତଥା ବଡ଼ ଧରଣର ପୋଷ୍ଟ କରିବାର ସୁବିଧା ମିଳୁଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score