Explore

Search

May 27, 2026 10:31 pm

Xର କଡ଼ା ନିୟମ : କପି କଣ୍ଟେଣ୍ଟ ପୋଷ୍ଟ କଲେ ହଟିଯିବ ଆକାଉଣ୍ଟ

ଭୁବନେଶ୍ୱର : ସୋସିଆଲ ମିଡିଆରେ “ରିପୋଷ୍ଟ” ଫିଚର୍‌କୁ ଆପଣ ନିଶ୍ଚୟ ଦେଖିଥିବେ। ଅନେକ ୟୁଜର୍‌ ଅନ୍ୟମାନଙ୍କର ଭିଡିଓ କିମ୍ବା ପୋଷ୍ଟକୁ ପୁଣିଥରେ ସେୟାର କରିଥାନ୍ତି। କିନ୍ତୁ ଏବେ ଏହି ଅଭ୍ୟାସ ଆପଣଙ୍କ ପାଇଁ ସମସ୍ୟା ଆଣିପାରେ। ଏଲନ୍ ମସ୍କଙ୍କ ମାଲିକାନାଧୀନ X (ପୂର୍ବତନ ଟ୍ୱିଟର) ଏହାକୁ ନେଇ କଠୋର ନିଷ୍ପତ୍ତି ନେଇଛି। ଛୋଟ କଣ୍ଟେଣ୍ଟ କ୍ରିଏଟରଙ୍କ ଭାଇରାଲ ଭିଡିଓ କିମ୍ବା ପୋଷ୍ଟକୁ ବିନା କ୍ରେଡିଟ୍‌ ରେ ରିପୋଷ୍ଟ କରୁଥିବା ଆକାଉଣ୍ଟଗୁଡ଼ିକ ଉପରେ X କଡ଼ା କାର୍ଯ୍ୟନୁଷ୍ଠାନ ନେବାକୁ ଯାଉଛି।

Xର ହେଡ୍ ଅଫ୍ ପ୍ରଡକ୍ଟ ନିକିତା ବାଏର ଏନେଇ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଅନେକ ଆକାଉଣ୍ଟ ଲଗାତାର ଭାବେ ଛୋଟ କ୍ରିଏଟରଙ୍କ କଣ୍ଟେଣ୍ଟକୁ ନକଲ କରି ପୁଣିଥରେ ପୋଷ୍ଟ କରୁଛନ୍ତି, କିନ୍ତୁ ମୂଳ କ୍ରିଏଟରଙ୍କୁ କୌଣସି କ୍ରେଡିଟ୍‌ ଦେଉନାହାନ୍ତି। ଆଗାମୀ ଦିନରେ ଏଭଳି କାର୍ଯ୍ୟ କରୁଥିବା ଆକାଉଣ୍ଟ ଗୁଡ଼ିକୁ ସ୍ଥାୟୀଭାବେ ହଟାଇ ଦିଆଯାଇପାରେ।

ରିପୋଷ୍ଟ କରି ଆଉ ହେବନି ରୋଜଗାର

ଏହି ନୂଆ ନିଷ୍ପତ୍ତି ସେତେବେଳେ ଆସିଛି, ଯେତେବେଳେ ଜଣେ କଣ୍ଟେଣ୍ଟ କ୍ରିଏଟର ଅଭିଯୋଗ କରିଥିଲେ ଯେ ଏକ ବଡ଼ ଆକାଉଣ୍ଟ ତାଙ୍କ ପୋଷ୍ଟକୁ ପୁଣିଥରେ ସେୟାର କରି ଲାଭ କମାଉଛି, କିନ୍ତୁ ତାଙ୍କୁ କୌଣସି କ୍ରେଡିଟ୍‌ ଦେଉନାହିଁ। ଏହାର ଜବାବରେ X ସ୍ପଷ୍ଟ କରିଛି ଯେ, ଅନ୍ୟର କଣ୍ଟେଣ୍ଟ ରିପୋଷ୍ଟ କରି ବଡ଼ ଆକାଉଣ୍ଟଧାରୀମାନେ ଆଉ ରୋଜଗାର କରିପାରିବେ ନାହିଁ ।

କପିକ୍ୟାଟ୍ କଣ୍ଟେଣ୍ଟ ଉପରେ Xର କଡ଼ା ନଜର

ନିକଟରେ X “କପିକ୍ୟାଟ୍ ଇକୋନୋମି”କୁ ଚିହ୍ନଟ କରିଥିଲା। କିଛି ବଡ଼ ଆକାଉଣ୍ଟ ଟ୍ରେଣ୍ଡିଂ ଭିଡିଓ ଓ ମୂଳ କ୍ରିଏଟରଙ୍କ କଣ୍ଟେଣ୍ଟକୁ ଡାଉନଲୋଡ୍ କରି ପୁନଃପୋଷ୍ଟ କରୁଥିଲେ ଏବଂ ତାହାରୁ ହଜାର ହଜାର ଡଲାର ରୋଜଗାର କରୁଥିଲେ। ଏବେ Xର ଏହି ନୂଆ ପଦକ୍ଷେପ ଏଭଳି ନକଲ ଆଧାରିତ ରୋଜଗାରକୁ ରୋକିବା ସହ ମୂଳ କ୍ରିଏଟରଙ୍କୁ ସଠିକ୍ ସମ୍ମାନ ଓ ପ୍ରାପ୍ୟ ଦେବା ଦିଗରେ ବଡ଼ ପଦକ୍ଷେପ ବୋଲି ଦେଖାଯାଉଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score