Explore

Search

May 22, 2026 5:02 pm

ସ୍ପେସ୍ ଷ୍ଟେସନ ଯିବେ ବାୟୁସେନାର କ୍ୟାପ୍ଟେନ ଶୁଭ୍ରାଂଶୁ ଶୁକ୍ଳା

Space Station

ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ବାୟୁସେନାର କ୍ୟାପ୍ଟେନ ଶୁଭ୍ରାଂଶୁ ଶୁକ୍ଳାଙ୍କୁ ଭାରତୀୟ ଆମେରିକୀୟ ସ୍ପେସ୍ ମିଶନ ପାଇଁ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ କୁ ପଠାଇବା ଲାଗି ମନୋନୀତ କରିଛନ୍ତି । ତେବେ ସୂଚନା ଅନୁଯାଇ ଏହି ମିଶନ ରେ କ୍ୟାପ୍ଟେନ ଶୁଭ୍ରାଂଶୁ ଶୁକ୍ଳାଙ୍କ ସହିତ ଜଣେ ବ୍ୟାକ୍‌ଅ କ୍‌ଅପ୍ ମିଶନ ପାଇଲଟ ପ୍ରଶାନ୍ତ ବାଲକ୍ରିଷ୍ଣନ୍‌ ମଧ୍ୟ ରହିବେ । ଇସ୍ରୋର ହ୍ୟୁମାନ ସ୍ପେସ୍ ଫ୍ଲାଇଟ ସେଣ୍ଟର (ଏସ୍ଏସ୍ଏଫ୍‌ସି) ସ୍ପେସ୍ ଷ୍ଟେସନ ପାଇଁ ଏହାର ଆଗାମୀ ଆକ୍ସିଓମ୍-୪ ମିଶନ ଲାଗି ଆମେରିକାର ଆକ୍ସିଓମ୍ ସ୍ପେସ୍ ସହ ଏକ ସ୍ପେସ୍ ଫ୍ଲାଇଟ୍ ଆଗ୍ରିମେଣ୍ଟ (ଏସ୍ଏଫ୍‌) କରିଛି ।

ଅଗଷ୍ଟ ମାସ ପ୍ରଥମ ସପ୍ତାହରେ ରେ ଏହି ଦୁଇ ମହାକାଶଚାରୀଙ୍କ ଙ୍କ ଟ୍ରେନିଂ ଆରମ୍ଭ ହେବ ନେଇ ସୂଚନା ରହିଛି । ମିଶନରେ ଏହି ଦୁଇ ଅଧୂକାରୀ ସ୍ପେସ୍ ଷ୍ଟେସନରେ ନିର୍ଦ୍ଦିଷ୍ଟ ବୈଜ୍ଞାନିକ ଅନୁସନ୍ଧାନ, ଟେକ୍ନୋଲୋଜି ଆଧାରିତ ଗବେଷଣା ସହ ମହାକାଶ ଶରେ ଅନ୍ୟ କାର୍ଯ୍ୟକଳାପରେ ମଧ୍ୟ ସାମିଲ ରହିବେ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score