Explore

Search

March 18, 2026 4:44 am

ରାଜ୍ୟ ସରକାରଙ୍କ ବଡ ଘୋଷଣା :ବ୍ରୋଞ୍ଜ ବିଜୟୀ ଭାରତୀୟ ହକି ଦଳଙ୍କୁ ମିଳିବ ପୁରସ୍କାର

Paris Olympic 2024

ପ୍ୟାରିସ ଅଲିମ୍ପିକ୍ସରେ ସ୍ପେନ ବିପକ୍ଷରେ ୨-୧ ଗୋଲରେ ଦମଦାର ବିଜୟ ସାଧନ କରି ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ପୁରୁଷ ହକି ଦଳକୁ ଓଡ଼ିଶା ସରକାରଙ୍କ ପକ୍ଷରୁ ଆର୍ଥିକ ପୁରସ୍କାର ଘୋଷଣା କରିଛି। ଏହି ଉତ୍କୃଷ୍ଟ ସଫଳତା ପାଇଁ, ପ୍ରତ୍ୟେକ ଖେଳାଳିଙ୍କୁ ୧୫ ଲକ୍ଷ ଟଙ୍କା ଆର୍ଥିକ ପୁରସ୍କାର ମିଳିବାକୁ ଘୋଷଣା କରାଯାଇଛି। ସେହିପରି, ଦଳର ସପୋର୍ଟ ଷ୍ଟାଫଙ୍କୁ ୧୦ ଲକ୍ଷ ଟଙ୍କା ଦିଆଯିବା ପ୍ରସ୍ତାବ ମଧ୍ୟ ଘୋଷଣା ହୋଇଛି।

ଏହି ଦଳରେ ଓଡ଼ିଶାର ଏକମାତ୍ର ଖେଳାଳି ଅମିତ ରୋହିଦାସଙ୍କ, ପାଇଁ ସ୍ୱତନ୍ତ୍ର ଭାବରେ ୪ କୋଟି ଟଙ୍କାପୁରସ୍କାର ବ୍ୟାପ୍ତ କରାଯିବ ବୋଲି ସୂଚନା ରହିଛି । ଏହି ସୂଚନା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଇଛନ୍ତି, ଏବଂ ଏହି ସଫଳତା ପାଇଁ ପୁରୁଷ ହକି ଦଳକୁ ସମ୍ମାନ ଏବଂ ଶୁଭେଚ୍ଛା ମଧ୍ୟ ଜାଣାଇଛନ୍ତି।

ଆହୁରି ମଧ୍ୟ ସେ କହିଛନ୍ତି, “ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ଯେପରିକି ସ୍ପେନକୁ ୨-୧ ଗୋଲରେ ପରାସ୍ତ କରି ବ୍ରୋଞ୍ଜ ପଦକ ହାସଲ କରିଛି, ଏହି ବିଜୟ ସମସ୍ତ ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବର ଅବସର। ଆମେ ଏହି ବିଜୟ ପାଇଁ ସମସ୍ତଙ୍କୁ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛୁ।”

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score