Explore

Search

January 8, 2026 12:17 am

ମହାନଦୀକୂଳ ପାଇବ ନୂଆ ରୂପ, ବାଲିଯାତ୍ରାକୁ ମିଳିବ ଅନ୍ତର୍ଜାତୀୟ ମାନ୍ୟତା – ମୁଖ୍ୟମନ୍ତ୍ରୀ

Cuttack Baliyatra

କଟକ: ଶୁକ୍ରବାର ସନ୍ଧ୍ୟାରେ ବହୁ ପ୍ରତୀକ୍ଷିତ ବାଲିଯାତ୍ରା ଆରମ୍ଭ ହୋଇଯାଇଛି l ଗଣକବି ବୈଷ୍ଣବ ପାଣି ମଞ୍ଚରେ ଶୁକ୍ରବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଶୁଭ ଉଦ୍‌ଘାଟନ କରିଛନ୍ତି l ସଭାରେ ଆଗାମୀ ଦିନରେ କଟକର ବାଲିଯାତ୍ରାକୁ ଅନ୍ତର୍ଜାତୀୟ ମାନ୍ୟତା ମିଳିବା ସହିତ ଏହାକୁ ୟୁନେସ୍କୋ ଦେବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ଉଦ୍ୟମ କରିବେ। ଅନ୍ୟପକ୍ଷରେ ସାଧବ ପୁଅମାନେ ସାତ ଦରିଆ ତେର ନଈ ପାର ହୋଇ ଜାଭା, ସୁମାତ୍ରା, ବାଲି, ମାଲେସିଆ ଆଦିକୁ ବାଣିଜ୍ଯ କରିବାକୁ ଯାଉଥିଲେ। ସେମାନେ କେବଳ ବେପାର କରୁ ନଥିଲେ, ବରଂ ଓଡ଼ିଶାର ସଂସ୍କୃତିକୁ ସେଠାରେ ପ୍ରସାର କରୁଥିଲେ l ଯାହାର ଐତିହାସିକ ପ୍ରମାଣ ମିଳେ ବାଲିଯାତ୍ରାରୁ l ତେବେ ଏହି ଉପଲକ୍ଷେ ଗୁଜୁରାଟର ସାବରମତୀ ଢାଞ୍ଚାରେ ମହାନଦୀରେ ରିଭର ଫ୍ରଣ୍ଟ ହେବ ବୋଲି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ l ଏତଦ୍ ବ୍ଯତୀତ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସମେତ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ l ଉଦ୍‌ଘାଟନୀ ସମାରୋହରେ ୧୪ଟି ଦେଶର ରାଷ୍ଟ୍ରଦୂତ ଯୋଗଦେଇ ଥିବାରୁ ଏହାର ଅନ୍ତର୍ଜାତୀୟ ମାନ୍ୟତା ପ୍ରକ୍ରିୟା ଆରମ୍ଭ ବୋଲି ପ୍ରତୀୟମାନ ହେଉଛି l ପ୍ରଥମ ଦିନରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା l ସନ୍ଧ୍ୟାବେଳେ ପଦ୍ମଶ୍ରୀ ଅନୁପ ଜଲୋଟାଙ୍କ ଭକ୍ତିମୟ ସଙ୍ଗୀତରେ ବିଭୋର ହୋଇଥିଲେ ଦର୍ଶକ l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score