Explore

Search

January 17, 2026 4:38 pm

ପ୍ରଧାନମନ୍ତ୍ରୀଙ୍କ ତିନି ଦିନିଆ ବ୍ରୁନେଇ ଓ ସିଙ୍ଗାପୁର ଗସ୍ତ

pm visit to brunei and singapore

ପ୍ରଥମ ଥର ପାଇଁ ୩ ଦିନିଆ ବୃନେଇ ଓ ସିଙ୍ଗାପୁର ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।ବୃନେଇର ରାଜା ସୁଲତାନ ହାଜି ହସନାଲ ବୋଲିକିଆହାଙ୍କ ନିମନ୍ତ୍ରଣ ରକ୍ଷା କରି ବିଦେଶ ଗସ୍ତ କରିଛନ୍ତି ପିଏମ୍ ମୋଦି । କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ସରକାରୀ ବୃନେଇ ଗସ୍ତ । ସେଠାରେ ସେ ସିଙ୍ଗାପୁର ପାଇଁ ଯାତ୍ରା କରିବେ । ସେପ୍ଟେମ୍ବର ୪ କିମ୍ବା ୫ ତାରିଖରେ ଏହି ନିର୍ଦ୍ଧାରିତ ହେବ ।

ତେବେ ସୂଚନା ଥାଉ କି ବୃନେଇ ଓ ସିଙ୍ଗାପୁରରେ ପ୍ରଧାନମନ୍ତ୍ରୀ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ। ଉଭୟ ଦେଶ ସହିତ ଭାରତର ଦ୍ଵିପାକ୍ଷିକ ସମ୍ପର୍କକୁ ମଜଭୁତ କରିବା ଦିଗରେ ଏଠାରେ ଆଲୋଚନା ହେବ।|ଭାରତ ଓ ବୃନେଇ ଦାରୁର୍ସଲାମ ରାଜନୈତିକ ସମ୍ପର୍କ ପ୍ରାୟ ୪୦ ବର୍ଷ ପୁରୁଣା । ବୃନେଇ ଗସ୍ତ ସାରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ସିଙ୍ଗାପୁର ଯିବେ। ସେଠାରେ ସେ ରାଷ୍ଟ୍ରପତି ଥର୍ମନ ଶନମୁଗରତ୍ନମ୍ ଓ ପ୍ରଧାନମନ୍ତ୍ରୀ ଲରେନ୍ସ ଭୋଙ୍ଗେଙ୍କ ସହ ଦ୍ଵିପାକ୍ଷିକ ବୈଠକ କରିବେ। ଏହାସହ ସେ ସିଙ୍ଗାପୁରରେ ରହୁଥିବା ଭାରତୀୟ ସମୁଦାୟଙ୍କ ସହ ସାକ୍ଷତ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।

ତେବେ ବିଦେଶ ଯାତ୍ରା ଆରମ୍ଭ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ୍ସରେ ଏହି ସବୁ ପୋଷ୍ଟ କରିଥିବା ନେଇ ସୂଚନା ରହିଛି |

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score