Explore

Search

April 20, 2026 9:27 pm

ରାଜ୍ୟ ଯୋଜନା ବୋର୍ଡରେ ବଡ ପରିବର୍ତ୍ତନ : ଗଭର୍ଣ୍ଣିଂ କାଉନ୍ସିଲର ନେତୃତ୍ୱ ନେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବଦଳିଲା ରାଜ୍ୟ ଯୋଜନା ବୋର୍ଡ। ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ହେବେ ଗଭର୍ଣ୍ଣିଂ କାଉନସିଲର ଅଧ୍ୟକ୍ଷ । ରାଜ୍ୟ ସରକାର ଶୀଘ୍ର ଏନେଇ ଏକ ନୂତନ ନୀତି-ଗଠନ ସଂସ୍ଥା “ଷ୍ଟେଟ ଇନଷ୍ଟିଚ୍ୟୁଟ ଫର ଟ୍ରାନ୍ସଫର୍ମେଟିଭ ଇନିସିଏଟିଭ୍ସ (SITI) ଓଡିଶା” ସ୍ଥାପନ କରିବାକୁ ଯୋଜନା କରିଛନ୍ତି । ଏହି ସଂସ୍ଥା ରାଜ୍ୟ ପାଇଁ ଏକ ଉଚ୍ଚସ୍ତରୀୟ ଚିନ୍ତନ କେନ୍ଦ୍ର (ଥିଙ୍କ ଟ୍ୟାଙ୍କ) ଭାବେ କାମ କରିବ ଏବଂ ଦୀର୍ଘମିୟାଦୀ ଉନ୍ନତି ନୀତି ତିଆରି କରିବାରେ ସରକାରଙ୍କୁ ପରାମର୍ଶ ଦେବ। “ସମୃଦ୍ଧ ଓଡ଼ିଶା ୨୦୩୬” ଓ “ବିକଶିତ ଭାରତ ୨୦୪୭” ଭଳି ଦୃଷ୍ଟିକୋଣ ପୂରଣରେ ଏହା ମୁଖ୍ୟ ଭୂମିକା ନେବ। ଏନେଇ ଯୋଜନା ଓ ସମନ୍ୱୟ ବିଭାଗ ପକ୍ଷରୁ ଅଧିକୃତ ସଂକଳ୍ପ ଜାରି ହୋଇଛି ।

SITI ଓଡିଶା ପାଇଁ ଏକ ଗଭର୍ଣ୍ଣିଂ କାଉନସିଲ ଗଠନ ହେବ, ଯାହାର ଅଧ୍ୟକ୍ଷ ଭାବେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ରହିବେ। ଏହାର ସଂରଚନାରେ ଜଣେ ଉପାଧ୍ୟକ୍ଷ, ଚାରିଜଣ ପୂର୍ଣ୍ଣକାଳୀନ ସଦସ୍ୟ, ୯ ଜଣ ଏକ୍ସ-ଅଫିସିଓ ସଦସ୍ୟ ଏବଂ ଦୁଇଜଣ ବିଶେଷ ଆମନ୍ତ୍ରିତ ସଦସ୍ୟ ରହିବେ । ଏହି ପରିଷଦ ବର୍ଷକୁ ଥରେ ଆସୀନ ହେବ। ଉପାଧ୍ୟକ୍ଷଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରିବେ ଏବଂ ସେ କ୍ୟାବିନେଟ ମନ୍ତ୍ରୀ ସମକକ୍ଷ ମର୍ଯ୍ୟାଦା ପାଇବେ ।

ବିଭିନ୍ନ କ୍ଷେତ୍ରର ପ୍ରତିଷ୍ଠିତ ଚାରିଜଣ ବ୍ୟକ୍ତିଙ୍କୁ ପୂର୍ଣ୍ଣକାଳୀନ ସଦସ୍ୟ ଭାବେ ନିୟୋଜିତ କରାଯିବ, ଯେଉଁମାନେ ରାଷ୍ଟ୍ରମନ୍ତ୍ରୀସ୍ତରର ସୁବିଧା ଉପଭୋଗ କରିବେ। ଉନ୍ନୟନ କମିଶନର ସହ ଅତିରିକ୍ତ ମୁଖ୍ୟ ସଚିବ ଏହାର ସଦସ୍ୟ-ସଚିବ ଭାବେ ଦାୟିତ୍ୱ ନେବେ। ଏହାସହିତ, ମୁଖ୍ୟମନ୍ତ୍ରୀ ଜଣେ ଚିଫ ଏକଜିକ୍ୟୁଟିଭ ଅଫିସର (CEO) ନିଯୁକ୍ତ କରିବେ, ଯିଏ IAS ଶ୍ରେଣୀର ଜେଷ୍ଠ ଅଧିକାରୀ ହେବେ ଏବଂ ପ୍ରମୁଖ ସଚିବ କିମ୍ବା କମିଶନର-ସଚିବ ସ୍ତରରେ କାର୍ଯ୍ୟ କରିବେ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score