Explore

Search

May 27, 2026 10:29 pm

ଟ୍ରମ୍ପଙ୍କ କାମ ପାଇଁ ଛେଳି ହେଲା ମହଙ୍ଗା

ବକ୍ରି ଇଦ୍ ପୂର୍ବରୁ ନାଇଜେରିଆର ପଶୁ ବଜାରରେ ଦେଖାଦେଇଛି ଗଭୀର ଚିନ୍ତା। ଆର୍ଥିକ ସଙ୍କଟ, ଇନ୍ଧନ ଦର ବୃଦ୍ଧି ଓ ସୁରକ୍ଷା ସମସ୍ୟା ଯୋଗୁଁ ଛେଳି ଓ ମେଣ୍ଢା ବ୍ୟବସାୟ ଉପରେ ବଡ଼ ପ୍ରଭାବ ପଡ଼ିଛି। ବଜାରରେ ହଜାର ହଜାର ପଶୁ ଥିଲେ ମଧ୍ୟ କ୍ରେତାଙ୍କ ଅଭାବ ବ୍ୟବସାୟୀଙ୍କୁ ଚିନ୍ତାରେ ପକାଇଛି। ବକ୍ରି ଇଦ୍‌ରେ ବଳି ପାଇଁ ପଶୁ କିଣିବା ଏବେ ମଧ୍ୟବିତ୍ତ ପରିବାରଙ୍କ ପାଇଁ ବହୁତ କଷ୍ଟସାଧ୍ୟ ହୋଇପଡ଼ିଛି।

ନାଇଜେରିଆରେ କାହିଁକି ବଢ଼ିଲା ସମସ୍ୟା ?

ନାଇଜେରିଆର ଅଧାରୁ ଅଧିକ ଜନସଂଖ୍ୟା ମୁସଲିମ ହୋଇଥିବାରୁ ଏଠାରେ ବକ୍ରି ଇଦ୍ ବହୁତ ଧୁମଧାମରେ ପାଳନ କରାଯାଏ। ପ୍ରତିବର୍ଷ ଏହି ସମୟରେ ପଶୁଙ୍କ ଚାହିଦା ବହୁତ ବଢ଼ିଥାଏ। କିନ୍ତୁ ଏଥର ମହଙ୍ଗା ମାଡ଼ ଯୋଗୁଁ ଅନେକ ପରିବାର ବଳି ପାଇଁ ପଶୁ କିଣିବାରେ ଅସମର୍ଥ ହୋଇପଡ଼ିଛନ୍ତି।

ଦକ୍ଷିଣ-ପଶ୍ଚିମ ନାଇଜେରିଆର ଲାଗୋସ-ଓଗୁନ ଅଞ୍ଚଳର ବଡ଼ ପଶୁ ବଜାର ଗୁଡ଼ିକରେ ଅନେକ ଛେଳି ଓ ମେଣ୍ଢା ବିକ୍ରି ପାଇଁ ରହିଥିଲେ ମଧ୍ୟ କ୍ରେତା ନଥିବାରୁ ବ୍ୟବସାୟୀମାନେ ନିରାଶ ହୋଇପଡ଼ିଛନ୍ତି। ଉତ୍ତର ନାଇଜେରିଆରୁ ହଜାର ହଜାର ପଶୁ ଏହି ବଜାରକୁ ଆସୁଥିଲେ ମଧ୍ୟ ବିକ୍ରି ଆଶାନୁରୂପ ହେଉନାହିଁ।

ଆକାଶ ଛୁଆଁ ପଶୁ ଦାମ

ବ୍ୟବସାୟୀମାନଙ୍କ କହିବା ଅନୁସାରେ, ବକ୍ରି ଇଦ୍‌ରେ ସବୁଠାରୁ ଅଧିକ ଚାହିଦା ଥିବା ମେଣ୍ଢାର ଦାମ ଏବେ ୨ ଲକ୍ଷ ୫୦ ହଜାର ନାୟରାରୁ ୧୨ ଲକ୍ଷ ନାୟରା ପର୍ଯ୍ୟନ୍ତ ପହଞ୍ଚିଛି । ଭାରତୀୟ ମୁଦ୍ରାରେ ଏହା ପ୍ରାୟ ୧୮ ହଜାରରୁ ୮୪ ହଜାର ଟଙ୍କା ସମାନ। ପଶୁର ଆକାର ଓ ଓଜନ ଅନୁସାରେ ମୂଲ୍ୟ ନିର୍ଦ୍ଧାରିତ ହେଉଛି।

ବ୍ୟବସାୟୀ ଅବଦୁଲ୍ଲା ବୁକାରଙ୍କ କହିବା ଅନୁସାରେ, ଗତବର୍ଷ ଯେଉଁ ପଶୁ ପ୍ରାୟ ୯ ହଜାର ଟଙ୍କାରେ ବିକ୍ରି ହେଉଥିଲା, ଏବେ ସେହି ପଶୁର ଦାମ ବହୁତ ବଢ଼ିଯାଇଛି। ବିଭିନ୍ନ ପ୍ରକାରର ଟ୍ୟାକ୍ସ, ଯାତାୟାତ ଖର୍ଚ୍ଚ ଓ ସୁରକ୍ଷା ସମସ୍ୟା ଯୋଗୁଁ ମୂଲ୍ୟ ବୃଦ୍ଧି ପାଇଥିବା ସେ କହିଛନ୍ତି।

ଯୁଦ୍ଧ ଓ ପେଟ୍ରୋଲ ଦରର ପ୍ରଭାବ

ଅନେକ ବ୍ୟବସାୟୀ ପ୍ରାୟ ୧୦୦୦ କିଲୋମିଟର ଦୂରରୁ ପଶୁ ଆଣି ବଜାରରେ ବିକ୍ରି କରନ୍ତି। କିନ୍ତୁ ମଧ୍ୟପ୍ରାଚ୍ୟର ଯୁଦ୍ଧ ପରିସ୍ଥିତି ଓ ଇନ୍ଧନ ଦର ବୃଦ୍ଧି ଯୋଗୁଁ ପରିବହନ ଖର୍ଚ୍ଚ ଦ୍ୱିଗୁଣିତ ହୋଇଯାଇଛି। ସାଧାରଣତଃ ବକ୍ରି ଇଦ୍‌ ସମୟରେ ପଶୁ ଦାମ ବଢ଼ିଥାଏ, କିନ୍ତୁ ଏଥର ଆର୍ଥିକ ଓ ଆନ୍ତର୍ଜାତୀୟ ପରିସ୍ଥିତି ଯୋଗୁଁ ଦାମ ଅପ୍ରତ୍ୟାଶିତ ଭାବେ ବୃଦ୍ଧି ପାଇଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score