Explore

Search

August 19, 2026 8:40 pm

ଜାଣିଛନ୍ତି କି ପ୍ରଥମ କାଉଡ଼ିଆ କିଏ ଓ କେବେଠୁ ଆରମ୍ଭ ହେଲା କାଉଡିଆ ପରମ୍ପରା ?

ଚାଲିଛି ମହାଦେବଙ୍କ ପ୍ରିୟ ଶ୍ରାବଣ ମାସ। ଏହି ପବିତ୍ର ଶ୍ରାବଣ ମାସରେ ଶିବଭକ୍ତିରେ ମୁଖରିତ ହୋଇ ଉଠିଛି ପରିବେଶ। ବିଶେଷକରି ଏହି ଶ୍ରାବଣ ସୋମବାରରେ ଭଗବାନ ଶିବଙ୍କୁ ଜଳାଭିଷେକ କରିବା ପାଇଁ ଭକ୍ତମାନେ ନଦୀରୁ ପବିତ୍ର ଜଳ ସଂଗ୍ରହ କରି କାଉଡ଼ି ମାଧ୍ୟମରେ ଶିବ ମନ୍ଦିର ପର୍ଯ୍ୟନ୍ତ ନେଇଯାଆନ୍ତି। ଏହି ଭକ୍ତିମୟ ପରମ୍ପରାରେ ପ୍ରତିବର୍ଷ ହଜାର ହଜାର କାଉଡ଼ିଆ ସାମିଲ ହୋଇଥାନ୍ତି।

ହେଲେ ଜାଣିଛନ୍ତି ଏହି ପରମ୍ପରାର ଆରମ୍ଭ କେମିତି ହେଲା ? ପ୍ରଥମେ କିଏ ଶିବଲିଙ୍ଗରେ ଜଳାଭିଷେକ ପାଇଁ ଜଳଭାର ବୋହିଥିଲେ? ଏହା ପଛରେ କ’ଣ ରହିଛି ପୌରାଣିକ କାହାଣୀ ?

ପ୍ରଥମ କାଉଡ଼ିଆ ଭାବେ ପର୍ଶୁରାମ
ପୌରାଣିକ ମାନ୍ୟତା ଅନୁସାରେ, ଭଗବାନ ପର୍ଶୁରାମଙ୍କୁ ପ୍ରଥମ କାଉଡ଼ିଆ ଭାବେ ବିଶ୍ୱାସ କରାଯାଏ। କଥା ଅନୁଯାୟୀ, ସହସ୍ରବାହୁ ନାମକ ରାଜା ଋଷି ଜମଦଗ୍ନିଙ୍କୁ ହତ୍ୟା କରିଥିଲେ। ପିତାଙ୍କ ମୃତ୍ୟୁ ଖବର ଶୁଣି ପର୍ଶୁରାମ କ୍ରୋଧିତ ହୋଇ ସହସ୍ରବାହୁଙ୍କୁ ବଧ କରିଥିଲେ।
ପରେ ନିଜ ତପସ୍ୟା ବଳରେ ପର୍ଶୁରାମ ପିତା ଜମଦଗ୍ନିଙ୍କୁ ପୁନର୍ଜୀବିତ କରିଥିବା କଥା ପୁରାଣରେ ବର୍ଣ୍ଣିତ ହୋଇଛି।

ଶିବଙ୍କୁ ଜଳାଭିଷେକର ପରାମର୍ଶ
ସହସ୍ରବାହୁଙ୍କ ବଧ ଯୋଗୁଁ ସୃଷ୍ଟି ହୋଇଥିବା ପାପରୁ ମୁକ୍ତି ପାଇବା ପାଇଁ ଜମଦଗ୍ନି ପର୍ଶୁରାମଙ୍କୁ ଭଗବାନ ଶିବଙ୍କ ଆରାଧନା କରିବା ସହ ଜଳାଭିଷେକ କରିବାକୁ ପରାମର୍ଶ ଦେଇଥିଲେ।

ପିତାଙ୍କ ଆଦେଶ ଅନୁସାରେ ପର୍ଶୁରାମ ଗଙ୍ଗା ନଦୀରୁ ପବିତ୍ର ଜଳ ଆଣି ଶିବଲିଙ୍ଗରେ ଅର୍ପଣ କରିଥିଲେ। ଏହି ଘଟଣାକୁ କାଉଡ଼ି ଯାତ୍ରା ଓ ଶିବଙ୍କୁ ଜଳାଭିଷେକ କରିବାର ପ୍ରାଚୀନ ପରମ୍ପରା ସହ ଯୋଡ଼ି ଦେଖାଯାଏ।

ପରମ୍ପରା ଅନୁଯାୟୀ, ପର୍ଶୁରାମ ନିଜ ପିତାଙ୍କ ଆଶ୍ରମ ନିକଟରେ ଏକ ଶିବଲିଙ୍ଗ ସ୍ଥାପନ କରି ସେଠାରେ ଜଳାଭିଷେକ କରିଥିଲେ। ଆଜି ମଧ୍ୟ ପର୍ଶୁରାମଙ୍କ ସହ ଜଡ଼ିତ ଏହି ଶିବଲିଙ୍ଗକୁ ନେଇ ବିଭିନ୍ନ ଧାର୍ମିକ ମାନ୍ୟତା ପ୍ରଚଳିତ ରହିଛି।

ଶ୍ରାବଣ ମାସରେ କାଉଡ଼ିଆମାନେ ଦୂରଦୂରାନ୍ତରୁ ଜଳ ଆଣି ମହାଦେବଙ୍କୁ ଅର୍ପଣ କରିବା ପଛରେ ଥିବା ଏହି ପୌରାଣିକ କଥା ଆଜି ମଧ୍ୟ ଭକ୍ତି ଓ ପରମ୍ପରାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇରହିଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score