Explore

Search

September 5, 2026 9:12 pm

ଏଣିକି କେୱାଇସି ନକଲେ ୟୁପିଆଇ ବନ୍ଦ

ନୂଆଦିଲ୍ଲୀ: ଅନଲାଇନ୍ ପେମେଣ୍ଟ ସେବା ପ୍ରଦାନ କରୁଥିବା କମ୍ପାନିଗୁଡ଼ିକ ମର୍ଚ୍ଚାଣ୍ଟମାନଙ୍କର କେୱାଇସି (KYC) ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାର ସମୟସୀମା ବଢ଼ାଇବାକୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI)କୁ ଅନୁରୋଧ କରିଛନ୍ତି। ବର୍ତ୍ତମାନ କେୱାଇସି ପାଇଁ ଧାର୍ଯ୍ୟ ସମୟସୀମା ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ରହିଛି।
ଏହି ସମୟସୀମା ଆଉ ବଢ଼ାଯାଇନଥିଲେ ଅନେକ ମର୍ଚ୍ଚାଣ୍ଟ ଆକାଉଣ୍ଟ ଅସ୍ଥାୟୀ ଭାବେ ବନ୍ଦ ହୋଇପାରେ। ଏହାର ସିଧାସଳଖ ପ୍ରଭାବ ୟୁପିଆଇ ପେମେଣ୍ଟ ଉପରେ ପଡ଼ିବାର ଆଶଙ୍କା ରହିଛି। ଫଳରେ ଦେଶର ପ୍ରାୟ ୧୦ ଲକ୍ଷ କ୍ଷୁଦ୍ର ବ୍ୟବସାୟୀ ସମସ୍ୟାରେ ପଡ଼ିପାରନ୍ତି।
ପେଟିଏମ୍ ଓ ଫୋନପେ’ ଭଳି ଡିଜିଟାଲ୍ ପେମେଣ୍ଟ କମ୍ପାନିଗୁଡ଼ିକର କହିବା ଅନୁସାରେ, ଦେଶର ବିଭିନ୍ନ ସ୍ଥାନରେ ଲକ୍ଷ ଲକ୍ଷ ଛୋଟ ଓ ବଡ଼ ବ୍ୟବସାୟୀଙ୍କର ଇ-କେୱାଇସି ପ୍ରକ୍ରିୟା ଏବେ ବି ସମ୍ପୂର୍ଣ୍ଣ ହୋଇନାହିଁ। ଆସନ୍ତା ସେପ୍ଟେମ୍ବର ୧୫ ସୁଦ୍ଧା ଏତେ ବଡ଼ ସଂଖ୍ୟକ ମର୍ଚ୍ଚାଣ୍ଟଙ୍କର କେୱାଇସି ସମ୍ପୂର୍ଣ୍ଣ କରିବା ଏକ ବଡ଼ ଚ୍ୟାଲେଞ୍ଜ ବୋଲି କମ୍ପାନିଗୁଡ଼ିକ ଦର୍ଶାଇଛନ୍ତି।
ନିୟମ ଅନୁଯାୟୀ, ଧାର୍ଯ୍ୟ ସମୟ ମଧ୍ୟରେ କେୱାଇସି ସମ୍ପୂର୍ଣ୍ଣ ନକଲେ ସମ୍ପୃକ୍ତ ମର୍ଚ୍ଚାଣ୍ଟ ଆକାଉଣ୍ଟକୁ ସାମୟିକ ଭାବେ ନିଷ୍କ୍ରିୟ କରାଯାଇପାରେ। ଏପରି ସ୍ଥିତିରେ ଦୋକାନ, ଠେଲା, ରାସ୍ତାକଡ଼ ବ୍ୟବସାୟୀ ଏବଂ ଅନଲାଇନ୍ ବିକ୍ରେତାଙ୍କ ପାଖରେ ଗ୍ରାହକମାନେ ୟୁପିଆଇ ମାଧ୍ୟମରେ ପେମେଣ୍ଟ କରିବାରେ ବାଧା ସୃଷ୍ଟି ହୋଇପାରେ।
ଏକ ରିପୋର୍ଟ ଅନୁଯାୟୀ, କ୍ୟୁଆର୍ କୋଡ୍ ମାଧ୍ୟମରେ ଡିଜିଟାଲ୍ ପେମେଣ୍ଟ ଗ୍ରହଣ କରୁଥିବା ପ୍ରାୟ ୩୦ରୁ ୩୫ ପ୍ରତିଶତ କ୍ଷୁଦ୍ର ବ୍ୟବସାୟୀ, ଠେଲା ବ୍ୟବସାୟୀ ଓ ରାସ୍ତାକଡ଼ ଦୋକାନୀ ଏହି ନିୟମ ଯୋଗୁଁ ପ୍ରଭାବିତ ହୋଇପାରନ୍ତି। ତେଣୁ କ୍ଷୁଦ୍ର ବ୍ୟବସାୟୀଙ୍କ ହିତକୁ ଦୃଷ୍ଟିରେ ରଖି କେୱାଇସି ପାଇଁ ଧାର୍ଯ୍ୟ ସମୟସୀମା ବଢ଼ାଇବାକୁ ପେମେଣ୍ଟ କମ୍ପାନିଗୁଡ଼ିକ ଆରବିଆଇଙ୍କ ନିକଟରେ ଦାବି ରଖିଛନ୍ତି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score