Explore

Search

July 9, 2026 10:39 pm

ମୋଦି-ଆଲବାନିଜଙ୍କ ଉପସ୍ଥିତିରେ ହୋଇପାରେ ବଡ଼ ଘୋଷଣା : କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ବଢ଼ିଲା ଉତ୍ସାହ

କ୍ରିକେଟ ପ୍ରେମୀଙ୍କ ପାଇଁ ଆସିଛି ଏକ ବଡ଼ ଖବର। ଅଷ୍ଟ୍ରେଲିଆର ଲୋକପ୍ରିୟ ଟି-୨୦ ଟୁର୍ଣ୍ଣାମେଣ୍ଟ ବିଗବାସଲିଗ୍‌ (BBL) ପ୍ରଥମ ଥର ପାଇଁ ଭାରତୀୟ ମାଟିରେ ଖେଳାଯାଇପାରେ। ଯଦି ସମସ୍ତ ଯୋଜନା ସଫଳ ହୁଏ, ତେବେ କ୍ରିକେଟ ଇତିହାସରେ ଏହା ଏକ ନୂଆ ଅଧ୍ୟାୟ ଯୋଡ଼ିବ।

ସୂଚନା ଅନୁସାରେ, ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଏବଂ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ୍ ଆସନ୍ତାକାଲି ମେଲବର୍ଣ୍ଣରେ ଏହି ଯୋଜନା ସମ୍ପର୍କରେ ଘୋଷଣା କରିପାରନ୍ତି। ଏହି ସମ୍ଭାବ୍ୟ ଘୋଷଣାକୁ ନେଇ କ୍ରିକେଟ ଜଗତରେ ଚର୍ଚ୍ଚା ଜୋର ଧରିଛି।

ଆସନ୍ତା ଡିସେମ୍ବର ୧୨ ତାରିଖରେ ଚେନ୍ନାଇର ଏମ୍.ଏ. ଚିଦାମ୍ବରମ ଷ୍ଟାଡିୟମରେ ମେଲବର୍ଣ୍ଣ ରେନେଗେଡ୍ସ ଓ ପର୍ଥ ସ୍କର୍ଚର୍ସ ମଧ୍ୟରେ BBL ର ଉଦଘାଟନୀ ମ୍ୟାଚ ଖେଳାଯାଇପାରେ। ତେବେ ଏହାକୁ ନେଇ କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ସ୍ୱୀକୃତି ମିଳିନାହିଁ।

ନିକଟରେ କ୍ରିକେଟ ଅଷ୍ଟ୍ରେଲିଆର ଏକ ପ୍ରତିନିଧି ଦଳ ଚେନ୍ନାଇ ଗସ୍ତ କରି ଏମ.ଏ. ଚିଦାମ୍ବରମ ଷ୍ଟାଡିୟମର ବ୍ୟବସ୍ଥା ପରଖିଥିଲେ। ଏହାସହ ବିସିସିଆଇ ଏବଂ ତାମିଲନାଡୁ କ୍ରିକେଟ୍ ଆସୋସିଏସନର ଅଧିକାରୀମାନଙ୍କ ସହ ଆଲୋଚନା ମଧ୍ୟ କରିଥିଲେ। ପ୍ରସ୍ତାବକୁ ସକାରାତ୍ମକ ପ୍ରତିକ୍ରିୟା ମିଳିଥିବାରୁ ଯୋଜନା ଆଗକୁ ବଢ଼ୁଥିବା କୁହାଯାଉଛି।

ପ୍ରଥମେ ଭାରତର ବିଭିନ୍ନ ସହରରେ ଏକାଧିକ BBL ମ୍ୟାଚ ଆୟୋଜନ କରିବାର ଚିନ୍ତା ଥିଲା। କିନ୍ତୁ ସମୟ ସୀମା ଓ ଲଜିଷ୍ଟିକ୍ସ ସମସ୍ୟା ଯୋଗୁଁ ବର୍ତ୍ତମାନ କେବଳ ଉଦ୍‌ଘାଟନୀ ମ୍ୟାଚକୁ ଭାରତରେ ଆୟୋଜନ କରିବା ନେଇ ଯୋଜନା ଚାଲିଛି । ଦଳମାନଙ୍କ ଯାତାୟାତ ଓ ଅନ୍ୟାନ୍ୟ ବ୍ୟବସ୍ଥା ଆୟୋଜକଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇପାରେ।

ଯଦି ଏହି ଯୋଜନା ସଫଳ ହୁଏ, ତେବେ ପ୍ରଥମ ଥର ପାଇଁ ଭାରତୀୟ ଦର୍ଶକମାନେ ନିଜ ଦେଶରେ ବସି BBLର ରୋମାଞ୍ଚ ଉପଭୋଗ କରିବାର ସୁଯୋଗ ପାଇବେ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score