Explore

Search

April 28, 2026 10:54 pm

ପିଲାଙ୍କ ସହ ମିଶି ଫୁଟବଲ ଖେଳିଲେ ପ୍ରଧାନମନ୍ତ୍ରୀ

ହାଇଦ୍ରାବାଦ : ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଗ୍ୟାଙ୍ଗଟୋକରେ ଯୁବ ଖେଳାଳିମାନଙ୍କ ସହ ଫୁଟବଲ ଖେଳି ଏକ ପ୍ରେରଣାଦାୟକ ସନ୍ଦେଶ ଦେଇଛନ୍ତି। ସେ ପିଲାମାନଙ୍କୁ କହିଥିଲେ ଯେ କେବଳ ଖେଳକୁ ଉପଭୋଗ କରିବାରେ ଅଟକି ରହିବା ନୁହେଁ, ବରଂ ଅଲିମ୍ପିକ୍ସରେ ଭାଗ ନେବାକୁ ଲକ୍ଷ୍ୟ ରଖି ନିୟମିତ ପରିଶ୍ରମ କରିବା ଦରକାର।

ତାଙ୍କର ଏହି କଥା ଯୁବପୀଢ଼ିଙ୍କ ମନରେ ନୂଆ ଉତ୍ସାହ ସୃଷ୍ଟି କରିଛି ଏବଂ ଭାରତୀୟ ଫୁଟବଲର ଭବିଷ୍ୟତ ପ୍ରତି ଆଶାକୁ ମଜବୁତ କରିଛି।

ସୂଚନା ଅନୁସାରେ, ସିକ୍କିମ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ସ୍ଥାନୀୟ କିଶୋର ଓ କିଶୋରୀମାନଙ୍କ ସହ ଫୁଟବଲ ଖେଳି ଖୁସିମୟ ମୁହୂର୍ତ୍ତ ବିତାଇଥିଲେ। ପଡ଼ିଆରେ ସେ ଖେଳାଳିମାନଙ୍କ ସହ ମିଶି ଖେଳିବା ସହ କିଛି ଗୋଲ୍ ମଧ୍ୟ କରିଥିଲେ। କେବେ ରାଇଟ୍ ୱିଙ୍ଗ୍ ତ କେବେ ସେଣ୍ଟର ଫରୱାର୍ଡ ଭୂମିକାରେ ସେ ବଲକୁ ଗୋଲ୍ ପୋଷ୍ଟକୁ ପହଞ୍ଚାଇଥିଲେ। ଡାହାଣ ଓ ବାମ ପାଦର ସୁନିପୁଣ ବ୍ୟବହାର ସହ ସେ ତାଙ୍କର ଖେଳ କୌଶଳ ଦେଖାଇଥିଲେ।

ତେବେ ଫିଫା ବିଶ୍ୱକପ୍-୨୦୨୬ ଆସନ୍ତା ଜୁନ୍ ମାସରୁ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ପଦକ୍ଷେପ ଭାରତୀୟ ପ୍ରଶଂସକମାନଙ୍କ ମଧ୍ୟରେ ଟୁର୍ଣ୍ଣାମେଣ୍ଟକୁ ନେଇ ନୂଆ ଉତ୍ସାହ ଓ ଆଗ୍ରହ ସୃଷ୍ଟି କରିଛି ।
ଭାରତରେ କ୍ରିକେଟ୍ ସହିତ ଫୁଟବଲର ମଧ୍ୟ ବ୍ୟାପକ ଭକ୍ତବର୍ଗ ରହିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ବର୍ତ୍ତମାନ ସେମାନଙ୍କୁ ଫୁଟବଲ ଦିଗରେ ଆକର୍ଷିତ କରିବାକୁ ପ୍ରେରଣା ଦେଉଛନ୍ତି। ତାଙ୍କର ଏହି ପ୍ରୟାସ ଫଳରେ ଫିଫା ବିଶ୍ୱକପ୍ ଭଳି ବିଶ୍ୱସ୍ତରୀୟ ମଞ୍ଚରେ ଭାରତର ସମ୍ଭାବ୍ୟ ଉପସ୍ଥିତିକୁ ନେଇ ମଧ୍ୟ ନୂଆ ଆଲୋଚନା ଆରମ୍ଭ ହୋଇଛି ।

ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଖେଳାଳିଙ୍କୁ କହିଥିଲେ ଯେ ଭାରତ ଅଲିମ୍ପିକ୍ସ (୨୦୩୬) ଆୟୋଜନ କରିବାକୁ ପ୍ରୟାସ କରୁଛି। ସେତେବେଳକୁ ଆପଣମାନେ ଜଣେ ଜଣେ ପରିପକ୍ୱ ଖେଳାଳି ହୋଇସାରିଥିବେ। ତେଣୁ ଆପଣ ସମସ୍ତେ ଏବେଠାରୁ ଭଲ କରିବାକୁ ଚେଷ୍ଟା କରିବା ଉଚିତ୍ ଏବଂ ଅଲିମ୍ପିକ୍ସ ଖେଳିବା ଲକ୍ଷ୍ୟ ନେଇ ନିଜକୁ ପ୍ରସ୍ତୁତ କରନ୍ତୁ।’

ପ୍ରଧାନମନ୍ତ୍ରୀଙ୍କ ଏହି ସନ୍ଦେଶକୁ ଭାରତୀୟ ଫୁଟବଲ ପାଇଁ ଏକ ଉତ୍ସାହଦାୟକ ଓ ସକାରାତ୍ମକ ସଙ୍କେତ ଭାବେ ଦେଖାଯାଉଛି। ଯୁବପୀଢ଼ିଙ୍କୁ ବଡ଼ ମଞ୍ଚ ପାଇଁ ପ୍ରସ୍ତୁତ କରିବାର କଥା ଖେଳ ଜଗତରେ ନୂଆ ଉର୍ଜା ଭରିଦେଇଛି।

ଏହା ପୂର୍ବରୁ, ପ୍ରଧାନମନ୍ତ୍ରୀ ନିଜ ‘ଏକ୍ସ’ (X) ଆକାଉଣ୍ଟରେ କିଛି ଫଟୋ ସେୟାର କରି ଲେଖିଥିଲେ “ଗ୍ୟାଙ୍ଗଟୋକର ସୁନ୍ଦର ସକାଳରେ ସିକ୍କିମରେ ମୋର କୁନି ସାଙ୍ଗମାନଙ୍କ ସହ ଫୁଟବଲ ଖେଳିବାର ଅନୁଭବ ଅଲଗା ମଜା ଦେଇଥାଏ।”

ଅନ୍ୟ ଏକ ପୋଷ୍ଟରେ ସେ କହିଥିଲେ “ଏହି ଯୁବପୀଢ଼ିଙ୍କ ସହ ଫୁଟବଲର ଜବରଦସ୍ତ ସେସନ୍‌।” ଏହି ଅବସରରେ ପ୍ରଧାନମନ୍ତ୍ରୀ ଖେଳାଳିମାନଙ୍କୁ ଫୁଟବଲ ଉପରେ ନିଜ ଅଟୋଗ୍ରାଫ୍ ମଧ୍ୟ ପ୍ରଦାନ କରିଥିଲେ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score