Explore

Search

September 26, 2026 9:13 pm

ଚୀନରେ ଚେହେରା ଭଡ଼ା ଦେଇ ରୋଜଗାର, AI ଖୋଲିଲା ନୂଆ ବାଟ

କୃତ୍ରିମ ବୁଦ୍ଧିମତ୍ତା ବା AIର ବ୍ୟବହାର ବଢ଼ିବା ସହ ଚୀନରେ ରୋଜଗାରର ଏକ ନୂଆ ଉପାୟ ସାମ୍ନାକୁ ଆସିଛି। ଲୋକମାନେ ନିଜ ଚେହେରାର ଡିଜିଟାଲ୍ ବ୍ୟବହାର ପାଇଁ କମ୍ପାନୀକୁ ଲାଇସେନ୍ସ ଦେଉଛନ୍ତି। ଏଥିରୁ ସେମାନେ ଟଙ୍କା ପାଉଛନ୍ତି।

ରିପୋର୍ଟ ଅନୁସାରେ, ଏହି ଚେହେରା ଲାଇସେନ୍ସର ମୂଲ୍ୟ ଅବଧି ଓ ବ୍ୟବହାର ଉପରେ ନିର୍ଭର କରେ। କେତେକ ମାମଲାରେ ଲୋକେ ପ୍ରାୟ ୭ଶହ ଟଙ୍କାରୁ ୧୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପାଇପାରୁଥିବା ଦାବି କରାଯାଇଛି। ActID ଓ New Claw ଭଳି ପ୍ଲାଟଫର୍ମ ମାଧ୍ୟମରେ ଲୋକେ ନିଜ ଚେହେରା ଲାଇସେନ୍ସ କରୁଛନ୍ତି । ଏଥିରେ ଅଭିନେତା, ଏକ୍ସଟ୍ରା ଆର୍ଟିଷ୍ଟ, ପ୍ରଭାବଶାଳୀ ବ୍ୟକ୍ତି ଏବଂ ସାଧାରଣ ଲୋକଙ୍କୁ ମଧ୍ୟ ସୁଯୋଗ ମିଳୁଛି।

AI ଆଧାରିତ ବିଜ୍ଞାପନ, ମାଇକ୍ରୋ ଡ୍ରାମା, ଭିଡିଓ ଗେମ୍ ଓ ଡିଜିଟାଲ୍ କଣ୍ଟେଣ୍ଟରେ ଏହି ଚେହେରା ବ୍ୟବହାର ହେଉଛି। ଫଳରେ AI ଏବେ କେବଳ ପ୍ରଯୁକ୍ତି ନୁହେଁ, ଆୟର ଏକ ନୂଆ ମାଧ୍ୟମ ଭାବେ ମଧ୍ୟ ଦେଖାଦେଇଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score