କୋରାପୁଟ : କୋରାପୁଟର କଫିକୁ ମିଳିଛି ଆଉ ଏକ ବଡ଼ ପରିଚୟ। BRICS ସମ୍ମିଳନୀରେ ଚମକିଛି କୋରାପୁଟ କଫି । ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୋରାପୁଟ କଫିର ‘ଟାଇଗର ବ୍ରାଇଟ୍’କୁ BRICS ସମ୍ମିଳନୀରେ ଅତିଥି ଓ ପ୍ରତିନିଧିମାନଙ୍କୁ ପ୍ରଦାନ ଯାଇଛି । ଏହା କୋରାପୁଟ ସହ ଓଡ଼ିଶା ପାଇଁ ଏକ ଗର୍ବର ବିଷୟ ହୋଇଛି ।
ଚଳିତ ବର୍ଷ ନୂଆଦିଲ୍ଲୀରେ ଆୟୋଜିତ ହୋଇଛି BRICS ସମ୍ମିଳନୀ । ଏହି ଦୁଇ ଦିନିଆ ସମ୍ମିଳନୀରେ ବିଭିନ୍ନ ଦେଶର ପ୍ରତିନିଧି, ଅତିଥି ଓ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେବେ। ସେମାନଙ୍କୁ ଭାରତର ବିଶେଷ ଉତ୍ପାଦ ସହ ପରିଚିତ କରାଇବା ପାଇଁ କୋରାପୁଟ କଫିକୁ ସାମିଲ କରାଯାଇଛି।
କୋରାପୁଟର ପାହାଡ଼ିଆ ଅଞ୍ଚଳରେ ଉତ୍ପାଦିତ କଫି ନିଜର ସ୍ୱତନ୍ତ୍ର ସ୍ୱାଦ ଓ ଗୁଣ ପାଇଁ ପରିଚିତ। ଏବେ ଏହି କଫି ଅନ୍ତର୍ଜାତୀୟସ୍ତରର ଏକ ବଡ଼ ସମ୍ମିଳନୀରେ ଅତିଥିମାନଙ୍କ ପାଖରେ ପହଞ୍ଚିବା କୋରାପୁଟର କଫି ଚାଷୀଙ୍କ ପାଇଁ ଗର୍ବର ବିଷୟ ହୋଇଛି।
ଅନ୍ୟପକ୍ଷରେ BRICS ସମ୍ମିଳନୀରେ କୋରାପୁଟର ‘ଟାଇଗର ବ୍ରାଇଟ୍’ର ଉପସ୍ଥିତି କୋରାପୁଟର କଫିକୁ ନୂଆ ପରିଚୟ ଦେବ ବୋଲି ଆଶା କରାଯାଉଛି । ଏହାଦ୍ୱାରା ଓଡ଼ିଶାର କଫି ଚାଷ ଓ ସ୍ଥାନୀୟ ଉତ୍ପାଦ ବିଷୟରେ ଦେଶ ବାହାରର ଅତିଥିମାନେ ମଧ୍ୟ ଜାଣିବାର ସୁଯୋଗ ପାଇବେ ।
କୋରାପୁଟରୁ ଉତ୍ପାଦିତ କଫିର ଏଭଳି ଜାତୀୟସ୍ତରର ପରିଚୟକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି। ଏହା କେବଳ କୋରାପୁଟ ପାଇଁ ନୁହେଁ, ସମଗ୍ର ଓଡ଼ିଶା ଓ ଭାରତ ପାଇଁ ମଧ୍ୟ ଏକ ଗର୍ବର ମୁହୂର୍ତ୍ତ ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
