Explore

Search

May 13, 2026 10:19 pm

ସପ୍ତାହକୁ ଗୋଟେ ଦିନ ଗାଡି ମନା

ପାଟଣା : ଇନ୍ଧନ ସଞ୍ଚୟ ଓ ପରିବେଶ ସୁରକ୍ଷାକୁ ନଜରରେ ରଖି ଏବେ ବିହାର ସରକାର ନେଇଛନ୍ତି ବଡ଼ ପଦକ୍ଷେପ । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ପରେ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ସରକାରୀ ଅଧିକାରୀ, ମନ୍ତ୍ରୀ ଓ ସାଧାରଣ ଲୋକଙ୍କୁ ସର୍ବସାଧାରଣ ପରିବହନ ବ୍ୟବହାର ପାଇଁ ଅନୁରୋଧ କରିଛନ୍ତି । ମେଟ୍ରୋ, ବସ୍, ଅଟୋ ଓ ଅନ୍ୟାନ୍ୟ ସାଧାରଣ ଯାନ ବ୍ୟବହାରକୁ ଅଧିକ ଗୁରୁତ୍ୱ ଦେବାକୁ ସେ କହିଛନ୍ତି ।

ବୁଧବାର ନିଜ ସାମାଜିକ ମାଧ୍ୟମ ‘ଏକ୍ସ’ରେ ଟ୍ୱିଟ କରି ସମ୍ରାଟ ଚୌଧୁରୀ ଲେଖିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ପେଟ୍ରୋଲ୍ ଓ ଡିଜେଲ୍ ବଞ୍ଚାଇବା ପାଇଁ ବ୍ୟକ୍ତିଗତ ଗାଡ଼ି ବ୍ୟବହାର କମାଇବାକୁ ଅପିଲ୍ କରିଛନ୍ତି । ଏହାକୁ ଗୁରୁତ୍ୱ ଦେଇ ବିହାର ସରକାର ମଧ୍ୟ କିଛି ନୂଆ ପଦକ୍ଷେପ ନେବାକୁ ନିଷ୍ପତ୍ତି କରିଛି ।

ଏପଟେ ପ୍ରଧାନମନ୍ତ୍ରୀ ମୋଦି ନିଜେ ମଧ୍ୟ ଉଦାହରଣ ସୃଷ୍ଟି କରିଛନ୍ତି । ସେ ନିଜ କାରକେଡ୍‌ରେ ବ୍ୟବହୃତ ଗାଡ଼ି ସଂଖ୍ୟାକୁ ପ୍ରାୟ ଅର୍ଦ୍ଧରେ କମାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ସ୍ପେଶାଲ ପ୍ରୋଟେକ୍ସନ୍ ଗ୍ରୁପ୍‌କୁ ମଧ୍ୟ ଆବଶ୍ୟକ ନିର୍ଦ୍ଦେଶ ଜାରି ହୋଇଛି ।

ଭଦୋଦରା ଓ ଗୌହାଟିର କିଛି କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀଙ୍କ କାରକେଡ୍‌ରେ ଗାଡ଼ି ସଂଖ୍ୟା କମ୍ ଦେଖାଯାଇଥିଲା । ସେହିପରି ଆଗାମୀଦିନରେ କାରକେଡ୍‌ରେ ଇଲେକ୍ଟ୍ରିକ ଯାନର ବ୍ୟବହାର ବଢ଼ାଇବାକୁ ମଧ୍ୟ ଯୋଜନା କରାଯାଇଛି । ତେବେ ଏଥିପାଇଁ ନୂଆ ଗାଡ଼ି କ୍ରୟ କରାଯିବ ନାହିଁ ବୋଲି ସୂଚନା ମିଳିଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score