Explore

Search

June 6, 2026 10:43 pm

ଗିରଫ ହେବେ ୟୁଟ୍ୟୁବର ଶିକ୍ଷକ ଖାନ ସାର

ପ୍ରସିଦ୍ଧ ଶିକ୍ଷକ ଓ ‘ଖାନ୍ ଗ୍ଲୋବାଲ୍ ଷ୍ଟଡିଜ୍’ର ସଂସ୍ଥାପକ ଖାନ୍ ସାର୍ (ଫୈସଲ ଖାନ୍) ଏବେ ଏକ ବଡ଼ ଆଇନଗତ ବିବାଦରେ ଘେରି ଯାଇଛନ୍ତି। ପାଟନାସ୍ଥିତ ତାଙ୍କ କୋଚିଂ ସେଣ୍ଟରରେ ଘଟିଥିବା ଗୁଳିକାଣ୍ଡ ଓ ହିଂସା ଘଟଣାକୁ ନେଇ ପୋଲିସ ତଦନ୍ତ ଜୋରଦାର କରିଥିବା ବେଳେ ତାଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ରୁଜୁ ହୋଇଛି। ଘଟଣାରେ ଜଡିତ ଥିବା ସୁରକ୍ଷାକର୍ମୀଙ୍କ ବୟାନ ଆଧାରରେ ପୋଲିସ ହତ୍ୟା ଉଦ୍ୟମ ଓ ଆର୍ମ୍ସ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରିଛି।

ପୋଲିସ ସୂତ୍ର ଅନୁସାରେ, ଘଟଣା ପରେ ଖାନ୍ ସାରଙ୍କ ସନ୍ଧାନରେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ଏଥିପାଇଁ ସ୍ୱତନ୍ତ୍ର ତଦନ୍ତ ଦଳ ଗଠନ କରାଯାଇଥିବା ବେଳେ ତାଙ୍କ ସମ୍ଭାବ୍ୟ ଠିକଣା ଗୁଡ଼ିକରେ ଖୋଜାଖୋଜି ଚାଲିଛି। ତେବେ ଏପର୍ଯ୍ୟନ୍ତ ପୋଲିସ ତାଙ୍କୁ ଟ୍ରେସ୍ କରିପାରିନାହିଁ। ଏହାକୁ ନେଇ ତାଙ୍କ ଗିରଫଦାରୀ ନେଇ ଚର୍ଚ୍ଚା ଆହୁରି ବଢ଼ିଛି।

ସୂଚନା ଅନୁଯାୟୀ, ଜୁନ୍ ୨ ତାରିଖରେ ପାଟନାର ଦୁଇଟି କୋଚିଂ ସଂସ୍ଥା ମଧ୍ୟରେ ଦୀର୍ଘଦିନର ବିବାଦ ଉଗ୍ର ରୂପ ନେଇଥିଲା। ପୋଷ୍ଟର ଲଗାଇବା ଓ ଛିଣ୍ଡିବାକୁ କେନ୍ଦ୍ର କରି ଆରମ୍ଭ ହୋଇଥିବା ଏହି ବିବାଦ ପରେ ହିଂସାତ୍ମକ ଘଟଣାରେ ପରିଣତ ହୋଇଥିଲା। ପ୍ରଥମେ ଖାନ୍ ସାର୍ ତାଙ୍କ କୋଚିଂ ଉପରେ ଆକ୍ରମଣ ଓ ଫାୟାରିଂ ହୋଇଥିବା ଅଭିଯୋଗ କରିଥିଲେ। କିନ୍ତୁ ତଦନ୍ତରେ ପୋଲିସ ସେହି ଦାବିକୁ ଖଣ୍ଡନ କରିଥିଲା।

ପରବର୍ତ୍ତୀ ସମୟରେ ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହୋଇଥିଲା, ଯେଉଁଥିରେ ଖାନ୍ ସାରଙ୍କ ସୁରକ୍ଷାକର୍ମୀମାନେ ଗୁଳି ଚଳାଉଥିବା ଦେଖାଯାଇଥିଲେ। ଏହାପରେ ପୋଲିସ ଦୁଇ ଗାର୍ଡଙ୍କୁ ଗିରଫ କରି ପଚରାଉଚରା କରିଥିଲା। ପଚରାଉଚରା ବେଳେ ସେମାନେ ଉଚ୍ଚପଦସ୍ଥଙ୍କ ନିର୍ଦ୍ଦେଶରେ ଗୁଳି ଚଳାଇଥିବା କହିଥିବା ଜଣାପଡ଼ିଛି। ଏହା ପରେ ତଦନ୍ତର ଦିଗ ବଦଳିଯାଇଥିବା ବେଳେ ଖାନ୍ ସାରଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି।

ଅନ୍ୟପଟେ, ଆଇନ ବିଶେଷଜ୍ଞଙ୍କ ମତରେ ଖାନ୍ ସାର୍ ଗିରଫଦାରୀରୁ ରକ୍ଷା ପାଇବା ପାଇଁ କୋର୍ଟରେ ଆତ୍ମସମର୍ପଣ କରିପାରନ୍ତି। ଏହି ମାମଲା ଏବେ ବିହାରର ଶିକ୍ଷା ମହଲ ଓ ସୋସିଆଲ୍ ମିଡିଆରେ ଚର୍ଚ୍ଚାର ପ୍ରମୁଖ ବିଷୟ ପାଲଟିଛି। ପୋଲିସର ତଦନ୍ତ ଜାରି ରହିଥିବା ବେଳେ ଆଗାମୀ ଦିନରେ ଏହି ଘଟଣା କେଉଁ ଦିଗକୁ ମୋଡ଼ ନେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score