Explore

Search

August 17, 2026 8:54 pm

ରାକ୍ଷୀପୂର୍ଣିମାରେ ସୁଭଦ୍ରା ହିତାଧିକାରୀଙ୍କ ପାଇଁ ବଡ଼ ଉପହାର

ଭୁବନେଶ୍ୱର : ଆସନ୍ତା ରାକ୍ଷୀରେ ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ବଡ ଉପହାର । ଏନେଇ ଘୋଷଣା ହେବା ପରେ ହିତାଧିକାରୀଙ୍କ ଭିତରେ ଖୁସି ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ସୁଭଦ୍ରା ଯୋଜନା ଅନ୍ତର୍ଗତ ପଞ୍ଚମ ପର୍ଯ୍ୟାୟର ଆର୍ଥିକ ସହାୟତା ଅଗଷ୍ଟ ୨୮ ତାରିଖରେ ପ୍ରଦାନ କରାଯିବ।

ଏହି ଅବସରରେ ଯୋଗ୍ୟ ମହିଳାଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଟଙ୍କା ଜମା ହେବ ବୋଲି ସୂଚନା ମିଳିଛି।

ଏହି କାର୍ଯ୍ୟକ୍ରମକୁ ନୟାଗଡ଼ ଜିଲ୍ଲାରେ ରାଜ୍ୟସ୍ତରୀୟ ଭାବେ ଆୟୋଜନ କରାଯିବ । ସେଠାରୁ ଏକାଧିକ ଲାଭାର୍ଥୀଙ୍କ ନାମରେ ଟଙ୍କା ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହେବ । ଚଳିତ ପର୍ଯ୍ୟାୟରେ ରାଜ୍ୟର ଏକ କୋଟିରୁ ଅଧିକ ମହିଳା ଏହି ସହାୟତା ପାଇବାର ସମ୍ଭାବନା ରହିଛି।

ଅଗଷ୍ଟ ୨୮ ସୁଦ୍ଧା ଆବେଦନ ପ୍ରକ୍ରିୟା ସଫଳତାର ସହ ପୂରଣ କରିଥିବା ଯୋଗ୍ୟ ମହିଳାମାନେ ଏହି କିସ୍ତିର ଲାଭ ପାଇବେ । ସେହିପରି ପୂର୍ବରୁ ବିଭିନ୍ନ କାରଣରୁ ସହାୟତା ପାଇବାରୁ ବଞ୍ଚିତ ହୋଇଥିବା ଯୋଗ୍ୟ ଲାଭାର୍ଥୀଙ୍କ ପାଇଁ ମଧ୍ୟ ବିଶେଷ ବ୍ୟବସ୍ଥା କରାଯାଇଛି ।

ସରକାରୀ ସୂଚନା ଅନୁଯାୟୀ, ପୂର୍ବରୁ ଟଙ୍କା ପାଇନଥିବା ଯୋଗ୍ୟ ମହିଳାମାନଙ୍କୁ ବକେୟା ଥିବା ସମସ୍ତ କିସ୍ତିର ଅର୍ଥ ଏକାଥରେ ପ୍ରଦାନ କରାଯିବ । ଏହାଫଳରେ ଅନେକ ଲାଭାର୍ଥୀ ଏକକାଳୀନ ଭାବେ ବଡ଼ ଆର୍ଥିକ ସହାୟତା ପାଇପାରିବେ।

ରାକ୍ଷୀପୂର୍ଣିମା ପର୍ବକୁ ଅଧିକ ସ୍ମରଣୀୟ କରିବା ପାଇଁ ରାଜ୍ୟ ସରକାର ପକ୍ଷରୁ ଏହି ଆର୍ଥିକ ସହାୟତା ବଣ୍ଟନ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score