Explore

Search

October 10, 2026 4:42 pm

ମଉଳିଲା ପଦକ ଆଶା :୨-୩ ଗୋଲରେ ଜର୍ମାନୀ ଠାରୁ ହାରିଲା ଭାରତ

Paris Olympic 2024

ପ୍ୟାରିସ ଅଲିମ୍ପିକ୍ସ ପୁରୁଷ ହକିରେ ବଡ ପଦକ ମିଳିବା ଆଶା ଆଶାରେ ରହିଯାଇଛି । ୪୪ ବର୍ଷ ମଧ୍ୟରେ ପ୍ରଥମ ଥର ଅଲିମ୍ପିକ୍ସରେ ହକି ଫାଇନାଲ ମ୍ୟାଚରେ ପ୍ରବେଶ କରିବାର ମଉକା ଥିଲେ ମଧ୍ୟ ଭାରତକୁ ଏହା ହାତଛଡା କରିବାକୁ ପଡିଛି । ସେମି ଫାଇନାଲରେ ଭାରତ ୨-୩ ଗୋଲରେ ଜର୍ମାନୀଠାରୁ ପରାଜିତ ହୋଇ ରୌପ୍ୟ ଓ ସ୍ବର୍ଣ୍ଣ ଦୌଡରୁ ବାଦ୍ ପଡିଛି । ଆସନ୍ତା ୮ ତାରିଖରେ ବ୍ରୋଞ୍ଜ ପାଇଁ ସ୍ପେନ ସହ ଲଢିବେ ପୁରୁଷ ହକି ଟିମ୍ ।

ତେବେ ସୂଚନା ଥାଉ କି ପ୍ରଥମ କ୍ବାର୍ଟରରୁ ହିଁ ଭାରତ ନିଜର ଦମଦାର ପ୍ରୟାସ ଜାରି ରଖିଥିଲା। ମଙ୍ଗଳବାର ରେଡ କାର୍ଡ ପାଇଁ ବାଦ୍ ପଡିଥିବା ପ୍ରମୁଖ ଡିଫେଣ୍ଡର ଅମିତ ରୋହିଦାସ ଅନୁପସ୍ଥିତିରେ ମ୍ୟାଚ ଖେଳିଥିଲା ଭାରତ । ୭ ମିନିଟରେ ମିଳିଥିଲା ପ୍ରଥମ ପେନାଲ୍ଟି କର୍ଣ୍ଣର । ଅଧିନାୟକ ହରମନପ୍ରୀତ ସିଂ ଏହାକୁ ଗୋଲରେ ରୂପାନ୍ତରିତ କରି ଦଳକୁ ୧-୦ରେ ଅଗ୍ରଣୀ କରାଇଥିଲେ । ପ୍ରଥମ ପର୍ଯ୍ୟାୟରେ ଦଳ ଆଉ ୬ଟି ପିସି ପାଇଥିଲା । ପ୍ରଥମ କ୍ବାର୍ଟର ଶେଷ ସୁଦ୍ଧା ଭାରତ ୧-୦ ଗୋଲରେ ଆଗୁଆ ରହିଥିଲା । କିନ୍ତୁ ଦ୍ୱିତୀୟ କ୍ୱାର୍ଟରରେ ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲରେ କନର୍ଭଟ କରିଥିଲେ ଜର୍ମାନୀର ଗୁଞ୍ଜାଲୋ ପିଲାଟ୍‌। ଯାହାଫଳରେ ମ୍ୟାଚ୍‌ ୧-୧ରେ ବରାବର ହୋଇଥିଲା । ମାତ୍ର ୨୭ତମ ମିନିଟ୍‌ରେ ଏକ ପେନାଲ୍ଟି ସଟ୍‌କୁ ଗୋଲରେ କନର୍ଭଟ କରିଥିଲେ କ୍ରିଷ୍ଟୋଫର ରୁର୍‌ । ଏହି ଗୋଲ ସହ ଦ୍ୱିତୀୟ କ୍ୱାର୍ଟର ସୁଦ୍ଧା ଜର୍ମାନୀ ୨-୧ରେ ଆଗୁଆ ରହିଥିଲା । ହେଲେ ଅନ୍ତିମ କ୍ୱାର୍ଟରରେ ଭାରତ ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା । ଶେଷ କ୍ୱାର୍ଟରରେ ଜର୍ମାନୀ ଆଉ ଏକ ଗୋଲ ଦେଇଥିବା ବେଳେ ଭାରତ କିନ୍ତୁ କୌଣସି ଗୋଲ କରିପାରିନଥିଲା । ଫଳରେ ୨-୩ ଗୋଲରେ ବିଜୟ ଲାଭ କରିଥିଲା ଜର୍ମାନୀ ଓ ଭାରତର ପଦ ପଦକ ଆଶା ମଉଳି ଯାଇଥିଲା ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score