ଭୁବନେଶ୍ୱର : ଆଜିର ଆଧୁନିକ ସମୟରେ କେବଳ ଡିଗ୍ରୀ ନୁହେଁ, ବରଂ କୌଶଳ ଓ ପ୍ରାକ୍ଟିକାଲ ଜ୍ଞାନକୁ ଅଧିକ ମହତ୍ତ୍ୱ ମିଳୁଛି । ଅନେକ ସମୟରେ ବିଭିନ୍ନ ପରିସ୍ଥିତି ଯୋଗୁଁ ଅନେକ ମହିଳା ଉଚ୍ଚ ଶିକ୍ଷା ଗ୍ରହଣ କରି ପାରୁନାହାଁନ୍ତି, କିନ୍ତୁ ଏହା ତାଙ୍କର ସ୍ୱପ୍ନକୁ ଅଟକାଇ ଦେବା ଦରକାର ନାହିଁ । ଆଜିର ଦୁନିଆରେ ନିଜ ଆଗ୍ରହ ଓ କୌଶଳ ଥିଲେ ଡିଗ୍ରୀ ବିନା ମଧ୍ୟ ଏକ ସୁନ୍ଦର କ୍ୟାରିଅର ଗଢ଼ି ତୋଳିବା ସମ୍ଭବ। ପୂର୍ବରୁ ଯେଉଁଠାରେ ଡିଗ୍ରୀକୁ ସଫଳତାର ମାନଦଣ୍ଡ ଭାବେ ଦେଖାଯାଉଥିଲା, ସେଠାରେ ବର୍ତ୍ତମାନ ସ୍କିଲ ଏବଂ ଟ୍ୟାଲେଣ୍ଟ ଲୋକଙ୍କୁ ନୂଆ ଅବସର ଦେଉଛି।
ଯଦି ଆପଣଙ୍କର ଫଟୋଗ୍ରାଫି ପ୍ରତି ଆଗ୍ରହ ଅଛି, ତେବେ ଏହାକୁ ଆପଣ ଏକ ଆୟର ମାଧ୍ୟମରେ ପରିଣତ କରିପାରିବେ। ଆଜିକାଲି ଅନ-ଲାଇନ ପ୍ଲାଟଫର୍ମରେ ବହୁତ କୋର୍ସ ୱାର୍କସପ୍ ଉପଲବ୍ଧ, ଯାହା ମାଧ୍ୟମରେ ନିଜ ଦକ୍ଷତାକୁ ଆରୋହିତ କରିପାରିବେ। ବିବାହ, ଜନ୍ମଦିନ ବା ଛୋଟ ଘରୋଇ କାର୍ଯ୍ୟକ୍ରମରେ ଫଟୋ ଗ୍ରାଫର ଭାବେ କାମ କରି ନିଜର ପରିଚୟ ତିଆରି କରିପାରିବେ ଓ ଭଲ ଆୟ ମଧ୍ୟ ହାସଲ କରିପାରିବେ।
ଅଭିନୟ କଳାରେ ଆଗ୍ରହ ଥିଲେ ଆପଣ ସୋସିଆଲ୍ ମିଡିଆକୁ ନିଜର ମଞ୍ଚ କରିପାରିବେ। ଛୋଟ ଛୋଟ ଭିଡିଓ, ନାଟକୀୟ ଅଭିନୟ ବା କଣ୍ଟେଣ୍ଟ ତିଆରି କରି ଲୋକଙ୍କ ମନ ଜିତିପାରିବେ। ଏହାଦ୍ୱାରା ଆପଣ ଜଣେ ଇନଫ୍ଲୁଏନ୍ସର ଭାବେ ଗଢ଼ିଉଠିବା ସହ ନିଜର ଆୟ ମାଧ୍ୟମ ମଧ୍ୟ ସୃଷ୍ଟି କରିପାରିବେ। ଘରେ ବସି ଅଭିନୟ ଶିଖାଇବା ମଧ୍ୟ ଏକ ଭଲ ବିକଳ୍ପ ହୋଇପାରେ।
ଯଦି ଆପଣଙ୍କର କଥା କହିବାର ଦକ୍ଷତା ଅଛି, ତେବେ କଥାକାର ଭାବେ ମଧ୍ୟ ନିଜକୁ ପ୍ରତିଷ୍ଠିତ କରିପାରିବେ। ଏକ ନିର୍ଦ୍ଧଷ୍ଟ ବିଷୟ ଚୟନ କରି ସେଥିରେ ଆକର୍ଷଣୀୟ କାହାଣୀ ବା ଅନୁଭବ ଶେୟାର କରିପାରିବେ। ଏହା ଦ୍ୱାରା ଆପଣ ଶ୍ରୋତାଙ୍କ ମନରେ ଏକ ଭିନ୍ନ ସ୍ଥାନ ଗଢ଼ିପାରିବେ ଓ ଧୀରେ ଧୀରେ ନିଜର ପରିଚୟ ବଢ଼ାଇପାରିବେ।
ଏହାସହିତ ଯଦି ଆପଣ ଚିତ୍ରକଳାରେ ପାରଙ୍ଗତ, ତେବେ ଏହାକୁ ମଧ୍ୟ ପେସାରେ ପରିଣତ କରିପାରିବେ। ନିଜ ହାତରେ ଆଙ୍କା ଚିତ୍ରକୁ ବିକ୍ରି କରିପାରିବେ, ଅନ୍ଲାଇନ୍ରେ ପ୍ରଦର୍ଶନ କରିପାରିବେ ବା ଛୋଟ ପିଲାମାନଙ୍କୁ ଚିତ୍ର ଶିଖାଇପାରିବେ। ଏହା ଆପଣଙ୍କୁ ସୃଜନଶୀଳତା ସହିତ ଆର୍ଥିକ ଦୃଢତା ମଧ୍ୟ ଦେଇପାରିବ।
ଡିଗ୍ରୀ ଥିବାଟା ଭଲ, କିନ୍ତୁ ସଫଳତା ପାଇଁ ସେଥିରେ ମାତ୍ର ନିର୍ଭର କରିବା ଦରକାର ନାହିଁ। ଯଦି ଆପଣଙ୍କର ଆଗ୍ରହ, ପ୍ରୟାସ ଓ କୌଶଳ ଅଛି, ତେବେ ଆପଣ ନିଜ ପସନ୍ଦର କ୍ଷେତ୍ରରେ ସଫଳତା ଲାଭ କରିପାରିବେ। ଆଜିର ସମୟ ସ୍କିଲ୍ର ସମୟ ଯେଉଁଠାରେ ଟ୍ୟାଲେଣ୍ଟ ହିଁ ଆପଣଙ୍କର ସବୁଠାରୁ ବଡ଼ ପରିଚୟ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
