Explore

Search

March 30, 2026 11:03 pm

ସୁଭଦ୍ରା ଆଶାୟୀଙ୍କ ପାଇଁ ଖୁସି ଖବର : ଏପ୍ରିଲରୁ ଖୋଲିବ ନୂଆ ଆବେଦନ ପୋର୍ଟାଲ

ଭୁବନେଶ୍ୱର : ରାଜ୍ୟର ମହିଳାମାନଙ୍କ ପାଇଁ ଆସିଛି ବଡ଼ ସୁଯୋଗ। ଖୁବଶୀଘ୍ର ପୁଣିଥରେ ଆରମ୍ଭ ହେବ ‘ସୁଭଦ୍ରା ଯୋଜନା’ର ନୂତନ ଆବେଦନ ପ୍ରକ୍ରିୟା। ଏଥିପାଇଁ ସରକାର ଏପ୍ରିଲ ୧ ତାରିଖରୁ ସୁଭଦ୍ରା ପୋର୍ଟାଲ ଖୋଲିବାକୁ ଯାଉଛନ୍ତି । ଆଗାମୀ ଏକ ମାସ ଅର୍ଥାତ ଏପ୍ରିଲ ୩୦ ପର୍ଯ୍ୟନ୍ତ ଏହି ପୋର୍ଟାଲ ଖୋଲା ରହିବ । ଏହି ସମୟ ମଧ୍ୟରେ ନୂତନ ଆବେଦନ ଗ୍ରହଣ କରାଯିବ।

ରାଜ୍ୟ ସରକାରଙ୍କ ଏହି ଯୋଜନା ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ଓ ସ୍ୱାବଲମ୍ବନକୁ ଆଗକୁ ବଢ଼ାଇବାରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ। ଅଧିକ ସଂଖ୍ୟକ ଯୋଗ୍ୟ ମହିଳାଙ୍କୁ ଏହାର ଲାଭ ଦେବା ପାଇଁ ସରକାର ଏହି ନୂତନ ଆବେଦନ ସୁଯୋଗ ଦେଇଛନ୍ତି ।

କେଉଁମାନେ କରିପାରିବେ ଆବେଦନ ?
୨୧ ରୁ ୬୦ ବର୍ଷ ବୟସ୍କ ଯୁବତୀ ଓ ମହିଳାମାନେ ଏହି ଯୋଜନାରେ ଆବେଦନ କରିପାରିବେ । ୨୦୨୬ ଏପ୍ରିଲ ୧ ସୁଦ୍ଧା ଯେଉଁମାନଙ୍କ ବୟସ ଏହି ସୀମାରେ ରହିଛି, ସେମାନେ ସୁଭଦ୍ରା ଯୋଜନାରେ ସାମିଲ ହେବାକୁ ଯୋଗ୍ୟ ହେବେ।

କେତେ ମିଳିବ ଆର୍ଥିକ ସହାୟତା?

ଯୋଗ୍ୟ ହିତାଧିକାରୀମାନେ ପ୍ରତିବର୍ଷ ମୋଟ ୧୦ ହଜାର ଟଙ୍କା ପାଇବେ। ଏହି ରାଶି ଦୁଇଟି କିସ୍ତିରେ ଦିଆଯିବ ଓ ହୋଲି ଓ ରାକ୍ଷୀ ପୂର୍ଣ୍ଣିମା ସମୟରେ ସିଧାସଳଖ ଭାବେ ବ୍ୟାଙ୍କ ଖାତାକୁ ଜମା ହେବ।

କେମିତି କରିବେ ଆବେଦନ?
ନୂତନ ଆବେଦନ କେବଳ ସେହି ମହିଳାମାନେ କରିପାରିବେ, ଯେଉଁମାନେ ପୂର୍ବରୁ ଆବେଦନ କରି ନାହାଁନ୍ତି । କିନ୍ତୁ ପୂର୍ବ ଆବେଦନକାରୀଙ୍କ ପାଇଁ ଏହି ସୁଯୋଗ ଲାଗୁ ହେବ ନାହିଁ। ତେବେ ଏହି ଆବେଦନ ପାଇଁ ସାଧାରଣ ସେବା କେନ୍ଦ୍ର (CSC) ଓ ଆମ ସେବା କେନ୍ଦ୍ର (ASK) ମାଧ୍ୟମରେ ସୁଭଦ୍ରା ପୋର୍ଟାଲରେ ପଞ୍ଜୀକରଣ କରାଯିବ।

କେଉଁଠି ମିଳିବ ଫର୍ମ?
ଆବେଦନ ଫର୍ମ ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର (AWC) ଓ CDPO କାର୍ଯ୍ୟାଳୟରେ ନିଶୁଳ୍କ ଭାବେ ଉପଲବ୍ଧ ରହିବ । ଏଠାରୁ ନୂତନ ଆବେଦନକାରୀ ନିଜର ଫର୍ମ ଆଣି ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ କରିପାରିବେ ଆବେଦନ । ସରକାରଙ୍କ ଲକ୍ଷ୍ୟ ହେଉଛି, ଯେପରି କୌଣସି ଯୋଗ୍ୟ ମହିଳା ଏହି ଯୋଜନାରୁ ବଞ୍ଚିତ ନ ହୁଅନ୍ତି । ତେଣୁ ସମସ୍ତ ଆଶାୟୀଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଆବେଦନ କରିବାକୁ ଅନୁରୋଧ କରାଯାଇଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score