Explore

Search

May 6, 2026 9:41 pm

CCTV ସର୍ଭିଲାନସରେ ରହିବ ରଥଯାତ୍ରା

ପୁରୀ : ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ଆସନ୍ତା ମେ ୮ ତାରିଖରେ ଏନେଇ ପ୍ରଥମ ସମନ୍ୱୟ ବୈଠକ ଆୟୋଜିତ ହେବାକୁ ଯାଉଛି । ଏହି ବୈଠକରେ ବିଭିନ୍ନ ବିଭାଗ ପକ୍ଷରୁ କାର୍ଯ୍ୟଯୋଜନା ସମ୍ପର୍କରେ ଆଲୋଚନା କରାଯିବ।

ଏ ବର୍ଷ ତ୍ରୁଟି ଶୂନ୍ୟ ରଥଯାତ୍ରା ଲକ୍ଷ୍ୟରେ ରାଜ୍ୟସରକାର ଭିଡ଼ ନିୟନ୍ତ୍ରଣକୁ ପ୍ରଥମ ପ୍ରାଥମିକତା ଦେଇଛନ୍ତି । ବଡ଼ଦାଣ୍ଡର କ୍ଷମତା ଅନୁସାରେ ଭକ୍ତଙ୍କ ପ୍ରବେଶ ଓ ପ୍ରସ୍ଥାନ ବ୍ୟବସ୍ଥା କରାଯିବ। ସର୍ଭେ ଅନୁଯାୟୀ, ବଡ଼ଦାଣ୍ଡରେ ପ୍ରାୟ ୪ ରୁ ୫ ଲକ୍ଷ ଭକ୍ତ ସମାଗମ କରିପାରିବେ । କିନ୍ତୁ ରଥଟଣା ସମୟରେ ଏହା ଦୁଇଗୁଣ ହୋଇଯାଏ। ତେଣୁ ପ୍ରବେଶ-ପ୍ରସ୍ଥାନ ସହ ଆପତ୍କାଳୀନ ମାର୍ଗ ଓ ଭିଡ଼ କମେଇବା ପଦକ୍ଷେପ ଉପରେ ବିଶେଷ ଧ୍ୟାନ ଦିଆଯାଇଛି ।

ସହରର ନିଷିଦ୍ଧ ଅଞ୍ଚଳ ଗୁଡିକୁ ଡିଜିଟାଲ ମାଧ୍ୟମରେ ସ୍ପଷ୍ଟ ଚିହ୍ନଟ କରାଯାଇଥିବା ବେଳେ, ଯାତାୟାତ ସୁଚାରୁ କରିବା ପାଇଁ ଭିନ୍ନ ଯାନ ପାଇଁ ନିୟମ ଲାଗୁ ହେବ। ଅଟୋ ଚଳାଚଳ ପାଇଁ ମଧ୍ୟ ସ୍ୱତନ୍ତ୍ର ନିର୍ଦ୍ଦେଶିକା ପ୍ରସ୍ତୁତ ହୋଇଛି।

ଭକ୍ତମାନଙ୍କ ସୁବିଧା ପାଇଁ ସହରର ବିଭିନ୍ନ ଭିଡ଼ ଅଞ୍ଚଳରେ ଆଲୋକ Led ମାଧ୍ୟମରେ ଭକ୍ତଙ୍କୁ ସୂଚନା ପ୍ରଦାନ କରାଯିବ। ସେହିପରି ସମଗ୍ର ବଡ଼ଦାଣ୍ଡକୁ ନିରୀକ୍ଷଣ କରିବା ପାଇଁ ଚଳିତବର୍ଷ ଇନ୍ସିଡେଣ୍ଟ ଫ୍ରି, ରଥଯାତ୍ରା ପାଇଁ ଫୋକସ ରଖିଛନ୍ତି ରାଜ୍ୟ ସରକାର । ଗତବର୍ଷ କମିଟି ନେଇଥିବା ସମସ୍ତ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତ ହୋଇଛି ରୋଡ ମ୍ୟାପ୍ । ଭିଡ ନିୟନ୍ତ୍ରଣ ପାଇଁ ନିର୍ଦ୍ଧାରିତ ହୋଇଛି ଥ୍ରେସହୋଲ୍ଡ ଲିମିଟ ।

ବଡ଼ଦାଣ୍ଡରେ ଆପତ୍କାଳୀନ ପରିସ୍ଥିତି ପାଇଁ ବିଶେଷ ପ୍ରସ୍ଥାନ ଯୋଜନା ପ୍ରସ୍ତୁତ ହୋଇଥିବା ବେଳେ ଚିକିତ୍ସା ସେବା ଓ ଆମ୍ବୁଲାନ୍ସ ଚଳାଚଳକୁ ସୁଚାରୁ ରଖିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।

ରଥଯାତ୍ରା ପରିଚାଳନା ପାଇଁ ଉଚ୍ଚ ପଦସ୍ଥ ପୁଲିସ ଅଧିକାରୀଙ୍କୁ ସମନ୍ୱୟ ଦାୟିତ୍ୱ ଦିଆଯାଇଥିବା ବେଳେ, ପୂର୍ବବର୍ଷର ଅଭିଜ୍ଞତାକୁ ଆଧାର କରି ଆହୁରି ସୁଦୃଢ଼ ବ୍ୟବସ୍ଥା କରାଯାଇଛି । ପ୍ରଶାସନ ଓ ସେବାୟତମାନଙ୍କ ମଧ୍ୟରେ ଭଲ ସମନ୍ୱୟ ରହିଲେ ଏବର୍ଷ ରଥଯାତ୍ରା ସଫଳ ଓ ନିର୍ବିଘ୍ନ ହେବ ବୋଲି ଆଶା କରାଯାଉଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score