Explore

Search

September 12, 2026 9:43 pm

ବ୍ରହ୍ମପୁରରୁ ଗଡ଼ିଲା ସ୍ୱତନ୍ତ୍ର ଟ୍ରେନ : ଅଯୋଧ୍ୟା ଓ କାଶୀ ଯାତ୍ରାରେ ୭୭୫ ତୀର୍ଥଯାତ୍ରୀ

ବ୍ରହ୍ମପୁର : ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରାକୁ ସହଜ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଉ ଏକ ପଦକ୍ଷେପ ନିଆଯାଇଛି। ‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା’ ଅଧୀନରେ ୭୭୫ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ବ୍ରହ୍ମପୁର ରେଳ ଷ୍ଟେସନରୁ ଅଯୋଧ୍ୟା ଓ ବାରାଣସୀ ଅଭିମୁଖେ ଏକ ସ୍ୱତନ୍ତ୍ର ଟ୍ରେନ ଯାତ୍ରା ଆରମ୍ଭ କରିଛି।

ଗଞ୍ଜାମ ସମେତ ୫ଟି ଜିଲ୍ଲାର ବରିଷ୍ଠ ନାଗରିକ ଏହି ଯାତ୍ରାରେ ସାମିଲ ହୋଇଛନ୍ତି। ତୀର୍ଥଯାତ୍ରୀଙ୍କ ସହ ୨୫ ଜଣ ଏସ୍କର୍ଟ ମଧ୍ୟ ଯାତ୍ରା କରୁଛନ୍ତି। ଯାତ୍ରା ଆରମ୍ଭ ପୂର୍ବରୁ ବ୍ରହ୍ମପୁର ରେଳ ଷ୍ଟେସନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଯୋଗଦେଇ ତୀର୍ଥଯାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ପତାକା ଦେଖାଇ ସ୍ୱତନ୍ତ୍ର ଟ୍ରେନର ଶୁଭାରମ୍ଭ କରିଥିଲେ।

ଏହି ୬ ଦିନିଆ ଯାତ୍ରା ସମୟରେ ତୀର୍ଥଯାତ୍ରୀମାନେ ବାରାଣସୀର ବିଭିନ୍ନ ପବିତ୍ର ସ୍ଥାନ ପରିଦର୍ଶନ କରିବେ। ଗଙ୍ଗା ଘାଟରେ ପବିତ୍ର ସ୍ନାନ ସହ ଗଙ୍ଗା ଆରତି ଦର୍ଶନର ସୁଯୋଗ ପାଇବେ। ଏହାସହ କାଶୀ ବିଶ୍ୱନାଥ ମନ୍ଦିର ଓ ବିଭିନ୍ନ ଶୈବ ପୀଠରେ ଦର୍ଶନ କରିବେ। ଅଯୋଧ୍ୟାରେ ମଧ୍ୟ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରିବେ।

ଯାତ୍ରା ସମୟରେ ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ, ସୁରକ୍ଷା ଓ ଆବଶ୍ୟକ ସୁବିଧା ଉପରେ ଗୁରୁତ୍ୱ ଦେବାକୁ ଏସ୍କର୍ଟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଗଞ୍ଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ଭି.କୀର୍ତ୍ତିଭାସନ ତୀର୍ଥଯାତ୍ରୀମାନଙ୍କୁ ଯାତ୍ରାର ଆନନ୍ଦ ନେବା ସହ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ପରାମର୍ଶ ଦେଇଛନ୍ତି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score