Explore

Search

December 3, 2025 10:35 pm

ଦେଶ ଛାଡିଲେ ପ୍ରଧାନମନ୍ତ୍ରୀ ଶେଖ୍ ହସୀନା:ବାଂଲାଦେଶରେ ସେନା ଗଢିବ ଅନ୍ତରୀଣ ସରକାର

International News

ବାଂଲାଦେଶର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଶେଖ୍ ହସୀନା ଏଥିସହ ଦେଶରେ ଜାରି ରହିଛି ରାଜନୈତିକ ଅସ୍ଥିରତା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଭାରତର ଅଗରତାଲା ସହର ଅଭିମୁଖେ ଯାତ୍ରା କରିଛନ୍ତି ଶେଖ୍ ହସୀନା। ବାଂଲାଦେଶରେ ଗତ ମାସରୁ ଶେଖ୍ ହସିନାଙ୍କ ବିରୋଧରେ ଛାତ୍ରମାନେ ଆନ୍ଦୋଳନ କରୁଛନ୍ତି । ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଦେଶରେ ଚାଲିଥିବା ବ୍ୟାପକ ହିଂସା ମଧ୍ୟରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଶେଖ୍ ହସିନା। ଗତ ମାସ ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା। ଏଥିରେ ୨୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିବା ପରେ କିଛି ଦିନ ଆନ୍ଦୋଳନରେ ବିରାମ ଲାଗିଥିଲା। ଗତକାଲି ପୁଣି କିଛି ଛାତ୍ର ସଂଗଠନ ଏବଂ ବିରୋଧୀ ଦଳ ଆନ୍ଦୋଳନକୁ ଓହ୍ଲାଇଥିଲେ। ଏଥିରେ ପୁଣି ଶତାଧିକ ଲୋକଙ୍କ ଜୀବନ ଯାଇ ଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି।

ତେବେ ଏହି ଘଟଣା ମଧ୍ୟରେ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଦେଶର ସେନା ମୁଖ୍ୟ ,ବାଂଲାଦେଶରେ ଅନ୍ତରୀଣ ସରକାର ଗଠନ କରାଯିବ ବୋଲି ସେନା ମୁଖ୍ୟ ଜେନେରାଲ ୱାକର କହିଛନ୍ତି । ବାଂଲାଦେଶ ସେନା ମୁଖ୍ୟ ଓ ରାଷ୍ଟ୍ରପତି ଦେଶରେ ଅନ୍ତରୀଣ ସରକାର ଗଠନ ନେଇ ବିଚାରବିମର୍ଶ କରିବା ସହ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହାସହ ଦେଶରେ ସ୍ୱାଭାବିକ ପରିସ୍ଥିତି ଫେରାଇ ଆଣିବା ପାଇଁ ଉଦ୍ୟମ ଜାରିରହିବ ବୋଲି ସେ ଦର୍ଶାଇଛନ୍ତି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score