Explore

Search

April 17, 2026 9:46 pm

କାଶ ହେଲେ ହେବ କ୍ୟାନ୍ସର !

ଆଜିର ବ୍ୟସ୍ତ ଜୀବନରେ ଆମେ ଅନେକ ସମୟରେ ସ୍ୱାସ୍ଥ୍ୟ ସମସ୍ୟାର ଛୋଟ ଛୋଟ ଲକ୍ଷଣକୁ ଗୁରୁତ୍ୱ ଦେଉନାହୁଁ। ଲମ୍ବା ସମୟ ଧରି କାଶ ହେବା, ପେଟରେ ଜ୍ୱଳନ ଅନୁଭବ କରିବା କିମ୍ବା ଖାଦ୍ୟ ଗିଳିବା ବେଳେ ଅସୁବିଧା ପରି ଲକ୍ଷଣମାନେ ଦେଖିବାକୁ ସାଧାରଣ ଲାଗିଥାଏ । କିନ୍ତୁ କେତେବେଳେ ଏହା ଗଭୀର ରୋଗର ସଙ୍କେତ ମଧ୍ୟ ହୋଇପାରେ। ଏହିପରି ଗୁରୁତର ରୋଗମଧ୍ୟରୁ ଗୋଟିଏ ହେଉଛି ଖାଦ୍ୟନଳୀ କ୍ୟାନ୍ସର।

ଖାଦ୍ୟନଳୀ କ୍ୟାନ୍ସର ଏକ ଶୀଘ୍ର ବିକାଶଶୀଳ ରୋଗ। ଯଦି ଏହାକୁ ଆରମ୍ଭିକ ଅବସ୍ଥାରେ ଧରାପଡ଼ାଯାଏ, ତେବେ ଚିକିତ୍ସା ଦ୍ୱାରା ଭଲ ପରିଣାମ ମିଳିପାରେ। କିନ୍ତୁ ମୁଖ୍ୟ ସମସ୍ୟା ହେଲା, ଏହାର ପ୍ରାରମ୍ଭିକ ଲକ୍ଷଣଗୁଡ଼ିକ ଅତ୍ୟନ୍ତ ସାମାନ୍ୟ ଥାଏ । ସାଧାରଣତଃ ଲୋକମାନେ ସେଗୁଡ଼ିକୁ ଅବହେଳା କରିଦିଅନ୍ତି। ସେଥିପାଇଁ ଜାଣିବା ଆବଶ୍ୟକ ଖାଦ୍ୟନଳୀ କ୍ୟାନ୍ସର କ’ଣ, ଏହାର ଆରମ୍ଭିକ ସତର୍କ ସଙ୍କେତ କେଉଁ ଗୁଡ଼ିକ ଏବଂ କେଉଁମାନେ ଏହାର ଅଧିକ ନିକଟରେ ରହନ୍ତି।

ଖାଦ୍ୟ ନଳୀ ଏକ ଲମ୍ବା ନଳୀକାର ଅଂଶ, ଯାହା ଆମ ଗଳାକୁ ପେଟ ସହିତ ଯୋଡ଼ି ରଖେ। ଆମେ ଯେତେବେଳେ ଖାଦ୍ୟ ଗ୍ରହଣ କରୁ, ସେହି ନଳୀ ମାଧ୍ୟମରେ ଖାଦ୍ୟ ପେଟକୁ ପହଞ୍ଚେ।

ଏହି ନଳୀର ଭିତର ଅଂଶରେ ଥିବା କୋଷ ଗୁଡ଼ିକ ଯେତେବେଳେ ଅସାମାନ୍ୟ ଭାବରେ ବଢ଼ିବା ଆରମ୍ଭ କରେ ଏବଂ ତାହାର ନିୟନ୍ତ୍ରଣ ହରାଏ, ସେତେବେଳେ କ୍ୟାନ୍ସର ଉଦ୍ଭବ ହୁଏ । ପରେ ଏହି ରୋଗ ଦୀର୍ଘ ସମୟରେ ଶରୀରର ଅନ୍ୟ ଅଂଶକୁ ମଧ୍ୟ ପ୍ରସାରିତ ହେବାର ସମ୍ଭାବନା ରହେ।

କିଛି ଜୀବନଶୈଳୀ ଓ ଶାରୀରିକ ଅବସ୍ଥା କ୍ୟାନ୍ସର ରୋଗକୁ ଅଧିକ ବିପଦମୁଁହକୁ ଟାଣି ନେଇଥାଏ। ବୟସ ବଢ଼ିବା ସହିତ ଏହାର ସମ୍ଭାବନା ବେଶୀ ଥାଏ । ଆଉ ଏହା ପୁରୁଷମାନଙ୍କ ମଧ୍ୟରେ ଅଧିକ ଦେଖିବାକୁ ମିଳେ।

ଧୂମପାନ ଓ ମଦ୍ୟପାନ କରୁଥିବା ବ୍ୟକ୍ତିମାନଙ୍କରେ ଏହି ରୋଗର ଅଧିକ ଆଶଙ୍କା ରହେ। ଯେଉଁମାନେ ଦୀର୍ଘ ସମୟ ଧରି ଏସିଡିଟି କିମ୍ବା GERDରେ ପୀଡ଼ିତ, ମୋଟାପା ଦଶା ଭୋଗୁଛନ୍ତି, ଫଳ ଓ ସବୁଜ ପରିବା ଖାଆନ୍ତି କିମ୍ବା ବହୁତ ଗରମ ପାନୀୟ ସେବନ କରନ୍ତି, ସେମାନଙ୍କ ପାଇଁ ଏହି ବିପଦ ଆଉ ବେଶୀ ବଢ଼ିଯାଏ।

ପ୍ରାରମ୍ଭିକ ଲକ୍ଷଣ :

ଆରମ୍ଭରେ କଠିନ ଖାଦ୍ୟ ଗିଳିବାବେଳେ ଅସୁବିଧା ହୁଏ, ପରବର୍ତ୍ତୀ ସମୟରେ ପାଣି ପିଇବାରେ ମଧ୍ୟ କଷ୍ଟ ଅନୁଭବ ହୋଇପାରେ। କୌଣସି ଡାଏଟ୍ କିମ୍ବା ବ୍ୟାୟାମ ଛାଡ଼ି ହଠାତ ଓଜନ କମିଯାଉଥିଲେ, ଏହା ଖାଦ୍ୟ ନଳୀ ସମ୍ବନ୍ଧୀୟ ଗୁରୁତର ରୋଗର ସଙ୍କେତ ହୋଇପାରେ।

ଛାତିରେ ଜ୍ୱାଳା, ଚାପ ବା ବେଦନା ଅନୁଭବ ହେବାକୁ ଅନେକେ ସାଧାରଣ ଗ୍ୟାସ ସମସ୍ୟା ବୋଲି ଅବହେଳା କରନ୍ତି, କିନ୍ତୁ ଏହାକୁ ହାଲୁକାରେ ନେବା ଠିକ ନୁହେଁ। ଏହିପରି ଲକ୍ଷଣ ମଧ୍ୟ ଗୁରୁତର ସମସ୍ୟାର ଚିହ୍ନ ହୋଇପାରେ।

ଦୀର୍ଘ ସମୟ ଧରି କାଶ ଚାଲିଥିବା କିମ୍ବା ସ୍ୱର କର୍କଶ ହୋଇଯାଇଥିଲେ ସତର୍କ ରହିବା ଆବଶ୍ୟକ। ଖାଦ୍ୟ ଗଳାରେ ଅଟକିଯିବା ବା ବାରମ୍ବାର କାଶ ହେବା ଭଳି ଲକ୍ଷଣମାନେ ମଧ୍ୟ ଅବହେଳାଯୋଗ୍ୟ ନୁହେଁ ଏବଂ ତୁରନ୍ତ ଡାକ୍ତରୀ ପରାମର୍ଶ ଆବଶ୍ୟକ।

କିପରି ରଖିବେ ନିଜକୁ ସୁରକ୍ଷିତ ?

ଖାଦ୍ୟନଳୀ କ୍ୟାନ୍ସରକୁ ପୁରାପୁରି ଠିକ ହୋଇପାରେନି । କିନ୍ତୁ କିଛି ସଚେତନ ଅଭ୍ୟାସ ଅନୁସରଣ କରିଲେ ଏହାର ସମସ୍ୟା ଦୂରେଇ ରଖିହେବ। ସର୍ବପ୍ରଥମେ ଧୂମପାନ ଓ ମଦ୍ୟପାନରୁ ଦୂରେଇ ରହିବା ଅତ୍ୟନ୍ତ ଆବଶ୍ୟକ।

ଦିନଚର୍ଯ୍ୟାରେ ପୋଷ୍ଟିକ ଖାଦ୍ୟକୁ ଗୁରୁତ୍ୱ ଦିଅନ୍ତୁ । ବିଶେଷକରି ତାଜା ଫଳ ଓ ସବୁଜ ପରିବା ଆହାରରେ ସାମିଲ କରନ୍ତୁ। ସେଥିପାଇଁ ଶରୀରର ଓଜନକୁ ସନ୍ତୁଳିତ ରଖିବା ସହ ପ୍ରତିଦିନ କିଛି ସମୟ ବ୍ୟାୟାମ କରିବା ଉଚିତ।

ଯଦି ବାରମ୍ବାର କାଶ, ଏସିଡିଟି କିମ୍ବା ଛାତିରେ ପୋଡ଼ାଜଳା ଭଳି ଲକ୍ଷଣ ଦେଖାଯାଏ, ସେଗୁଡ଼ିକୁ ଅବହେଳା କରିବେ ନାହିଁ। ସମୟରେ ଡାକ୍ତରଙ୍କୁ ଦେଖାଇ ଯଥାଯଥ ପରାମର୍ଶ ନିଅନ୍ତୁ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score