Explore

Search

July 15, 2026 12:10 am

ଗୁହାରି ଶୁଣିଲେ ଜିଲ୍ଲାପାଳ : ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ମନୋଜ ସତ୍ୟବାନ

କୋରାପୁଟ : ଜିଲ୍ଲାପାଳ ହେବ ତ ଏମିତି । ଅଭିଯୋଗକାରୀଙ୍କ ଗୁହାରି ଶୁଣିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଲେ କୋରାପୁଟ ଜିଲ୍ଲାପାଳ ଶ୍ରୀଯୁକ୍ତ ମନୋଜ ସତ୍ୟବାନ ମହାଜନ।

୧୨ ବର୍ଷ ଧରି ସେବା କରିବା ପରେ ଚାକିରିରୁ ଛଟେଇ ହେବାରୁ କୋରାପୁଟ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳଙ୍କୁ ଦୁଃଖ ଜଣେଇଥିଲେ ଜଣେ ଅନାଥ ଯୁବତୀ। ସଙ୍ଗିତା କୁମାରୀ ମୁଦୁଲି ନ୍ୟାୟ ପାଇଁ କାନ୍ଦି କାନ୍ଦି ଗୁହାରି କରିଥିଲେ। ଆଖିରେ ଲୁହ, ହାତରେ ଆବେଦନ ପତ୍ର ଓ ମୁହଁରେ ଅସହାୟତାର ଛବି ଉପସ୍ଥିତ ସମସ୍ତଙ୍କୁ ଆବେଗପ୍ରବଣ କରିଦେଇଥିଲା।

ନିଜକୁ ଅନାଥ ବୋଲି ପରିଚୟ ଦେଇ ସଙ୍ଗିତା କହିଛନ୍ତି, ଚାକିରି ହରାଇବା ପରେ ତାଙ୍କ ଜୀବନ ଓ ଜୀବିକା ସଙ୍କଟରେ ପଡ଼ିଛି। ତୁରନ୍ତ ଚାକିରି ନମିଳିଲେ ସେ ଚରମ ପଦକ୍ଷେପ ନେବାକୁ ବାଧ୍ୟ ହେବେ ବୋଲି ଅଭିଯୋଗ ଶିବିରରେ କାନ୍ଦି କାନ୍ଦି କହିଛନ୍ତି।

ସୂଚନା ଅନୁସାରେ, ସଙ୍ଗିତା ଦୀର୍ଘ ୧୨ ବର୍ଷ ଧରି ମାନସ ବିଦ୍ୟାଳୟରେ ମାତ୍ର ୨୫ଶହ ଟଙ୍କା ଦରମାରେ କେୟାରଟେକର ଭାବେ କାର୍ଯ୍ୟ କରୁଥିଲେ। ପରେ ନିୟମିତ ପଦବୀ ବାହାରିବା ପରେ ତାଙ୍କୁ କାମରୁ ବାହାର କରାଯାଇଥିବା ନେଇ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ କହିଥିଲେ ।

ଘଟଣାକୁ ଗୁରୁତ୍ୱର ସହ ନେଇ କୋରାପୁଟ ଜିଲ୍ଲାପାଳ ଶ୍ରୀଯୁକ୍ତ ମନୋଜ ସତ୍ୟବାନ ମହାଜନ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ତଦନ୍ତ କରି ଶୀଘ୍ର ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score