ଟେଲିଭିଜନ ଜଗତର ଲୋକପ୍ରିୟ ଅଭିନେତ୍ରୀ ଜେନିଫର ୱିଙ୍ଗେଟ୍ଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ପୁଣିଥରେ ଚର୍ଚ୍ଚା ବଢ଼ିଛି । ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୪୧ ବର୍ଷୀୟା ଜେନିଫର ଖୁବଶୀଘ୍ର ଦ୍ୱିତୀୟ ବିବାହ କରିପାରନ୍ତି । କୁହାଯାଉଛି ଯେ ସେ ସିଙ୍ଗାପୁରର ଜଣେ ବ୍ୟବସାୟୀ ୱିଲିୟମ ଇସମାଏଲଙ୍କ ସହ ସମ୍ପର୍କରେ ଅଛନ୍ତି ଏବଂ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯୋଜନା କରୁଛନ୍ତି । ତେବେ ଏନେଇ ଜେନିଫରଙ୍କ ପକ୍ଷରୁ କୌଣସି ଆଧିକାରିକ ଘୋଷଣା ହୋଇନାହିଁ ।
ଜେନିଫର ଦୀର୍ଘ ସମୟ ଧରି ୱିଲିୟମ୍ ଇସମାଏଲଙ୍କୁ ଡେଟ୍ କରୁଛନ୍ତି। ୱିଲିୟମ୍ ସିଙ୍ଗାପୁରରେ ରହୁଥିବା ଜଣେ ବ୍ୟବସାୟୀ ଏବଂ ସେ ଆର୍ଥିକ କ୍ଷେତ୍ର ସହ ଜଡିତ। ଡିଜିଟାଲ୍ ସମ୍ପତ୍ତି, ବିଦେଶୀ ମୁଦ୍ରା ବଜାର ଏବଂ ପ୍ରଶିକ୍ଷଣ କ୍ଷେତ୍ରରେ ତାଙ୍କର ଅଭିଜ୍ଞତା ରହିଛି। ସେ ମନୋରଞ୍ଜନ ଜଗତର ନୁହଁନ୍ତି ଏବଂ ସାଧାରଣତଃ ଲାଇମ୍ଲାଇଟ୍ରୁ ଦୂରରେ ରହିବାକୁ ପସନ୍ଦ କରନ୍ତି।
ସୂତ୍ର ଅନୁଯାୟୀ, ଜେନିଫର ଏବଂ ୱିଲିୟମ୍ ନିଜ ସମ୍ପର୍କକୁ ନେଇ ଖୁସି ଅଛନ୍ତି । ଛୁଟି ସମୟରେ ୱିଲିୟମ୍ ଜେନିଫରଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିବା ବେଳେ ଅଭିନେତ୍ରୀ ଏଥିରେ ସମ୍ମତି ଜଣାଇଥିଲେ। ଏବେ ଉଭୟ ବିବାହ ସମ୍ବନ୍ଧୀୟ ପ୍ରସ୍ତୁତିରେ ବ୍ୟସ୍ତ ଥିବା ନେଇ ଚର୍ଚ୍ଚା ହେଉଛି।
ରିପୋର୍ଟ ଅନୁଯାୟୀ, ଜେନିଫର ଏବଂ ୱିଲିୟମଙ୍କ ବିବାହ ଚଳିତ ବର୍ଷର ସେପ୍ଟେମ୍ବର-ଅକ୍ଟୋବର କିମ୍ବା ଡିସେମ୍ବର-ଜାନୁଆରୀ ମଧ୍ୟରେ ହୋଇପାରେ । ତେବେ ବିବାହ ତାରିଖ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନାହିଁ । ଖ୍ରୀଷ୍ଟିଆନ ରୀତିନୀତି ଅନୁସାରେ ବିବାହ ହେବାର ସମ୍ଭାବନା ଥିବା ମଧ୍ୟ କୁହାଯାଉଛି।
ଉଲ୍ଲେଖଯୋଗ୍ୟ, ଜେନିଫର ୱିଙ୍ଗେଟ୍ ୨୦୧୨ ମସିହାରେ ଅଭିନେତା କରନ ସିଂ ଗୋଭରଙ୍କୁ ବିବାହ କରିଥିଲେ। କିନ୍ତୁ ୨୦୧୪ ମସିହାରେ ଉଭୟଙ୍କ ଛାଡପତ୍ର ହୋଇଥିଲା। ବର୍ତ୍ତମାନ ଜେନିଫରଙ୍କ ଦ୍ୱିତୀୟ ବିବାହ ଖବରକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
