Explore

Search

September 5, 2026 9:12 pm

ଗଞ୍ଜାମରେ ‘ଉଲ୍ଲାସ’ ସଚେତନତା ଯାନର ଶୁଭାରମ୍ଭC

ଛତ୍ରପୁର : ଶିକ୍ଷାରୁ ବଞ୍ଚିତ ଲୋକଙ୍କୁ ସାକ୍ଷର କରିବା ସହ ସମାଜରେ ଶିକ୍ଷାର ଗୁରୁତ୍ୱ ବଢ଼ାଇବା ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାରେ ‘ଉଲ୍ଲାସ’ ସଚେତନତା ଅଭିଯାନ ଆରମ୍ଭ ହୋଇଛି । ଜୀବନର ପ୍ରତ୍ୟେକ ପର୍ଯ୍ୟାୟରେ ଶିକ୍ଷା ଜାରି ରଖିବା ନେଇ ସାଧାରଣ ଲୋକଙ୍କୁ ପ୍ରେରିତ କରିବା ଏହି ଅଭିଯାନର ଅନ୍ୟତମ ଲକ୍ଷ୍ୟ ।
ଛତ୍ରପୁରସ୍ଥିତ ପିଏମଶ୍ରୀ ଅନସ୍ଲୋ ଉଚ୍ଚ ବିଦ୍ୟାଳୟ ପରିସରରେ ଶନିବାର ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଜିଲ୍ଲାପାଳ ଶ୍ରୀଯୁକ୍ତ ଭି.କୀର୍ତ୍ତି ଭାସନ ସବୁଜ ପତାକା ଦେଖାଇ ସଚେତନତା ଯାନକୁ ଯାତ୍ରାରମ୍ଭ କରାଇଥିଲେ।
ଅଭିଯାନରେ ସାମିଲ ହୋଇଥିବା ଯାନଟି ଆଜିଠୁ ନେଇ ୯ ତାରିଖ ଯାଏଁ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଓ ଗ୍ରାମ ପରିକ୍ରମା କରିବ। ଏହି ସମୟରେ ଗ୍ରାମାଞ୍ଚଳର ଲୋକଙ୍କୁ ନିରକ୍ଷରତା ଦୂରୀକରଣ, ସାକ୍ଷରତା ଶିକ୍ଷା ଏବଂ ‘ଉଲ୍ଲାସ’ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ବିଭିନ୍ନ ମାଧ୍ୟମରେ ଅବଗତ କରାଯିବ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score