Explore

Search

July 9, 2026 10:31 pm

ମୋଦିଙ୍କ ବିଦେଶ ଗସ୍ତର ଖର୍ଚ୍ଚ କିଏ ବହନ କରେ ? ଜାଣନ୍ତୁ ପୂରା ହିସାବ

ନୂଆଦିଲ୍ଲୀ : ଆମ ଦେଶର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ବିଦେଶ ଗସ୍ତକୁ ନେଇ ସବୁବେଳେ ଚର୍ଚ୍ଚା ଓ ତର୍କ ଲାଗି ରହିଥାଏ । ବିଶେଷ କରି ଏଭଳି ଗସ୍ତ ପାଇଁ କେତେ ଟଙ୍କା ଖର୍ଚ୍ଚ ହୁଏ ଏବଂ ସେହି ଖର୍ଚ୍ଚ କିଏ ବହନ କରେ, ତାହା ଜାଣିବାକୁ ସାଧାରଣ ଲୋକଙ୍କ ମଧ୍ୟରେ ଆଗ୍ରହ ରହିଥାଏ । ବର୍ତ୍ତମାନ ପ୍ରଧାନମନ୍ତ୍ରୀ ୬ ଦିନିଆ ବିଦେଶ ଗସ୍ତରେ ଥିବା ବେଳେ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବେ। ଏହାକୁ ନେଇ ପୁଣିଥରେ ଏହି ପ୍ରଶ୍ନ ଚର୍ଚ୍ଚାକୁ ଆସିଛି।

ବିଦେଶ ଗସ୍ତର ଖର୍ଚ୍ଚ କିଏ ବହନ କରେ?

ପ୍ରଧାନମନ୍ତ୍ରୀଙ୍କ ସରକାରୀ ବିଦେଶ ଗସ୍ତ ପାଇଁ ହେଉଥିବା ମୁଖ୍ୟ ଖର୍ଚ୍ଚ ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (MEA) ବହନ କରିଥାଏ। ଦ୍ୱିପାକ୍ଷିକ ବୈଠକ, ଆନ୍ତର୍ଜାତୀୟ ସମ୍ମିଳନୀ ଏବଂ କୂଟନୈତିକ କାର୍ଯ୍ୟକ୍ରମ ପାଇଁ ଆବଶ୍ୟକ ଅର୍ଥ ମନ୍ତ୍ରଣାଳୟର ବଜେଟରୁ ଯୋଗାଯାଇଥାଏ।

ତେବେ ଅନେକ ସମୟରେ ଯେଉଁ ଦେଶକୁ ପ୍ରଧାନମନ୍ତ୍ରୀ ମୋଦି ଗସ୍ତ କରନ୍ତି, ସେହି ଦେଶର ସରକାର ସୌଜନ୍ୟତା ସ୍ୱରୂପ ରହଣି, ବୋର୍ଡିଂ ଓ କିଛି ସ୍ଥାନୀୟ ଆତିଥ୍ୟ ବ୍ୟବସ୍ଥାର ଖର୍ଚ୍ଚ ବହନ କରିଥାନ୍ତି।

କେଉଁଠି ହୁଏ ସବୁଠାରୁ ଅଧିକ ଖର୍ଚ୍ଚ ?

ବିଦେଶ ଗସ୍ତ ସମୟରେ ସବୁଠାରୁ ବଡ଼ ଖର୍ଚ୍ଚ ହୁଏ

ବିଶେଷ ବିମାନ ବ୍ୟବସ୍ଥା
ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା
ସରକାରୀ ପ୍ରତିନିଧି ଦଳର ଯାତ୍ରା
ଯୋଗାଯୋଗ ଓ ଲଜିଷ୍ଟିକ୍ସ ବ୍ୟବସ୍ଥା

ପ୍ରଧାନମନ୍ତ୍ରୀଙ୍କ ସହ ଅଧିକାରୀ, ସୁରକ୍ଷା କର୍ମୀ ଓ ଅନ୍ୟାନ୍ୟ କର୍ମଚାରୀ ଯାତ୍ରା କରୁଥିବାରୁ ଖର୍ଚ୍ଚ ଅଧିକ ବଢ଼ିଯାଏ।

ଗୋଟିଏ ବିଦେଶ ଗସ୍ତରେ କେତେ ଟଙ୍କା ଖର୍ଚ୍ଚ ହୁଏ?

ଗୋଟିଏ ସରକାରୀ ବିଦେଶ ଗସ୍ତର ଖର୍ଚ୍ଚ ଦେଶର ଦୂରତା, ଗସ୍ତର ଅବଧି ଏବଂ ପ୍ରତିନିଧି ଦଳର ଆକାର ଉପରେ ନିର୍ଭର କରେ। ସାଧାରଣତଃ ଏହା ୪ କୋଟିରୁ ୨୫ କୋଟି ଟଙ୍କା ପର୍ଯ୍ୟନ୍ତ ହୋଇପାରେ।

ରିପୋର୍ଟ ଅନୁଯାୟୀ, ୨୦୨୪ ମସିହାରେ ପ୍ରଧାନମନ୍ତ୍ରୀ ୧୧ଟି ବିଦେଶ ଗସ୍ତ କରିଥିଲେ ଏବଂ ସେଥିପାଇଁ ମୋଟ ୧୦୯.୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଫେବୃଆରୀ ୨୦୨୫ର ଫ୍ରାନ୍ସ ଗସ୍ତ ସବୁଠାରୁ ମହଙ୍ଗା ଯାତ୍ରା ମଧ୍ୟରୁ ଗୋଟିଏ ଥିଲା, ଯାହାର ଖର୍ଚ୍ଚ ପ୍ରାୟ ୨୫.୫ କୋଟି ଟଙ୍କା ବୋଲି କୁହାଯାଏ।

ଦେଶ ଭିତରେ ଗସ୍ତ ପାଇଁ ନିୟମ ଅଲଗା

ଅନେକ ଲୋକ ଭାବନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଦେଶ ଭିତର ଗସ୍ତର ଖର୍ଚ୍ଚ ମଧ୍ୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ବହନ କରେ। କିନ୍ତୁ ଏହା ସଠିକ୍ ନୁହେଁ । ଭାରତ ଭିତରେ କୌଣସି ରାଜ୍ୟ କିମ୍ବା ସହରକୁ ସରକାରୀ ଗସ୍ତ କରିଲେ, ସୁରକ୍ଷା ଓ ଯାତ୍ରା ସମ୍ବନ୍ଧୀୟ ଖର୍ଚ୍ଚ ପ୍ରତିରକ୍ଷା ମନ୍ତ୍ରଣାଳୟ ବହନ କରେ।

ଅନ୍ୟପଟେ, ପ୍ରଧାନମନ୍ତ୍ରୀ ଯଦି କୌଣସି ଦଳୀୟ ସଭା କିମ୍ବା ନିର୍ବାଚନ ପ୍ରଚାରରେ ଯୋଗ ଦିଅନ୍ତି, ତେବେ ସେହି ଗସ୍ତର ଖର୍ଚ୍ଚ ସରକାର ନୁହେଁ, ବରଂ ସମ୍ପୃକ୍ତ ରାଜନୈତିକ ଦଳ ବହନ କରିଥାଏ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score