Explore

Search

July 4, 2026 2:21 am

ରଥଯାତ୍ରାରେ ଆକର୍ଷଣୀୟ ଉପହାର : ବ୍ରହ୍ମପୁରରେ ନିଜର ପ୍ଲଟ୍ ଏବେ ସହଜ ଓ ସୁଲଭ

ଗୋଟେ ଭଲ ଜାଗା (ଲୋକେସନ)ରେ ଜମି କିଣିବା ଆଉ ଘର କରିବା ସମସ୍ତଙ୍କର ସ୍ବପ୍ନ ଥାଏ । ଆଉ ସେଥିପାଇଁ ଏକ ଉପଯୁକ୍ତ ସମୟକୁ ସମସ୍ତେ ଅପେକ୍ଷା କରିଥାନ୍ତି । ଏବେ ସେହି ଉପଯୁକ୍ତ ସମୟ ଓ ଜାଗାରେ ଘର କରିବାପାଇଁ ଦ୍ରୁତ ଉନ୍ନତିଶୀଳ ବ୍ରହ୍ମପୁର ସହର ଆଜି ସେହି ସ୍ୱପ୍ନକୁ ସାକାର କରିବାର ସର୍ବୋତ୍ତମ ଠିକଣା ହୋଇଛି।

ରଥଯାତ୍ରା ହେଉଛି ଶୁଭ ଆରମ୍ଭର ସମୟ। ଏହି ଅବସରରେ କମ୍ପାନୀ ପକ୍ଷରୁ ଏକ ଆକର୍ଷଣୀୟ ଅଫର୍ ରଖାଯାଇଛି । ୧୬ ଜୁଲାଇ ୨୦୨୬ ମଧ୍ୟରେ ପ୍ଲଟ୍ ବୁକିଂ କରିଲେ ରେଜିଷ୍ଟ୍ରେସନ୍ ଓ ଘରବାଡ଼ି ପଟ୍ଟା ସମ୍ପୂର୍ଣ୍ଣ ମାଗଣାରେ ମିଳିବ। ଏହା ଆପଣଙ୍କ ପ୍ଲଟ୍ କିଣିବାର ଅତିରିକ୍ତ ଖର୍ଚ୍ଚକୁ ଅନେକ କମାଇ ଦେବ। ଗ୍ରେଟର ବ୍ରହ୍ମପୁର ପ୍ଲାନ୍ ଅନ୍ତର୍ଗତ ଏହି ଆବାସିକ ପ୍ଲଟ୍ ପ୍ରକଳ୍ପଟି ସହରର ଉନ୍ନତିଶୀଳ ଅଞ୍ଚଳରେ ଅବସ୍ଥିତ।

କାହିଁକି ଏହି ପ୍ଲଟ୍ ଅନ୍ୟଠାରୁ ଅଲଗା ?
ଜମି କେବଳ ଏକ କାଗଜପତ୍ର ନୁହେଁ, ଏହା ଆପଣଙ୍କ ପରିବାରର ଆସନ୍ତା ଦିନର ଠିକଣା। ସେଥିପାଇଁ ଏଠାରେ ଛୋଟ ଛୋଟ କଥା ଗୁଡ଼ିକୁ ମଧ୍ୟ ଯତ୍ନରେ ରଖାଯାଇଛି ।

 ଚଉଡ଼ା ରାସ୍ତା :
ଯାତାୟାତ ପାଇଁ ରହିଛି ପ୍ରଶସ୍ତ ରାସ୍ତା । ମୋଟ ୩୦ ଫୁଟ୍ ଚଉଡ଼ା ଭିତର ରାସ୍ତା ଯାହା ଭବିଷ୍ୟତରେ ଗାଡ଼ି ଚଳାଚଳକୁ ସହଜ କରିବ । ଏହାସହ ସହରର ମୁଖ୍ୟ ରାସ୍ତା ନିକଟରେ ଅବସ୍ଥିତ ହେବାରୁ ସହରର ଯେକୌଣସି ପ୍ରାନ୍ତକୁ ଯିବା ଆସିବା ଅଧିକ ସହଜ ହେବ ।

 ବ୍ୟାଙ୍କ ଲୋନ୍ ସୁବିଧା:

ଏଠାରେ ତୁରନ୍ତ ରେଜିଷ୍ଟ୍ରେସନ୍ ସୁବିଧା ରହିଛି । ଯାହା ଫଳରେ ଆପଣଙ୍କୁ ଅନାବଶ୍ୟକ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ସେହିପରି ଘରବାଡ଼ି ପଟ୍ଟା ମଧ୍ୟ ଉପଲବ୍ଧ ଅଛି । ବ୍ୟାଙ୍କ ଲୋନ ମାଧ୍ୟମରେ ଏହି ପ୍ଲଟ୍ କିଣିବାର ସୁବିଧା ମଧ୍ୟ ରହିଛି ।

 କୋଳାହଳମୁକ୍ତ ଅଞ୍ଚଳ :
ଏହି ପ୍ରକଳ୍ପ କେବଳ ଘର ନୁହେଁ, ଏକ ସମ୍ପୂର୍ଣ୍ଣ ଲାଇଫଷ୍ଟାଇଲ ଡେଷ୍ଟିନେସନ୍। ଏଠିକାର ପରିବେଶ ସବୁଜ ଓ ଶାନ୍ତ, ଯାହା ଏକ ପରିବାର ପାଇଁ ଏକଦମ୍ ଉପଯୁକ୍ତ। ଏହାସହ ଏହା ଏକ କୋଳାହଳମୁକ୍ତ ଅଞ୍ଚଳ, ଯେଉଁଠାରେ ଆପଣ ଏକ ସୁଖମୟ, ସୁରକ୍ଷିତ ଓ ଆରାମଦାୟକ ଜୀବନ ବିତାଇ ପାରିବେ। ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଏବଂ ପରିବାରର ଶାନ୍ତିପୂର୍ଣ୍ଣ ଜୀବନ ପାଇଁ ଏହା ଏକ ଆଦର୍ଶ ସ୍ଥାନ।
• ସହରର କୋଳାହଳରୁ ଦୂର

• ପ୍ରକୃତି ଓ ଆଧୁନିକତାର ସମନ୍ୱୟ

• ଶାନ୍ତ ଓ ପରିବାର-ବନ୍ଧୁ ପରିବେଶ

 ସୁବିଧା ଓ ସଂଯୋଗ :
ଏହି ପ୍ରକଳ୍ପକୁ କେବଳ ଆଜିର ଆବଶ୍ୟକତା ପାଇଁ ନୁହେଁ, ଭବିଷ୍ୟତର ଚାହିଦାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି । ଯେଉଁଠାରେ ପାଣି, ବିଦ୍ୟୁତ୍ ଓ ନିଷ୍କାସନ ବ୍ୟବସ୍ଥା ଭଳି ମୌଳିକ ସୁବିଧା ଗୁଡ଼ିକୁ ଆରମ୍ଭରୁ ହିଁ ଯୋଜନାରେ ସାମିଲ କରାଯାଇଛି । ଏହାସହ ରାଜ୍ୟ ରାଜପଥ ସହ ସିଧା ସଂଯୋଗ ଥିବାରୁ ଦୈନନ୍ଦିନ ଯାତାୟାତ ସହଜ ଓ ସୁବିଧାଜନକ ହେବ ।

ପାଖରେ ଥିବା ସ୍ଥାନ ଗୁଡ଼ିକ :
ଜମି କେତେ ଭଲ, ତାହା ଅନେକ ସମୟରେ ଆଖପାଖ ଉପରେ ନିର୍ଭର କରେ । ଏଠାରୁ ପିଲାମାନେ ନିଜ ସ୍କୁଲରେ ଶୀଘ୍ର ପହଞ୍ଚି ପାରିବେ । ସେହିପରି ବ୍ରହ୍ମପୁର ସହର ସହଜରେ ପହଞ୍ଚିହେବ। ଚିକିତ୍ସା କ୍ଷେତ୍ରରେ ମଧ୍ୟ ଶୀଘ୍ର ସୁବିଧା ମିଳିବ । ନିକଟରେ ସମ୍ ହସ୍ପିଟାଲ୍ ମଧ୍ୟ ଥିବାରୁ ଆବଶ୍ୟକ ସମୟରେ ଚିକିତ୍ସା ସୁବିଧା ପାଇପାରିବେ।
ଏହାସହ ନୂତନ ବାଇପାସ୍ ରାସ୍ତା ସହ ସଂଯୋଗ ଥିବାରୁ ସହରର ଅନ୍ୟ ଜାଗାକୁ ଯିବାକୁ ସମୟ ସାପେକ୍ଷ ହେବ ନାହିଁ । ସ୍କୁଲ୍, ହସ୍ପିଟାଲ୍, ବଜାର ପ୍ରାୟ ସବୁକିଛି ହାତ ପାଖରେ ମିଳିଯିବ। ଏହି ସମସ୍ତ ସୁବିଧା ଆପଣଙ୍କ ସ୍ୱପ୍ନର ଘର ନିର୍ମାଣ ପାଇଁ ଏକ ଆଦର୍ଶ ପରିବେଶ ସୃଷ୍ଟି କରିଥାଏ।

ରଥଯାତ୍ରାରରେ ଆକର୍ଷଣୀୟ ଉପହାର – ୧୬ ଜୁଲାଇ ୨୦୨୬ ପର୍ଯ୍ୟନ୍ତ :
ରଥଯାତ୍ରାର ଶୁଭ ଅବସରରେ କମ୍ପାନୀ ପକ୍ଷରୁ ଏକ ଆକର୍ଷଣୀୟ ସୁବିଧା ରଖାଯାଇଛି । କମ୍ପାନୀ ପକ୍ଷରୁ ୧୬ ଜୁଲାଇ ୨୦୨୬ ପର୍ଯ୍ୟନ୍ତ ପ୍ଲଟ୍ ବୁକିଂ କରୁଥିବା ଗ୍ରାହକମାନଙ୍କୁ ରେଜିଷ୍ଟ୍ରେସନ୍ ଏବଂ ଘରବାଡ଼ି ପଟ୍ଟା ସମ୍ପୂର୍ଣ୍ଣ ମାଗଣାରେ ପ୍ରଦାନ କରାଯିବ। ଏହା ଦ୍ୱାରା ପ୍ଲଟ୍ କିଣିବା ସମୟରେ ହେଉଥିବା ଅତିରିକ୍ତ ଖର୍ଚ୍ଚ ବଞ୍ଚିବ ଏବଂ ଆପଣ ଅଧିକ ଲାଭ ପାଇପାରିବେ। ତେଣୁ ଏହି ଶୁଭ ସମୟର ସଦ୍ବ୍ୟବହାର କରି ନିଜର ସ୍ୱପ୍ନର ପ୍ଲଟ୍ ବୁକ୍ କରନ୍ତୁ। ଆଜିର ଏହି ଛୋଟ ନିଷ୍ପତ୍ତି ଆପଣଙ୍କ ପରିବାରକୁ ଆସନ୍ତାକାଲି ଏକ ସୁରକ୍ଷିତ ଓ ସମୃଦ୍ଧ ଭବିଷ୍ୟତ ଦେଇପାରେ। ତେଣୁ ବିଳମ୍ବ ନକରି ଏହି ରଥଯାତ୍ରା ବିଶେଷ ସୁବିଧାର ଲାଭ ନିଅନ୍ତୁ ।
ଭବିଷ୍ୟତରେ ଲାଭ :
ବ୍ରହ୍ମପୁର ଏବେ ଯେଉଁ ଗତିରେ ବଢ଼ୁଛି, ତାହା ଦେଖି କୁହାଯାଇପାରେ ଯେ ଆଜି ନିଆଯାଉଥିବା ନିଷ୍ପତ୍ତି ଆଗାମୀ କିଛି ବର୍ଷରେ ଭଲ ପ୍ରତିଫଳ ଦେବ । ଏହି ଅଞ୍ଚଳରେ ଜମି ମୂଲ୍ୟ କ୍ରମାଗତ ଭାବେ ବଢ଼ୁଛି । ତେଣୁ ଏହା କେବଳ ଏକ ପ୍ଲଟ୍ କିଣିବା ନୁହେଁ, ବରଂ ଆଗାମୀ ଦିନ ପାଇଁ ଏକ ଆର୍ଥିକ ସୁନ୍ଦର ଭବିଷ୍ୟତ ଗଢି ତୋଳିବ।

ସମସ୍ତ ଜମି ଡକ୍ୟୁମେଣ୍ଟସ୍ ଓ ଲେଆଉଟ୍ ପ୍ଲାନ୍ ଆଇନସମ୍ମତ ଭାବରେ ଅନୁମୋଦିତ । ତେଣୁ କୌଣସି କାଗଜପତ୍ର ନେଇ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଯଦି ବ୍ରହ୍ମପୁରରେ ଭଲ ଲୋକେସନ୍, ଆବଶ୍ୟକ ସୁବିଧା ଓ ଏକ ଆକର୍ଷଣୀୟ ଅଫର୍ ସହିତ ଗୋଟିଏ ପ୍ଲଟ୍ ଖୋଜୁଛନ୍ତି, ତେବେ ୧୬ ଜୁଲାଇ ପୂର୍ବରୁ ଥରେ ଆସି ଦେଖିଯାଆନ୍ତୁ । ନିଜ ପ୍ଲଟ୍ ବୁକ୍ କରନ୍ତୁ, ଆଉ ସ୍ୱପ୍ନର ଘର ଆଡ଼କୁ ପ୍ରଥମ ପାଦ ବଢ଼ାନ୍ତୁ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score