ମାଲକାନଗିରି/ଗଜପତି : ରାଜ୍ୟରେ ଦିନକୁ ଦିନ ବଢୁଥିବା ତାପମାତ୍ରା ଏବେ ଚିନ୍ତାର କାରଣ ହୋଇପଡ଼ିଛି। ଅନେକ ଅଞ୍ଚଳରେ ପାରା ୪୦ ଡିଗ୍ରୀ ସେଲସିୟସ ଉପରେ ପହଞ୍ଚିବା ସହିତ ଗ୍ରୀଷ୍ମର ପ୍ରଭାବ ଜୋରଦାର ହୋଇଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ମାଲକାନଗିରି ଓ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି।
ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ନିର୍ଦ୍ଦେଶ ଅନୁସାରେ, ଏପ୍ରିଲ ୨୨ ରୁ ୨୫ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ରହିବ। ଏହି ସିଦ୍ଧାନ୍ତ ମୁଖ୍ୟତଃ ଛାତ୍ରଛାତ୍ରୀଙ୍କୁ ଗରମରୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଗ୍ରହଣ କରାଯାଇଛି । ଶିଶୁ ବାଟିକାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ, ସହାୟତାପ୍ରାପ୍ତ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଏହାର ଆବର୍ତ୍ତନରେ ଆସିବେ।
ତଥାପି, ଶିକ୍ଷକ ଓ କର୍ମଚାରୀମାନେ ପୂର୍ବବତ ଦାୟିତ୍ୱ ପାଳନ କରିବେ ଏବଂ ସକାଳ ୬ଟା ୩୦ରୁ ୧୦ଟା ୩୦ ପର୍ଯ୍ୟନ୍ତ ଉପସ୍ଥିତ ରହିବାକୁ କୁହାଯାଇଛି । ପୂର୍ବରୁ ଧାର୍ଯ୍ୟ ହୋଇଥିବା ପରୀକ୍ଷା ଗୁଡ଼ିକ ମଧ୍ୟ ନିର୍ଦ୍ଧାରିତ ସମୟସୂଚୀ ଅନୁଯାୟୀ ହେବ। ପ୍ରଶାସନର ଏହି ପଦକ୍ଷେପ ଗ୍ରୀଷ୍ମ ଲହରୀ ସମୟରେ ଶିଶୁମାନଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ସର୍ବପ୍ରଥମେ ଗୁରୁତ୍ୱ ଦେଉଥିବାର ସ୍ପଷ୍ଟ ପ୍ରମାଣ ମିଳୁଛି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
